ETV Bharat / bharat

ମଦ ପାଇଁ ନଦୀକୁ ଡେଇଁଲା ମଦ୍ୟପ - ମଦ ପାଇଁ ବ୍ୟକ୍ତିଙ୍କ ଦୁଃସାହସିକ କାର୍ଯ୍ୟ

ମଦ କିଣିବା ପାଇଁ ବନ୍ୟାଜଳ ପ୍ରବାହିତ ନଦୀକୁ ଡେଇଁଲା ମଦ୍ୟପ । ପହଁରି ପହଁରି ପୁଣି କୂଳକୁ ଫେରିଲା । ଅଧିକ ପଢନ୍ତୁ...

ମଦ ପାଇଁ ନଦୀକୁ ଡେଇଁଲା ମଦ୍ୟପ
ମଦ ପାଇଁ ନଦୀକୁ ଡେଇଁଲା ମଦ୍ୟପ
author img

By

Published : Sep 27, 2020, 2:41 PM IST

ବେଙ୍ଗାଲୁରୁ: ମଦ ପାଇଁ ବ୍ୟକ୍ତିଙ୍କ ଦୁଃସାହସିକ କାର୍ଯ୍ୟ । ମଦ କିଣିବା ପାଇଁ ବନ୍ୟାଜଳ ପ୍ରବାହିତ ନଦୀକୁ ଡେଇଁଲା ମଦ୍ୟପ । କଥାଟିକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକ ମୁଦାଲାଗି ତାଲୁକ ଡଭାଲେଶ୍ବର ଗ୍ରାମରେ । ବ୍ୟକ୍ତିଙ୍କ ନାମ ହାଲପା ଏବଂ ସେ ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ମଦ ପାଇଁ ନଦୀକୁ ଡେଇଁଲା ମଦ୍ୟପ

ସୂଚନା ଅନୁଯାୟୀ, କର୍ଣ୍ଣାଟକରେ ପ୍ରବାହିତ ଘାଟପ୍ରଭା ନଦୀ କୂଳରେ 2 ଗ୍ରାମ ରହିଛି । ଗୋଟିଏ ଗାଁ ମୁଦଲାଗି ଅଞ୍ଚଳରେ ରହିଥିବା ବେଳେ ଅନ୍ୟଟି ନଦୀର ଆଉ ଏକ କୂଳ ମୁଧୋଳା ତାଲୁକ ଅଞ୍ଚଳରେ ଅବସ୍ଥିତ । ମଦ୍ୟପଟି ମୁଧୋଳା ତାଲୁକରୁ ମଦ କିଣିବାକୁ ଚାହୁଁଥିଲା । ସେଥିପାଇଁ ସେ ନଦୀକୁ ଡେଇଁ ପଡିଲା ଏବଂ ପହଁରି ପହଁରି ମୁଦଲାଗି ତାଲୁକ ଅଞ୍ଚଳର ଡଭାଲେଶ୍ବର ଗାଁରୁ ମୁଧୋଳା ତାଲୁକ ବାଗଲକୋଟ ଜିଲ୍ଲାର ଡଭାଲେଶ୍ବର ଗାଁରେ ପହଁଚି଼ଥିଲା। ମଦ କିଣି ସାରିବା ପରେ ପୁଣି ପହଁରି କୂଳରେ ପହଁଚିଥିଲା ମଦ୍ୟପ। ଭାଗ୍ୟବଶତଃ ସେ ସୁରକ୍ଷିତ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.