ETV Bharat / bharat

ସଫଳ ହୋଇଛି କୋଭିଡ ଟିକାକରଣର ମକଡ୍ରିଲ ଡ୍ରାଏ ରନ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

author img

By

Published : Dec 30, 2020, 7:07 AM IST

ସଫଳ ହେଲା ଡ୍ରାଏ ରନ କୋଭିଡ ଟିକାକରଣ। କୋଭିଡ ଟିକାକରଣର ମକଡ୍ରିଲ ସଦୃଶ ଡ୍ରଏ ରନ ଆରମ୍ଭ କରାଯାଇଥିଲା। ଡ୍ରାଏ ରନ କାର୍ଯ୍ୟକ୍ରମ ସଫଳ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା। ଅଧିକ ପଢ଼ନ୍ତୁ...

Dry Run of Covid Vaccination Succeeded says Ministry of Health
ସଫଳ ହେଲା କୋଭିଡ ଟିକାକରଣର ମକଡ୍ରିଲ ଡ୍ରାଏ ରନ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସଫଳ ହେଲା ଡ୍ରାଏ ରନ କୋଭିଡ ଟିକାକରଣ। ଆଗାମୀ କିଛିଦିନ ମଧ୍ୟରେ ଦେଶରେ ଜରୁରୀକାଳିନ କୋଭିଡ ଟିକା ବ୍ୟବହାର ପାଇଁ ଅନୁମତି ଦିଆଯାଇପାରେ। ଏହାରି ମଧ୍ୟରେ ଦେଶରେ କୋଭିଡ ଟିକାକରଣର ମକଡ୍ରିଲ ସଦୃଶ ଡ୍ରଏ ରନ ଆରମ୍ଭ କରାଯାଇଥିଲା। ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ଦୁଇ ଦିନ ପାଇଁ ଡ୍ରାଏ ରନ ଟିକାକରଣ କରାଯାଇଥିଲା। ଡିସେମ୍ବର 28 ଓ 29 ତାରିଖରେ ହୋଇଥିବା ଏହି ଡ୍ରାଏ ରନ କାର୍ଯ୍ୟକ୍ରମ ସଫଳ ହୋଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଡ୍ରାଏ ରନ ପାଇଁ 4ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲା ସାମିଲ ହୋଇଥିଲେ। ଦୁଇଟି ଜିଲ୍ଲା ମଧ୍ୟରେ 5ଟି ଲେଖାଏଁ ସ୍ଥାନ ନିରୂପଣ କରାଯାଇଛି। କୋରୋନା ଟିକାକୁ ନେଇ ଯୋଜନା କରିବା ସହ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସନେଇ ଡ୍ରାଏରନରେ ଧ୍ୟାନ ଦିଆଯାଇଥିଲା

ବିଶେଷ କରି କୋରୋନା ଟିକାର ପରିବହନ, କୋଲ୍ଡ ଷ୍ଟୋରେଜ, ପରୀକ୍ଷଣ ସମୟ, ପରୀକ୍ଷଣ ହେଉଥିବା ସ୍ଥାନରେ ଭିଡ଼ ନିୟନ୍ତ୍ରଣ ଓ ସାମଜିକ ଦୂରତା ଉପରେ ଧ୍ୟାନ ଦିଆଯାଇଛି। ଏଥିରେ କୌଣସି ତ୍ରୁଟି ଦେଖା ଯାଇନଥିଲା। ଏହି ସମୟରେ କୋରୋନା ଟିକାକରଣ ପାଇଁ ତିଆରି ହୋଇଥିବା ଆପ୍ଲିକେଶନ କୋ-ୱିନ(Co-WIN)କିଭଳି କାର୍ଯ୍ୟ କରୁଛି ତାହା ଉପରେ ଧ୍ୟାନ ଦିଆଯାଇଛି। ଏହା ଏକ ପ୍ରକାର କୋରୋନା ଟିକାକରଣର ମକ ଡ୍ରିଲ କହିଲେ କମ ହେବନି।

ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ ସଂକ୍ରମଣର ସମୂଳ ନାଶ ହୋଇନି। ଏହାସହ ବ୍ରିଟେନରୁ ଆସିଥିବା କୋରୋନାର ନୂଆ ଷ୍ଟ୍ରେନ ଅଧିକ ଚିନ୍ତା ବଢ଼ାଇଛି। ଦେଶରେ 6 ଜଣ ନୂଆ ଷ୍ଟ୍ରେନରେ କୋରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ବ୍ରିଟେନ ଫେରନ୍ତା ବୋଲି ଜଣା ପଡ଼ିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି।

ତେବେ ମହାମାରୀ କୋରୋନା ପାଇଁ ପ୍ରସ୍ତୁତ ହେଉଥିବା ଟିକା ନୂଆ ଷ୍ଟ୍ରେନ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହାସହ ନୂଆ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଉଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.