ETV Bharat / bharat

ସକାଳୁ ପିଅନ୍ତୁ ପାଳଙ୍ଗ ଜୁସ, ଫ୍ରେସ ରହିବା ସହ ମିଳିବ ଅନେକ ଫାଇଦା - ସକାଳୁ ପିଅନ୍ତୁ ପାଳଙ୍ଗ ଜୁସ

ପାଳଙ୍ଗ ଶାଗ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ପିଇ ପାରିବେ । ଏଥିରେ ଥିବା ଅନେକ ପୁଷ୍ଟିକର ଗୁଣ ଆପଣଙ୍କୁ ସତେଜ ଓ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ । ଅଧିକ ପଢନ୍ତୁ...

ସକାଳୁ ପିଅନ୍ତୁ ପାଳଙ୍ଗ ଜୁସ, ଫ୍ରେସ ରହିବା ସହ ମିଳିବ ଅନେକ ଫାଇଦା

author img

By

Published : May 19, 2020, 3:03 PM IST

ହାଇଦ୍ରାବାଦ: ପାଳଙ୍ଗ ଶାଗ ଏକ ଏପରି ସବୁଜ ପରିବା ଯାହାକୁ ଆମ ସହଜରେ ବଜାରରେ ପାଇଥାଉ । ଆମେ ଏହାକୁ ଶାଗ, ତରକାରି, ସୁପ ଏବଂ ଜୁସ ଭାବରେ ପିଇବା ପାଇଁ ବ୍ୟବହାର କରିଥାଉ । ଏଥିରେ ଥିବା ଭିଟାମିନ ଏବଂ ମିନେରାଲ୍ସ ଆପଣଙ୍କ ଶରୀରକୁ ପ୍ରାୟ ସମସ୍ତ ପୋଷକ ତତ୍ତ୍ୱ ଯୋଗାଇବାରେ ସକ୍ଷମ ବୋଲି ବିବେଚନା କରାଯାଏ । ବୈଜ୍ଞାନିକ ଏବଂ ଡାକ୍ତରମାନେ ବିଶ୍ବାସ କରନ୍ତି ଯେ, ସକାଳେ ପାଳଙ୍ଗ ରସ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିବ ଯେଉଁଥିପାଇଁ ଆପଣ ସୁସ୍ଥ ରହିପାରିବେ । ଆସନ୍ତୁ ଜାଣିବା ସକାଳେ ପାଳଙ୍ଗ ରସ ସେବନ ଦ୍ବାରା ଆମର କି ପ୍ରକାର ଫାଇଦା ମିଳିଥାଏ ।

ଶରୀରକୁ ଡିଟକ୍ସ କରେ

ଶରୀରକୁ ଡିଟାକ୍ସିଫାଇ କରିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ବାରା ଆପଣଙ୍କ ଶରୀରରେ ଥିବା ସମସ୍ତ ମଇଳା ସଫା ହୋଇପାରିବ ଏବଂ ସେହି କାରଣରୁ ଆପଣଙ୍କ ଶରୀରରେ କୌଣସି ପ୍ରକାରର ରୋଗ ଦେଖାଦେବ ନାହିଁ । ପାଳଙ୍ଗ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଏହାର ରସ ପିଇବା ଶରୀରକୁ ଡିଟାକ୍ସିଫାଇ କରିବାରେ ବହୁତ ସାହାଯ୍ୟ କରିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ପାଳଙ୍ଗରେ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ । ଭିଟାମିନ-ସି ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରେ ଏବଂ ପ୍ରତିରକ୍ଷା କୋଷକୁ ଶକ୍ତିଶାଳୀ କରେ । ଏହା ସିଧାସଳଖ ଆମର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ ଏବଂ ଏହା ଶକ୍ତିଶାଳୀ ହୁଏ । ତେଣୁ, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ସପ୍ତାହରେ 3 ରୁ 4 ଥର ପାଳଙ୍ଗ ରସ ପିଇବା ଉଚିତ ।

ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ

ପାଳଙ୍ଗ ରସରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ଏ ମଧ୍ୟ ଥାଏ । ଏହି ଭିଟାମିନ ଆମ ଆଖି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ଡାକ୍ତର ଆମକୁ ଭିଟାମିନ-ଏ ଯୁକ୍ତ ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଭିଟାମିନ-ଏ ଖାଇବା ଦ୍ୱାରା ଆମର ଦୃଷ୍ଟି ଶକ୍ତି ଠିକ ରହିଥାଏ ଏବଂ ଆମେ ଅନେକ ପ୍ରକାରର ଚକ୍ଷୁ ରୋଗରୁ ମଧ୍ୟ ମୁକ୍ତି ପାଇଥାଉ । ତେଣୁ, ଆଖିର ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଆପଣ ପାଳଙ୍ଗ ରସ ଖାଇବା ନିତ୍ୟାନ୍ତ ଜରୁରୀ ।

ପୁଷ୍ଟିକର ଖାଦ୍ୟରେ ଭରପୁର ପାଳଙ୍ଗ

ପାଳଙ୍ଗକୁ ପୁଷ୍ଟିକର ଭଣ୍ଡାର ମଧ୍ୟ କୁହାଯାଏ । ଏଥିରେ କ୍ୟାଲୋରୀ, ଆଇରନ୍, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ସି, ଫୋଲେଟ, ପ୍ରୋଟିନ ଏବଂ କ୍ୟାଲସିୟମ ପରି ପୁଷ୍ଟିକର ଉପାଦାନ ଥାଏ । ତେଣୁ, ଯଦି ଆପଣ ଏକ ଗ୍ଲାସ ପାଳଙ୍ଗ ରସ ପିଉଛନ୍ତି, ତେବେ ଆପଣ ପର୍ଯ୍ୟାପ୍ତ ପରିମାଣରେ ଅନେକ ପୁଷ୍ଟିକର ଉପାଦାନ ପାଇପାରିବେ । ଆପଣ ଏଗି ରସକୁ ମର୍ଣ୍ଣିଂ ଓ୍ବାର୍କ ପରେ ମଧ୍ୟ ଆସି ପିଇ ପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.