ETV Bharat / bharat

ଭୁସ୍ଖଳନରେ ଆମ୍ବୁଲାନ୍ସରେ ଫସିଲେ ଗର୍ଭବତୀ, ସିଆରପିଏଫ କ୍ୟାମ୍ପରେ ହେଲା ପ୍ରସବ - ସିଆରପିଏଫ 231 ବଟାଲିୟନର ଯବାନ

ଅପହଞ୍ଚ ଇଲାକାରେ ଦେବଦୂତ ସାଜିଲେ ସିଆରପିଏଫ ଯବାନ । ପ୍ରବଳ ବର୍ଷା ମଧ୍ୟରେ ଯବାନମାନେ ପ୍ରସୂତିଙ୍କୁ ଖଟରେ ନେଇ ବଟାଲିୟନ ଅମ୍ପୁଲାନ୍ସରେ ନିକଟରେ ପହଞ୍ଚାଇ ହସ୍ପିଟାଲ ନେଉଥିଲେ । କିନ୍ତୁ ରାସ୍ତାରେ ଭୂସ୍ଖଳନ ହେଉଥିବାରୁ ଆମ୍ପୁଲାନ୍ସ ଆଉ ଆଗକୁ ଯାଇ ପାରିଲା ନାହିଁ । ମହିଳାଙ୍କ ପ୍ରସବ ପୀଡା ଦେଖି ତୁରନ୍ତ ଯବାନମାନେ ଗର୍ଭବତୀଙ୍କୁ କୋଣ୍ଡାସାଓ୍ବଲି କ୍ୟାମ୍ପ ନେଇ ଯାଇଥି୍ଲେ ।

due-to-landslide-pregnant-women-trapped-on-the-way-the-crpf-help-that-women

author img

By

Published : Aug 23, 2020, 3:00 PM IST

ରାୟପୁର: ଆମ ଭାରତୀୟ ଯବାନ ଶତ୍ରୁଙ୍କ ପାଇଁ ଏକ ଖଣ୍ଡା ହେଲେ ସାଧାରଣ ଲୋକଙ୍କ ପାଇଁ ସେମାନେ ଏକ କୋମଳ ପୁଷ୍ପ । ଯିଏ ଶତ୍ରୁର ଦେହରୁ ମୁଣ୍ଡକୁ ଅଲଗା କରି ପାରେ ସେହି ଯବାନ ଗର୍ଭବତୀଙ୍କ ପ୍ରସବ ବି ନିଜ କ୍ୟାମ୍ପରେ କରାଇ ପାରେ । ଏପରି ଏକ ମାନବିକତାର ଜଳ୍ବନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଛତିଶଗଡ ସିଆରପିଏଫ 231 ବଟାଲିୟନର ଯବାନମାନେ ।

  • भूस्खलन के कारण रास्ते में फंस गई थी गर्भवती महिला, सीआरपीएफ के जवानों ने कैंप में कराया प्रसवhttps://t.co/0Osy2rgNRY

    — 🇮🇳CRPF🇮🇳 (@crpfindia) August 23, 2020 " class="align-text-top noRightClick twitterSection" data=" ">

ଛତିଶଗଡର ଏକ ଅପହଞ୍ଚ ଗାଁ କୋଣ୍ଡାସାଓ୍ବଲି । ସେଠାରେ ରହୁଥିବା ସୋନିଙ୍କୁ ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ପ୍ରସବ ବେଦନା ହୋଇଥିଲା । ସେହି ଗାଁରେ ଥିବା ସିରଆପିଏଫ 231 ବଟାଲିୟନର ଯବାନଙ୍କୁ ଏହି ସୂଚନା ମିଳିବା ପରେ ସିଓ ଜିତେନ୍ଦ୍ର ଯାଦବ ଯବାନଙ୍କୁ ସାହାଯ୍ୟ କରିବାକୁ ଆଦେଶ ଦେଇଥିଲେ । ପ୍ରବଳ ବର୍ଷା ମଧ୍ୟରେ ଯବାନମାନେ ପ୍ରସୂତିଙ୍କୁ ଖଟରେ ନେଇ ବାଟାଲିୟନ ଅମ୍ପୁଲାନ୍ସରେ ପହଞ୍ଚାଇଥିଲେ ଓ ଏହାପରେ ହସ୍ପିଟାଲ ନେଉଥିଲେ । କିନ୍ତୁ ରାସ୍ତାରେ ଭୂସ୍ଖଳନ ହେଉଥିବାରୁ ଆମ୍ପୁଲାନ୍ସ ଆଉ ଆଗକୁ ଯାଇ ପାରିଲା ନାହିଁ । ମହିଳାଙ୍କ ପ୍ରସବ ପୀଡା ଦେଖି ତୁରନ୍ତ ଯବାନମାନେ ଗର୍ଭବତୀଙ୍କୁ କୋଣ୍ଡାସାଓ୍ବଲି କ୍ୟାମ୍ପ ନେଇ ଯାଇଥି୍ଲେ । ସେଠାରେ ବାଟାଲିୟନର ଡାକ୍ତର ସୁରକ୍ଷିତ ପ୍ରସବ କରାଇଥିଲେ ।

ତେବେ ଏହି ଖବର ସମ୍ପର୍କରେ ସିଆରପିଏଫ ତା'ର ଅଫିସିଆଲି ଟ୍ବିଟର ପେଜରେ ଟ୍ବିକ କରିଛି ।

ଏପଟେ ଅନ୍ୟର ରକ୍ଷକ ସାଜୁଥୁବା ଏହି ଯବାନମାନେ ବର୍ଷା କାରଣରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୂଚନାଥାଉକି କୋଣ୍ଡାସାଓ୍ବଲି ଓ କମଲପୋଷ୍ଟର 2ଟି କ୍ୟାମ୍ପ ମଧ୍ୟରେ ଥିବା ରାସ୍ତାରେ ଭୂସ୍ଖଳନ ହୋଇଛି । ଫଳରେ ସିଆରପିଏଫ 231 ବଟାଲିୟନର ଯବାନ ରାସନ ସାମଗ୍ରୀ ଆଣିବା ପାଇଁ କୋଣ୍ଡାସାଓ୍ବଲିରୁ ଚାଲି ଚାଲି କମଲ ପୋଷ୍ଟ ଯାଉଛନ୍ତି । ଆଉ ରାସନକୁ ବସ୍ତାରେ ଭରି କାନ୍ଧରେ ଉଠେଇ ଉଠେଇ 4କିମ ଚାଲି ଚାଲି ନିଜ କ୍ୟାମ୍ପକୁ ଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.