ETV Bharat / bharat

ବିଶୁଦ୍ଧ ଜଳ ପାଇଁ ବିକଳ ଭାରତ, ସ୍ବଚ୍ଛ ଜଳ ସାତ ସପନ

ଜଳ ହିଁ ଜୀବନ ଏହା ନିରାଟ ସତ୍ୟ । ମାତ୍ର ବିଶୁଦ୍ଧ ଜଳ ହିଁ ସୁସ୍ଥ, ନିରୋଗ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ । ଏହା ବାସ୍ତବିକ ସତ୍ୟ । ସୁସ୍ଥ ଜୀବନ ସକାଶେ ଆବଶ୍ୟକ ସ୍ବଚ୍ଛ, ବିଶୁଦ୍ଧ ଓ ନିର୍ମଳ ଜଳ । ଅଧିକ ପଢନ୍ତୁ...

drinking water problem
ଡିଜାଇନ ଫଟୋ
author img

By

Published : Dec 3, 2019, 9:03 PM IST

ହାଇଦ୍ରାବାଦ: ଜଳ ବିନା ଜୀବନ ଶୂନ୍ୟ । ଜଳ ଶୂନ୍ୟ ବିଶ୍ବ ଏକ ବିକଳାଙ୍ଗ ପରିକଳ୍ପନା । ବୁନ୍ଦାଏ ପାଣିରେ ଥାଏ ପ୍ରାଣ । ହେଲେ ଏବେ ସାରା ବିଶ୍ବ ଉତ୍କଟ ଜଳସଙ୍କଟରେ ଦଳିଚକଟି ଗୁରୁତର ହେବାରେ ଲାଗିଛି । ଅନ୍ୟପଟେ ଆଉ ଏକ ଅଦୃଶ୍ୟ ପ୍ରଳୟର ପୂର୍ବାଭାସ ଦେଇ ସାରାଲାଣି । ଉପଲବ୍ଧ ପିଇବା ପାଣିର ସ୍ବଚ୍ଛତା, ବିଶୁଦ୍ଧତା ଓ ନିର୍ମଳତା ଉପରେ ବିରାଟ ପ୍ରଶ୍ନ । ଜଳ ହିଁ ଜୀବନ ଏହା ନିରାଟ ସତ୍ୟ ମାତ୍ର ବିଶୁଦ୍ଧ ଜଳ ହିଁ ସୁସ୍ଥ, ନିରୋଗ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ଏହା ବାସ୍ତବିକ ସତ୍ୟ । ସୁସ୍ଥ ଜୀବନ ସକାଶେ ଆବଶ୍ୟକ ସ୍ବଚ୍ଛ, ବିଶୁଦ୍ଧ ଓ ନିର୍ମଳ ଜଳ । ଏହାକୁ ନେଇ ଏକ ଆଲେଖ୍ୟ ।

ଜଳ ଯେତିକି ଦରକାର ଜଳର ଗୁଣବତ୍ତା ମନୁଷ୍ୟ ପାଇଁ ତାହା ଠାରୁ ଅତ୍ୟଧିକ ଆବଶ୍ୟକ । ମନୁଷ୍ୟ ଶରୀରରେ 50ରୁ 70 ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ ଜଳ ବିନା ଜୀବନ ଅସମ୍ଭବ କୁହାଯାଇଥାଏ । ଜଳ ମନୁଷ୍ୟ ଶରୀର ତାପମାତ୍ରା ଓ ଶରୀରର ରାସାୟନିକ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ କରିଥାଏ । ଯଦି ପିଇବା ପାଣିର ଶୁଦ୍ଧତା ସଠିକ ରହେ ତେବେ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା ମିଳିପାରିବ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(2019)ର ରିପୋର୍ଟ ଅନୁସାରେ ସାରା ବିଶ୍ବରେ ପାଖାପାଖି 146 ମିଲିୟନ ଲୋକ(ପାଖାପାଖି 19%)ପାଖକୁ ଶୁଦ୍ଧ ପିଇବା ପାଣି ପହଞ୍ଚି ପାରୁନାହିଁ ।

ଏନଏସଏସ(ଜାତୀୟ ନମୁନା ସର୍ବେକ୍ଷଣ)ର ସୂଚନା ଅନୁଯାୟୀ ଅଧିକାଂଶ ଲୋକ କୌଣସି ପ୍ରକାର ଶୁଦ୍ଧତା ଉପାୟ ଅବଲମ୍ବନ ବିନା ପାଣି ପିଉଛନ୍ତି । ଖାସ୍‌ କରି ଗ୍ରାମାଞ୍ଚଳରେ ଏହା ସର୍ବାଧିକ । ବିଭିନ୍ନ ସର୍ବେକ୍ଷଣ ରିପୋର୍ଟ ଏହା ଦର୍ଶାଉଛି ଯେ, ସାରା ବିଶ୍ବରେ ପାଖାପାଖି 80% ରୋଗ ମୁଖ୍ୟତଃ ଦୂଷିତ ଜଳ ପାନ କରିବା ଫଳରେ ହେଉଛି । ଡାଇରିଆ, ହଇଜା, ଟାଇଫଏଡ, ପୋଲିଓ ଭଳି ଅନେକ ରୋଗ ଦୂଷିତ ଜଳ ପାନ କରିବା କାରଣରୁ ହୋଇଥାଏ । ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ବିଶ୍ବରେ 5 ମିଲିୟନରୁ ଅଧିକ ଶିଶୁ ପ୍ରତିବର୍ଷ ଡାଇରିଆରେ ପଡି ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଦୂଷିତ ଜଳ ପିଇବା କାରଣରୁ ଲୋକ ହେପାଟାଇଟସ୍‌ ଓ ପେଟ ସଂକ୍ରମଣରେ ପୀଡିତ ହେଉଛନ୍ତି । ପାଖାପାଖି 68.5 କୋଟି ଲୋକ ପେଟ ଜନିତ ରୋଗରେ ପୀଡିତ । ସେହିପରି 32.5କୋଟି ଲୋକ ହେପାଟାଇଟସ୍‌ ସି ରେ ସଂକ୍ରମିତ । ଅନେକ ଦେଶରେ ସ୍ବାସ୍ଥ୍ୟସେବା,ସ୍ବଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନ ନେଇ କୌଣସି ପ୍ରକାର ବ୍ୟବସ୍ଥା ଏପର୍ଯ୍ୟନ୍ତ କରିନାହାଁନ୍ତି ।

ବର୍ତ୍ତମାନ ସମୟରେ ଲୋକେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଧ୍ୟାନ ଦେଉନାହାଁନ୍ତି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦ୍ୟ ସୂଚନା ଅନୁଯାୟୀ ସାରା ଦୁନିଆରେ 78.5ମିଲିୟନରୁ ଅଧିକ ଲୋକଙ୍କୁ ଶୁଦ୍ଧ ପାନୀୟ ଉପଯୋଗୀ ଜଳ ଯୋଗାଣ ହୋଇ ପାରୁନାହିଁ । ଏଥି ମଧ୍ୟରୁ 14.4 ମିଲିୟନ ପ୍ରଦୂଷିତ ପାଣି ପିଉଛନ୍ତି । ଜାତିସଂଘର ସୂଚନା ଅନୁସାରେ ସାରା ବିଶ୍ବରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ମୌଳିକ ଅଧିକାର । ମାତ୍ର ସରକାର ଏଥିପ୍ରତି ତିଳେ ମାତ୍ର ଗୁରୁତ୍ବ ଦେଉନଥିବା ଦେଖାଦେଇଛି ।

ଜାତିସଂଘ ବର୍ଷ 2010 ଠାରୁ ସାର୍ବଜନିକ ଜୀବନଧାରଣ ସମ୍ଭାବନାକୁ ଆଖି ଆଗରେ ରଖି ଡାଟା ପ୍ରକାଶ କରିଆସୁଛି । ‘ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ’ରେ ଜଳ ସଂସାଧାନ ସହିତ ସାମାଜିକ, ଆର୍ଥିକ ଓ ବିକାଶାତ୍ମକ ପରିସ୍ଥିତି ସମୂହକୁ ଧ୍ୟାନରେ ରଖି ଏହି ତଥ୍ୟ ଜାରି କରାଯାଉଛି । ସର୍ବେକ୍ଷଣରେ ମୋଟ 189 ଦେଶକୁ ବିଚାରରେ ରଖି ଏହି ତଥ୍ୟ ପ୍ରଦାନ କରାଯାଇଛି । ସବୁଠାରୁ ଛୋଟ ଦେଶ ନରୱେ ଏହି ସୂଚକାଙ୍କର ଶୀର୍ଷରେ ରହିଛି । ସେହିପରି ପଡୋଶୀ ଦେଶ ଶ୍ରୀଲଙ୍କା ତାଲିକାର 75ତମ ସ୍ଥାନରେ ରହି ନିଜର ସର୍ବୋତ୍ତମ ଦିଗକୁ ଦର୍ଶାଇଛି । ଏହି ସଂକେତ ଏହା ପରିଦୃଷ୍ଟ କରିଛି ଯେ, ବିଭିନ୍ନ ଦେଶରେ ସାମାଜିକ, ଆର୍ଥିକ ଓ ବିକାଶାତ୍ମକ ପରିସ୍ଥିତି ସମେତ ପାନୀୟ ଜଳ ସଂଶାଧନର ସ୍ଥିତି କିଭଳି ରହିଛି ସେ ନେଇ ଅନୁଧ୍ୟାନ କରିବା ।

କେନ୍ଦ୍ର ସରକାରଙ୍କ ସଦ୍ୟତମ ସର୍ବେକ୍ଷଣ(2019) ଅନୁସାରେ ସାରା ଦେଶରେ କେବଳ 18.33% ଗ୍ରାମାଞ୍ଚଳ ଘରେ ନଳକୂପ ମାଧ୍ୟରେ ଜଳାଭାବ ଦୂରୀଭୂତ କରାଯାଉଛି । ସେହପରି ନଳକୂପ ମାଧ୍ୟମରେ 90% ସହରାଞ୍ଚଳରେ ପିଇବା ପାଣି ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତି ଏମାମଲାରେ ଅତ୍ୟନ୍ତ ସଂଗୀନ । ଏକ ଅଧ୍ୟୟନରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ନଳକୂପ ଜଳ ମଧ୍ୟ ପାନୀୟପଯୋଗୀ ନୁହେଁ । ନଳକୂପ ପାଣିରୁ ମଧ୍ୟ ଆବର୍ଜନା ଓ ଧୂଳି ନିର୍ଗତ ହେଉଛି । ପାଣିର ଗୁଣବତ୍ତା ପରୀକ୍ଷଣ ପାଇଁ 28 ମାପଦଣ୍ଡକୁ ବିଚାରକୁ ନିଆଯାଇଛି । ଏଥିରେ କୋଲକାତା, ଜୟପୁର, ଡେରାଡୁନ, ରାଞ୍ଚି ଓ ରାୟପୁର ଭଳି ସହରରେ ଜଳ ଆପୂର୍ତ୍ତି ପାଇଁ ବ୍ୟବହୃତ ନଳକୂପ ଜଳର ବିଶୁଦ୍ଧତା ଅତ୍ୟନ୍ତ ଚିନ୍ତାଜନକ । ଏହି ସମସ୍ତ ସହରମାରେ ଜଳର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାରବିମର୍ଶ ଜାରି ରହିଛି । ହାଇଦ୍ରାବାଦ, ଭୁବନେଶ୍ବର, ଥିରୁଅନନ୍ତପୁରମ, ପାଟନା, ଭୋପାଳ, ଅମରାବତୀ, ସିମଲା, ବେଙ୍ଗାଲୁରୁ, ଚଣ୍ଡୀଗଡ, ଲକ୍ଷ୍ନୌ ଓ ଜମ୍ମୁ ଭଳି ସହରେ ପିଇବା ପାଣିର ସ୍ବଚ୍ଛତା ସବୁଠାରୁ ଖରାପ ସ୍ଥିତିରେ ରହିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସ୍ଥିତିରେ ସୁଧାର ରହିଛି । ସହରରେ ପିଇବା ପାଣିର ଗୁଣବତ୍ତା ମାନଦଣ୍ଡର ପାଳନ ସଠିକ ଭାବରେ ହେଉଥିବା ସ୍ପଷ୍ଟ ଅନୁମେୟ।

ଭାରତରେ ପାଖାପାଖି 20ଟି ରାଜ୍ୟର ଅନେକ ବଡ ବଡ ସହରରେ ବସବାସ କରୁଥିବା ବାସିନ୍ଦାଙ୍କ ପାଇଁ ସରକାର ସୁରକ୍ଷିତ ସ୍ବଚ୍ଛ ପିଇବା ପାଣି ଉପଲବ୍ଧ କରିପାରୁ ନାହାଁନ୍ତି । ‘ଇଣ୍ଡିଆ ୱାଟର ପୋର୍ଟାଲ’(2019)ର ରିପୋର୍ଟ ଅନୁଯାୟୀ ଦେଶରେ ବାର୍ଷିକ 37.3 କୋଟି ଲୋକ ଜଳଜନିତ ରୋଗ ଭୋଗୁଛନ୍ତି । ଏଥିରୁ ପାଖାପାଖି 10.5ଲକ୍ଷ ଲୋକ ଡାଇରିଆରେ ପ୍ରାଣ ହରାଉଛନ୍ତି । ସମଗ୍ର ଦେଶରେ ପ୍ରଦୂଷିତ ଜଳ ପାନ କରି ସଂକ୍ରମିତ ଲୋକଙ୍କୁ ନିଜର ଦୈନନ୍ଦିନ କାର୍ଯ୍ୟପନ୍ଥା ହରାଇବା ସହ ଆର୍ଥିକ ରୂପରେ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି । ସରକାର ଏହି ସ୍ଥିତିରୁ ବାହାରିବା ପାଇଁ ସମସ୍ତ ପ୍ରକାର କସରତ କରୁଛନ୍ତି । ମାତ୍ର ଏହା ପର୍ଯ୍ୟାପ୍ତ ଓ ସନ୍ତୋଷଜନକ ହେଲା ଭଳି ପ୍ରତୀୟମାନ ହେଉଛି ।

କେନ୍ଦ୍ର ସରକାର 2020 ସୁଦ୍ଧା ପୂର୍ବୋତ୍ତର ରାଜ୍ୟର ଅନେକ ସହର ସମେତ 100 ସ୍ମାର୍ଟ ସିଟି, ଜିଲ୍ଲା ମୁଖ୍ୟାଳୟରେ ପିଇବା ପାଇଁର ପରୀକ୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତିରେକ କେନ୍ଦ୍ର ସରକାର 2024 ସୁଧା ଦେଶର ସମସ୍ତ ଘରକୁ ସୁରକ୍ଷିତ ଶୁଦ୍ଧ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ 3.5 ଲକ୍ଷ କୋଟିର ବଜେଟକୁ ଅନୁମୋଦନ ମିଳଛି ।

ପାଇପ ଯୋଗେ ଘରେ ଘରେ ବିଶୁଦ୍ଧ, ସ୍ବଚ୍ଛ ଜଳ ଯୋଗାଣ ଅନେକାଂଶ ଜଳ ଜନିତ ରୋଗକୁ ଦୂରୀଭୂତ କରିବାରେ ସକ୍ଷମ ରହିବ । ଯେଉଁ ସବୁ କ୍ଷେତ୍ରରେ ଜଳ ଆପୂର୍ତ୍ତି ପୂରଣ କରିବା ପାଇଁ ଜଳ ଯୋଗାଣ କରାଯାଉଛି ସେ ସମସ୍ତ ଅଞ୍ଚଳରେ ଜଳର ଗୁଣବତ୍ତା ନିୟମିତ ଭାବରେ ଯାଞ୍ଚ କରାଯିବା ଉଚିତ ।

ଏସମସ୍ତ ଦିଗ ଭିନ୍ନ ଜନ ସଚେତନତା ମୁଖ୍ୟ ଉପକରଣ, ଅସ୍ବଚ୍ଛ ପିଇବା ପାଣିରୁ ବ୍ୟାପୁଥିବା ରୋଗ ସହ ଲଢେଇ କରିବା ପାଇଁ । ସାବଧାନ ଓ ସଚେତନତା ହିଁ ଜଳ ଜନିତ ରୋଗକୁ ମୁକ୍ତି ପାଇଁ ପ୍ରମୁଖ ଅସ୍ତ୍ର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.