ETV Bharat / bharat

ଲକଡାଉନ ଟିପ୍ସ: ପାଣି ଦୂର କରିବ କୋରୋନା ଡର - drink water

ପ୍ରତିଦିନ ଆମ ଶରୀରକୁ 3 ଲିଟର ପାଣିର ଆବଶ୍ୟକ ରହିଛି । ପାଣି ପିଇବା ଦ୍ବାରା ଆମ ଶରୀରରୁ ସମସ୍ତ ଅପରିଷ୍କାର ପଦାର୍ଥ ଦୂର ହୋଇ ଏକ ନୂଆ ଶକ୍ତି ମିଳିଥାଏ । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ପାଣି ଦୂର କରିବ କୋରୋନା ଡର
ଲକଡାଉନ ଟିପ୍ସ: ପାଣି ଦୂର କରିବ କୋରୋନା ଡର
author img

By

Published : Apr 5, 2020, 1:01 AM IST

ହାଇଦ୍ରାବାଦ: ଗବେଷକ ଦାବି କରିଛନ୍ତି ଯେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ କୋଭିଡ-19 ଭୂତାଣୁ ଶୀଘ୍ର ସଂକ୍ରମିତ କରିଥାଏ । ଏଥିପାଇଁ ନିଜକୁ ସୁସ୍ଥ ରଖିବାକୁ ପ୍ରଥମେ ଆମକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେବ । ଆଉ ଏପରି କରିବାର ସହଜ ଓ ଶ୍ରେଷ୍ଠ ଉପାୟ ହେଉଛି ପ୍ରଚୁର ମାତ୍ରାରେ ପାଣି ପିଇବା ।

ପ୍ରତିଦିନ ଆମ ଶରୀରକୁ 3 ଲିଟର ପାଣିର ଆବଶ୍ୟକ ରହିଛି । ପାଣି ପିଇବା ଦ୍ବାରା ଆମ ଶରୀରରୁ ସମସ୍ତ ଅପରିଷ୍କାର ପଦାର୍ଥ ଦୂର ହୋଇ ଏକ ନୂଆ ଶକ୍ତି ମିଳିଥାଏ । ସାଧାରଣତଃ ଲୋକେ ଘରେ ଥିବାବେଳେ ବାରମ୍ବାର ପାଣି ପିଇବାକୁ ଅନିଚ୍ଛା ପ୍ରକାଶ କରନ୍ତି । ତେବେ ସାଧାରଣ ପାଣିକୁ ପିଇବାକୁ ଅମଙ୍ଗ ହେଉଥିବା ଲୋକଙ୍କ ପାଇଁ ଆମେ କିଛି ଭିନ୍ନ ଧରଣର ଉପାୟ ନେଇଆସିଛୁ ।

ଫଳ ଭଲ ଭାବେ ଧୋଇ ପାଣିରେ 3ରୁ 4 ଘଣ୍ଟା ଯାଏଁ ଫ୍ରିଜରେ ରଖିଦିଅନ୍ତୁ । ଏହାପରେ କାଢି ଏହି ପାଣି ପିଅନ୍ତୁ । ଫଳର ଭିଟାମିନ ଏହି ପାଣି ସହ ମିଶିଯିବା ସହ ଏକ ନୂଆ ସ୍ବାଦ ଦେବ । ସେହିପରି ଗୋଟିଏ ଗ୍ଲାସ ପାଣିରେ ଫାଳେ ଲେମ୍ବୁ ଚିପୁଡି ଏକ ଘଣ୍ଟା ରଖିଦିଅନ୍ତୁ । ଏଥିରେ ମହୁ କିମ୍ବା ଜଲଜିରା ମିଶାଇ ପିଅନ୍ତୁ ।

ଶରୀରକୁ ଶକ୍ତି ଦେବାରେ ଆୟୁର୍ବେଦିକ ଦ୍ରବ୍ୟ ଗୁରୁତ୍ବପୂର୍ଣ ଭୂମିକା ନେଇଥାଏ । ଏଥିପାଇଁ ତୁଳସୀ, ପୁଦିନା ପତ୍ର ମୁଖ୍ୟ ଔଷଧ କହିଲେ ଅତ୍ୟୁକ୍ତି ହେବନି । କିଛି ତାଜା ତୁଳସୀ ଓ ପୁଦିନା ପତ୍ରରେ ଛୋଟ ଛୋଟ ଅଦା ଖଣ୍ଡ ମିଶାଇ 2 ଲିଟର ପାଣିରେ ରଖିଦିଅନ୍ତୁ । ଏହା ଭଲ ଭାବେ ମିଶ୍ରଣ ହେବା ପରେ ଏହାକୁ ପିଇବେ ।

ସେହିପରି 2 କପ ଗରମ ପାଣିରେ 7ଟି ହର୍ବାଲ ଚା’ ବ୍ୟାଗ ମିଶାଇ କିଛି ସମୟ ଫ୍ରିଜରେ ରଖି ପିଇପାରିବେ । କମଳା ଓ ଲେମ୍ବୁକୁ ଛଡାଇ ଏହାର ଚୋପାକୁ ଛୋଟ ଛୋଟ ଖଣ୍ଡ କରି ରାତିସାରା ଭିଜାଇ ସକାଳେ ଏହି ପାଣି ପିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.