ETV Bharat / bharat

ଲକ୍ ଡାଉନ୍ କାରଣରୁ କେରଳରେ କମିଛି ଅପରାଧ ହାର - corona epidemic

ମାର୍ଚ୍ଚ 24ରୁ କୋରୋନା ଭାଇରସ ବ୍ୟାପିବା ପରେ ଲକ୍ ଡାଉନ୍ ଲାଗୁ ହେବା ପରେ କେରଳରେ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି । ଏହି ସୂଚନା ଦେଇଛି ରାଜ୍ୟ ପୋଲିସ ।

Drop in crime rate
କେରଳରେ କମିଛି ଅପରାଧ ହାର
author img

By

Published : Apr 12, 2020, 11:06 AM IST

ଥିରୁଅନନ୍ତପୁରମ୍: ମାର୍ଚ୍ଚ 24ରୁ କୋରୋନା ଭାଇରସ ବ୍ୟାପିବା ପରେ ଲକ୍ ଡାଉନ୍ ଲାଗୁ ହେବା ପରେ କେରଳରେ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇଛି । ଏହି ସୂଚନା ଦେଇଛି ରାଜ୍ୟ ପୋଲିସ । ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ (SCRB) ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚରେ ଅପରାଧ ହାର କମ୍ ରହିଛି ।

ରିପୋର୍ଟରେ କୁହାଯାଇଛି ଯେ, ମାର୍ଚ୍ଚ 25 ରୁ ମାର୍ଚ୍ଚ 31, 2019 ରେ 12 ଟି ଡକାୟତି ମାମଲା ରହିଥିଲା ​​ମାତ୍ର ଚଳିତ ବର୍ଷ ଲକ୍ ଡାଉନ୍ ଅବଧି ମଧ୍ୟରେ 2କୁ ଖସି ଆସିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ମାର୍ଚ୍ଚ 25 ରୁ ମାର୍ଚ୍ଚ 31, 2020 ମଧ୍ୟରେ 18 ଟି ଯୌନ ନିର୍ଯାତନା ମାମଲା ଥିବାବେଳେ ଗତ ବର୍ଷ ସମାନ ସମୟ ମଧ୍ୟରେ 92 ଟି ମାମଲା ରହିଥିଲା। ତେବେ ହତ୍ୟା ମାମଲାରେ ଅଧିକ ହ୍ରାସ ଘଟି ନଥିଲା।

ମାର୍ଚ୍ଚ 2020ରେ 7 ଦିନ ଲକ୍ ଡାଉନ୍ ମଧ୍ୟରେ 4ଟି ହତ୍ୟା ମାମଲା ସାମ୍ନାକୁ ଆସିଛି । ବିଭିନ୍ନ ବ୍ୟକ୍ତିଗତ କାରଣରୁ ଏହି ଅପରାଧ ହୋଇଥିବାରୁ ହତ୍ୟା ଭଳି ଅପରାଧକୁ ବନ୍ଦ କରିବା କଷ୍ଟକର। କିନ୍ତୁ ଚୋରି, ଦଙ୍ଗା ମାମଲା, ବଳାତ୍କାର, ଅପହରଣ ଏବଂ ଠକେଇ ମାମଲାରେ ହ୍ରାସ ଘଟିଛି ବୋଲି ଏସଆରବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଆର୍ମସ୍ ଆକ୍ଟ, ଏନଡିପିଏସ୍ ଆକ୍ଟ ଏବଂ ସ୍ବତନ୍ତ୍ର ଏବଂ ସ୍ଥାନୀୟ ଆଇନ (SLL) ଅଧିନ ଅପରାଧରେ ହ୍ରାସ ଘଟିଛି । ମାର୍ଚ୍ଚ 25 ରୁ 31, 2019 ମଧ୍ୟରେ 1,460 ସଡକ ଦୁର୍ଘଟଣା ମାମଲା ହୋଇଥିବାବେଳେ ଚଳିତ ବର୍ଷ ମାର୍ଚ୍ଚରେ ଲକ୍ ଡାଉନ୍ ଅବଧି ମଧ୍ୟରେ କେବଳ 97 ଟି ମାମଲା ରୁଜୁ ହୋଇଛି ।

ଚଳିତ ବର୍ଷ ଲକ୍ ଡାଉନ୍ ଅବଧିରେ 15 ଟି ସଡକ ଦୁର୍ଘଟଣାର ମୃତ୍ୟୁ ଘଟିଛି କିନ୍ତୁ ଗତ ବର୍ଷ ସମାନ ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା 181 ଥିଲା। ମାର୍ଚ୍ଚ 24 ରୁ COVID-19 ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍ ଡାଉନର ଘୋଷଣା କରିବା ପରେ ରାଜ୍ୟ ସମ୍ପୂର୍ଣ୍ଣ ଲକ୍ ଡାଉନରେ ଅଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.