ETV Bharat / bharat

ଉତ୍ତର ପ୍ରଦେଶ: ନିଶାସକ୍ତ ଅବସ୍ଥାରେ ଝିଅକୁ ହତ୍ୟା କଲା ମଦ୍ୟପ ବାପା

ନିଶାସକ୍ତ ଅବସ୍ଥାରେ ଝିଅକୁ ହତ୍ୟା କଲା ବାପା। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଜାଲୌନ ଜିଲ୍ଲାର କୁଠୋଦ ଥାନା ପୁରବା ଗାଁରେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢ଼ନ୍ତୁ...

ଉତ୍ତର ପ୍ରଦେଶ: ନିଶାଶକ୍ତ ଅବସ୍ତାରେ ଝିଅକୁ ହତ୍ୟା କଲା ମଦ୍ୟପ ବାପା

author img

By

Published : Oct 14, 2020, 7:05 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଜାଲୌନ ଜିଲ୍ଲାରେ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜାଲୌନ ଜିଲ୍ଲାର କୁଠୋଦ ଥାନା ବଗରୁ ପୁରବା ଗାଁରେ ଜଣେ ବ୍ୟକ୍ତି ମଦ ପିଇ ନିଜ ଝିଅକୁ ହତ୍ୟା କରିଛି। ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଛି । ଘଟଣାସ୍ଥଳରେ କୁଠୋଦ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଘଟଣାକୁ ନେଇ ପୋଲିସ ଅଧିକାରୀ ଅବଧେଶ ସିଂହ କହିଛନ୍ତି ଯେ, "ବଗରୁ ପୁରବା ଗାଁରେ ଜଣେ ମଦ୍ୟପ ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ଏହାପରେ ଘଟଣାସ୍ଥଳରୁ ଫେରାର ରହିଛି। ଘଟଣାକୁ ନେଇ ମୃତକଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।"

ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି। ଏନେଇ ମୃତ ଯୁବତୀଙ୍କ ଭଉଣୀ କହିଛନ୍ତି ଯେ, "ବାପା ମଦ ପିଇ ଆସିବା ପରେ ଘରେ ସମସ୍ତଙ୍କୁ ମରାପିଟା କରିଥିଲେ। ଏହାପରେ ଆମ ସମସ୍ତଙ୍କୁ ଘରୁ ବାହାର କରିଥିଲେ। ଏହାପରେ ମୋ ଭଉଣୀ ଘରେ ଶୋଇଥିବାବେଳେ ତା ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ କେଉଁ ଆଡ଼େ ଚାଲିଯାଇଥିଲେ।" ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ପୋଷ୍ଟମଟର୍ମ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ସୂଚନା ଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.