ETV Bharat / bharat

ଜାନୁଆରୀ 2ରୁ ସାରା ଦେଶରେ ଡ୍ରାଏ ରନର ଶୁଭାରମ୍ଭ

author img

By

Published : Dec 31, 2020, 4:19 PM IST

ଜାନୁଆରୀ 2 ତାରିଖରୁ ସାରାଦେଶରେ ଆରମ୍ଭ ହେବା ଡ୍ରାଏ ରନ କୋଭିଡ ଟିକାକରଣ। ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ଡ୍ରାଏ ରନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। 3ଟି ଶସ୍ତ୍ରରେ ଏହି ଡ୍ରାଏ ରନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଅଧିକ ପଢ଼ନ୍ତୁ...

Dry run will be start across the country from January 2
ଜାନୁଆରୀ 2ରୁ ସାରା ଦେଶରେ ଡ୍ରାଏ ରନର ଶୁଭାରମ୍ଭ

ନୂଆଦିଲ୍ଲୀ: ଜାନୁଆରୀ 2 ତାରିଖରୁ ସାରାଦେଶରେ ଆରମ୍ଭ ହେବା ଡ୍ରାଏ ରନ କୋଭିଡ ଟିକାକରଣ। ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ଡ୍ରାଏ ରନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। 3ଟି ଶସ୍ତ୍ରରେ ଏହି ଡ୍ରାଏ ରନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ କେତେକ ରାଜ୍ୟର ଜିଲ୍ଲାରେ ମଧ୍ୟ କୋଭିଡ ଟିକାର ଏହି ମକଡ୍ରିଲ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ଦୁର୍ଗମ ଅଞ୍ଚଳ ରହୁଥିବା ସ୍ଥାନ ଗୁଡ଼ିକରେ ମଧ୍ୟ ଏହି ମକଡ୍ରିଲ କରାଯାଇ ପାରିବ।

ଏହାପୂର୍ବରୁ ଦେଶର 4ଟି ରାଜ୍ୟ ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଆସାମ ଓ ଗୁଜରାଟରେ ପ୍ରମଥ କରି ଡ୍ରାଏ ରନ ଆରମ୍ଭ କରାଯାଇଥିଲା। ଏହି ସବୁ ରାଜ୍ୟରେ ଡ୍ରାଏ ରନ କୋଭିଡ ଟିକାକରଣ ସଫଳ ହୋଇଥିଲା। ଏହାପରେ ପୁନଃ ସମସ୍ତ ରାଜ୍ୟରେ ଡ୍ରାଏରନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟ ନିଜ ନିଜ ରାଜଧାନୀ ଛଡ଼ା କେତେକ ସହରକୁ ମଧ୍ୟ ଡ୍ରାଏ ରନ ସାମିଲ କରି ପାରନ୍ତି।

କୋଭିଡ ଟିକାକରଣର ଏକ ମକଡ୍ରିଲ ହେଉଛି ଡ୍ରାଏ ରନ। ଏହି ସମୟରେ ବିଶେଷ କରି କୋରୋନା ଟିକାର ପରିବହନ, କୋଲ୍ଡ ଷ୍ଟୋରେଜ, ପରୀକ୍ଷଣ ସମୟ, ପରୀକ୍ଷଣ ହେଉଥିବା ସ୍ଥାନରେ ଭିଡ଼ ନିୟନ୍ତ୍ରଣ ଓ ସାମଜିକ ଦୂରତା ଉପରେ ଧ୍ୟାନ ଦିଆଯାଇଛି। ଏଥିରେ କୌଣସି ତ୍ରୁଟି ଦେଖା ଯାଇନଥିଲା। ଏହି ସମୟରେ କୋରୋନା ଟିକାକରଣ ପାଇଁ ତିଆରି ହୋଇଥିବା ଆପ୍ଲିକେଶନ କୋ-ୱିନ(Co-WIN)କିଭଳି କାର୍ଯ୍ୟ କରୁଛି ତାହା ଉପରେ ଧ୍ୟାନ ଦିଆଯାଇଛି। ଏହା ଏକ ପ୍ରକାର କୋରୋନା ଟିକାକରଣର ମକ ଡ୍ରିଲ କହିଲେ କମ ହେବନି।

ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ ସଂକ୍ରମଣର ସମୂଳେ ନାଶ ହୋଇନି। ଏହାସହ ବ୍ରିଟେନରୁ ଆସିଥିବା କୋରୋନାର ନୂଆ ଷ୍ଟ୍ରେନ ଅଧିକ ଚିନ୍ତା ବଢ଼ାଇଛି। ଦେଶରେ 6 ଜଣ ନୂଆ ଷ୍ଟ୍ରେନରେ କୋରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ବ୍ରିଟେନ ଫେରନ୍ତା ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି।

ତେବେ ମହାମାରୀ କୋରୋନା ପାଇଁ ପ୍ରସ୍ତୁତ ହେଉଥିବା ଟିକା ନୂଆ ଷ୍ଟ୍ରେନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହାସହ ନୂଆ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଉଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.