ETV Bharat / bharat

DSP ଦେବେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ!

ବୁଧବାର ଶ୍ରୀନଗର ସୁରକ୍ଷା ଏଜେନ୍ସି ଡିଏସପି ଦେବେନ୍ଦ୍ର ସିଂହଙ୍କ ସମ୍ପର୍କୀୟଙ୍କ ଘରେ ରେଡ କରିଛି। ସୂଚନା ଅନୁସାରେ ସୁରକ୍ଷା ଏଜେନ୍ସି ଜଣେ ବ୍ୟାଙ୍କ ଅଫିସର, ଡାକ୍ତରଙ୍କ ଘରେ ଚଢାଉ କରିଛନ୍ତି। ଏତଦ୍‌ବ୍ୟତୀତ ଶ୍ରୀନଗରର ଇନ୍ଦିରା ନଗର ସ୍ଥିତ ଶିବ ମନ୍ଦିରର ମଧ୍ୟ ସୁରକ୍ଷା ଏଜେନ୍ସି ଛାନଭିନ କରିଛନ୍ତି। ଅଧିକ ପଢନ୍ତୁ...

author img

By

Published : Jan 15, 2020, 3:15 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରେ ହିଜବୁଲ ମୁଜାହିଦ୍ଦିନ ଓ ଲସ୍କର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀଙ୍କ ସହିତ ଗିରଫ ଜମ୍ମୁ କଶ୍ମୀର ପୋଲିସର ଡିଏସପି ଦେବେନ୍ଦ୍ର ସିଂହଙ୍କ ମାମଲାରେ ଦିନକୁ ଦିନ ନୂତନ ତଥ୍ୟ ସାମ୍ନାକୁ ଆସୁଛି। ବୁଧବାର ଶ୍ରୀନଗର ସୁରକ୍ଷା ଏଜେନ୍ସି ଡିଏସପି ଦେବେନ୍ଦ୍ର ସିଂହଙ୍କ ସମ୍ପର୍କୀୟଙ୍କ ଘରେ ରେଡ କରିଛି। ସୂଚନା ଅନୁସାରେ ସୁରକ୍ଷା ଏଜେନ୍ସି ଜଣେ ବ୍ୟାଙ୍କ ଅଫିସର, ଡାକ୍ତରଙ୍କ ଘରେ ଚଢାଉ କରିଛନ୍ତି । ଏତଦ୍‌ବ୍ୟତୀତ ଶ୍ରୀନଗର ଇନ୍ଦିରା ନଗର ସ୍ଥିତ ଶିବ ମନ୍ଦିରର ମଧ୍ୟ ସୁରକ୍ଷା ଏଜେନ୍ସି ଛାନଭିନ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶିତ ଯେ, ଏହି ରେଡ୍‌ରେ ସେନାର 15 କୋରର ସମ୍ପୂର୍ଣ୍ଣ ନକ୍ସା ଓ ପାଖାପାଖି ସାଢେ ସାତ ଲକ୍ଷ ନଗଦ ଅର୍ଥ ରାଶି ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୁରକ୍ଷା ବାହିନୀକୁ ଦେବେନ୍ଦ୍ର ସିଂହ ନିଜ ସମ୍ପର୍କୀୟଙ୍କ ଘରେ ଟଙ୍କା ଲୁଚାଇ ରଖିଥିବା ଆଶଙ୍କା ରହିଥିଲା । ଏହି ରେଡ ସମୟରେ ସମ୍ପୂର୍ଣ୍ଣ ଇଲାକାକୁ ଛାନଭିନ କରିବା ପାଇଁ ଡ୍ରୋନ କ୍ୟାମେରାର ବ୍ୟବହାର କରା ଯାଇଥିଲା।

ସୁରକ୍ଷାକର୍ମୀ ଜମ୍ମୁ କଶ୍ମୀରର କୁଲଗାମରେ ଯାଞ୍ଚ ସମୟରେ ଏକ ଗାଡ଼ି ଭିତରୁ ହିଜବୁଲ ମୁଜାହିଦ୍ଦିନ ସଙ୍ଗଠନର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। କାର ଭିତରେ ଜମ୍ମୁ କଶ୍ମୀର ପୋଲିସର ଡିଏସପି ଦେବେନ୍ଦ୍ର ସିଂହ ମଧ୍ୟ ଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.