ETV Bharat / bharat

କୋରୋନା ଭୟ: ଶକ୍ତି ବଢାଇବ ବିଭିନ୍ନ ସ୍ବାଦର ପାଣି - କୋରୋନା ପ୍ରଭାବ

ଗବେଷକ ଦାବି କରିଛନ୍ତି ଯେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ 19 ଭୂତାଣୁ ଶିଘ୍ର ସଂକ୍ରମିତ କରିଥାଏ । ଏଥିପାଇଁ ନିଜକୁ ସୁସ୍ଥ ରଖିବାକୁ ପ୍ରଥମେ ଆମକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେବ । ଅଧିକ ପଢନ୍ତୁ...

କୋରୋନା ଭୟ: ଶକ୍ତି ବଢାଇବ ବିଭିନ୍ନ ସ୍ବାଦର ପାଣି

author img

By

Published : Mar 25, 2020, 10:27 PM IST

ହାଇଦ୍ରାବାଦ: ସାରା ଦେଶରେ 500ରୁ ଅଧିକ ଲୋକଙ୍କୁ ଗ୍ରାସ କରିଛି ମହାମାରୀ କୋରୋନା । ମୁକାବିଲା ଲାଗି 21 ଦିନ ଲକଡାଉନ ଘୋଷଣା ସହ ସମସ୍ତ ସ୍କୁଲ, କଲେଜ ଓ ସର୍ବସାଧାରଣ ଜାଗାକୁ ସରକାର ବନ୍ଦ କରିଛନ୍ତି । ଏହାସହ ଅନେକ ଜାଗାରେ କର୍ଫ୍ୟୁ ମଧ୍ୟ ଜାରି ହୋଇଛି । ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ଆମ କର୍ତ୍ତବ୍ୟ ହେଉଛି ଘରେ ନିଜକୁ କ୍ବାରେଣ୍ଟାଇନରେ ରଖି ସୁରକ୍ଷିତ ରହିବା ।

ଗବେଷକ ଦାବି କରିଛନ୍ତି ଯେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ 19 ଭୂତାଣୁ ଶିଘ୍ର ସଂକ୍ରମିତ କରିଥାଏ । ଏଥିପାଇଁ ନିଜକୁ ସୁସ୍ଥ ରଖିବାକୁ ପ୍ରଥମେ ଆମକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେବ । ଆଉ ଏପରି କରିବାର ସହଜ ଓ ଶ୍ରେଷ୍ଠ ଉପାୟ ହେଉଛି ପ୍ରଚୁର ମାତ୍ରାରେ ପାଣି ପିଇବା । ପ୍ରତିଦିନ ଆମ ଶରୀରକୁ 3 ଲିଟର ପାଣିର ଆବଶ୍ୟକ ରହିଛି । ପାଣି ପିଇବା ଦ୍ବାରା ଆମ ଶରୀରରୁ ସମସ୍ତ ଅପରିଷ୍କାର ପଦାର୍ଥ ଦୂର ହୋଇ ଏକ ନୂଆ ଶକ୍ତି ମିଳିଥାଏ । ସାଧାରଣତଃ ଲୋକେ ଘରେ ଥିବାବେଳେ ବାରମ୍ବାର ପାଣି ପିଇବାକୁ ଅନିଚ୍ଛା ପ୍ରକାଶ କରନ୍ତି । ତେବେ ସାଧାରଣ ପାଣିକୁ ପିଇବାକୁ ଅମଙ୍ଗ ହେଉଥିବା ଲୋକଙ୍କ ପାଇଁ ଆମେ କିଛି ଭିନ୍ନ ଧରଣର ଉପାୟ ନେଇଆସିଛୁ ।

ଏକ ଜଗ ପାଣିରେ ଆପଣଙ୍କ ମନପସନ୍ଦର ଫଳକୁ ଭଲ ଭାବେ ଧୋଇ ରଖନ୍ତୁ । ଏହାକୁ 3ରୁ 4 ଘଣ୍ଟା ଯାଏଁ ଫ୍ରିଜରେ ରଖିଦିଅନ୍ତୁ । ଏହାପରେ କାଢି ଏହି ପାଣି ପିଅନ୍ତୁ । ସେହି ଫଳର ଭିଟାମିନ ଏହି ପାଣି ସହ ମିଶିଯିବା ସହ ଏକ ନୂଆ ସ୍ବାଦ ଦେବ । ସେହିପରି ଗୋଟିଏ ଗ୍ଲାସ ପାଣିରେ ଫାଳେ ଲେମ୍ବୁ ଚିପୁଡି ଏକ ଘଣ୍ଟା ରଖିଦିଅନ୍ତୁ । ଏଥିରେ ମହୁ କିମ୍ବା ଜଲଜିରା ମିଶାଇ ପାରିବେ । ଏହାପରେ ଏହି ପାଣି ପିଅନ୍ତୁ । ଲେମ୍ବୁରେ ଭିଟାମିନ ସି ଥାଏ ଯାହା ଆପଣଙ୍କ ଶରୀରକୁ ପ୍ରୋଟିନ ଯୋଗାଇବ ।

ଶରୀରକୁ ଶକ୍ତି ଦେବାରେ ଆୟୁର୍ବେଦିକ ଦ୍ରବ୍ୟ ଗୁରୁତ୍ବପୂର୍ଣ ଭୂମିକା ନେଇଥାଏ । ଏଥିପାଇଁ ତୁଳସୀ, ପୁଦିନା ପତ୍ର ମୁଖ୍ୟ ଔଷଧ କହିଲେ ଅତ୍ୟୁକ୍ତି ହେବନି । କିଛି ତାଜା ତୁଳସୀ ଓ ପୁଦିନା ପତ୍ରରେ ଛୋଟ ଛୋଟ ଅଦା ଖଣ୍ଡ ମିଶାଇ 2 ଲିଟର ପାଣିରେ ରଖିଦିଅନ୍ତୁ । ଏହା ଭଲ ଭାବେ ମିଶ୍ରଣ ହେବା ପରେ ଏହାକୁ ପିଇବେ । ସେହିପରି 2 କପ ଗରମ ପାଣିରେ 7ଟି ହର୍ବାଲ ଚା’ ବ୍ୟାଗ ମିଶାଇ କିଛି ସମୟ ଫ୍ରିଜରେ ରଖି ପିଇପାରିବେ । କମଳା ଓ ଲେମ୍ବୁକୁ ଛଡାଇ ଏହାର ଚୋପାକୁ ଛୋଟ ଛୋଟ ଖଣ୍ଡ କରି ରାତିସାରା ଭିଜାଇ ସକାଳେ ଏହି ପାଣି ପିଅନ୍ତୁ ।

ସେହିପରି କାକୁଡି ଓ ଲେମ୍ବୁର ଛୋଟ ଛୋଟ ଖଣ୍ଡରୁ ଥଣ୍ଡା ସର୍ବତ ବନାଇ ପିଇପାରିବେ । ଏହିସବୁ ପାଣି ଆପଣଙ୍କୁ ଏକ ନୂଆ ସ୍ବାଦ ଦେବା ସହ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.