ETV Bharat / bharat

କୋରୋନା ସମୟରେ ଗରିବଙ୍କୁ ମାଗଣାରେ ପରିବା ବାଣ୍ଟୁଛନ୍ତି ପରିବା ଦୋକାନୀ - corona time

ଲକଡାଉନ ସମୟରେ ନିମ୍ନଶ୍ରେଣୀର ଲୋକଙ୍କ ପାଖରେ ଆର୍ଥିକ ଅଭାବ ଦେଖି, ମହାରାଷ୍ଟ୍ରର ଜଣେ ପରିବା ଦୋକାନୀ ଲୋକଙ୍କୁ ମାଗଣାରେ ପରିବା ଯୋଗାଉଛନ୍ତି । ଅଧିକ ପଢନ୍ତୁ....

କୋରୋନା ସମୟରେ ଗରିବଙ୍କ ସାହା ରାହୁଲ, ମାଗଣାରେ ଦେଉଛନ୍ତି ପରିବା

author img

By

Published : May 27, 2020, 4:57 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ କୋରୋନାର ଭୟଙ୍କର ସ୍ଥିତି ରହିଛି । ଏପରି ସମୟରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ସେହପରି ସଟଡାଉନ କାରଣରୁ ଅନେକ ଗରିବ ଶ୍ରେଣୀଙ୍କ ପାଇଁ ଦିନକୁ 2 ବେଳା ଖାଇବା ମୁସ୍କିଲ ହୋଇଯାଇଛି । ଏପରି ସମୟରେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି ଔରଙ୍ଗାବାଦ ସହରରେ ପରିବା ଦୋକାନୀ । ତାଙ୍କ ଦୋକାନ ଆଗରେ ଏକ ବୋର୍ଡ ଲାଗିଛି ଯାହା କିଛି ସମୟ ପାଇଁ ଲୋକଙ୍କୁ ଠିଆ ହୋଇ ପଢିବାକୁ ବାଧ୍ୟ କରୁଛି । ବୋର୍ଡରେ ଏହା ଲେଖା ଅଛି ଯେ, "ଯଦି ସମ୍ଭବ କିଣନ୍ତୁ, ନଚେତ ଏହାକୁ ମାଗଣାରେ ନିଅନ୍ତୁ"।

ସୂଚନାମୁତାବକ ଏହି ପରିବା ଦୋକାନୀ ସ୍ନାତକ ପାସ କରିଛନ୍ତି । ସେ ଏକ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଛନ୍ତି । ହେଲେ ଲକଡାଉନ କାରଣରୁ କମ୍ପାନୀ ଯେତବଳେ ରାହୁଲ ଲାବଡେଙ୍କୁ ଦରମା ଦେବା ବନ୍ଦ କରିଦେଲା , ସେ ତାଙ୍କ ବାପାଙ୍କ ସହ ମିଶି ପରିବା ବିକୁଛନ୍ତି । ଏପରି ସମୟରେ ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସେ ପନିପରିବା ଯୋଗାଉଛନ୍ତି।

ଆରମ୍ଭରୁ ରାହୁଲ ଅନ୍ୟ ପନିପରିବା ଦୋକାନୀଙ୍କ ପରି ବଜାର ମୂଲ୍ୟରେ ପନିପରିବା ବିକ୍ରି କରୁଥିଲେ, କିନ୍ତୁ ପରେ ସେ ଅଭାବୀ ଏବଂ ଗରିବ ଲୋକଙ୍କୁ ମାଗଣାରେ ପରିବା ଦେବାକୁ ସ୍ଥିର କଲେ । ସେ କହିଛନ୍ତି ଯେ, ''4 ଦିନ ପୂର୍ବରୁ ଜଣେ ବୃଦ୍ଧା ପାଞ୍ଚ ଟଙ୍କା ସହିତ ପନିପରିବା କିଣିବାକୁ ଆସିଥିଲେ। ମୁଁ ଭାବିଲି 5 ଟଙ୍କାରେ କଣ ପରିବା ହେବ, ତେଣୁ ମୁଁ ତାଙ୍କୁ ମାଗଣାରେ ତାଙ୍କର ଯେତିକି ଆବଶ୍ୟକ ଥିଲା ସେତିକି ପରିବା ଦେଲି । ଏହା ପରେ ମୁଁ ସ୍ଥିର କଲି ଯେ ଏପରି ଲୋକଙ୍କୁ ଯେଉଁମାନେ କିଣିବା ସ୍ଥିତିରେ ନାହାଁନ୍ତି, ସେମାନଙ୍କୁ ମାଗଣାରେ ପରିବା ଯୋଗାଇବି'' ।

ଲାବଡେ ଦାବି କରିଛନ୍ତି ଯେ, ସେ ଗତ 3 ଦିନ ମଧ୍ୟରେ ପ୍ରାୟ 100 ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ ସହରର ଭାବସିଂହପୁର ଅଞ୍ଚଳର ଆମ୍ବେଦକର ବଜାରରେ ପରିବା ବିକ୍ରି କରନ୍ତି । ସେ କହିଛନ୍ତି, '' ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ 2 ହଜାର ଟଙ୍କା ପର୍ଯ୍ୟନ୍ତ ପରିବା ମାଗଣାରେ ଦେଇଛି। ଯେପର୍ଯ୍ୟନ୍ତ ମୋର ଆର୍ଥିକ ସ୍ଥିତି ମତେ ଅନୁମତି ଦେବ, ସେପର୍ଯ୍ୟନ୍ତ ମୁଁ ଏହି କାର୍ଯ୍ୟ ଜାରି ରଖିବି । କାରଣ ମୁଁ ଚାହେଁ ରାତିରେ କେହି ଜଣେ ହେଲେ ଭୋକରେ ନ ଶୁଅନ୍ତୁ। ''

କୋରୋନା ସମୟରେ ରାହୁଲ ଲବଡେଙ୍କର ଏପରି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.