ETV Bharat / bharat

ଲବଙ୍ଗ ପାଣି ପିଅନ୍ତୁ, ମୋଟାପଣ ଦୂର କରନ୍ତୁ - health tips

ଅନେକ ଗୁଣଧାରୀ ଲବଙ୍ଗକୁ ଆପଣ ମୋଟାପଣ ଦୂର କରିବାରେ ବ୍ୟବହାର କରିପାରିବେ । ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ । ଲବଙ୍ଗ ଖାଦ୍ୟର ସ୍ବାଦ ବଢାଇବା ସହ ଆପଣଙ୍କ ଶରୀରକୁ ରୋଗ ମୁକ୍ତ ରଖେ । ଅଧିକ ପଢନ୍ତୁ...

ଲବଙ୍ଗ ପାଣି ପିଅନ୍ତୁ, ମୋଟାପଣ ଦୂର କରନ୍ତୁ
ଲବଙ୍ଗ ପାଣି ପିଅନ୍ତୁ, ମୋଟାପଣ ଦୂର କରନ୍ତୁ
author img

By

Published : Jun 17, 2020, 2:02 PM IST

ହାଇଦ୍ରାବାଦ: ଲବଙ୍ଗ ହେଉଛି ଏକ ମସଲା ଯାହା ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଏହାର ଭିନ୍ନ ସ୍ୱାଦ ଏବଂ ସୁଗନ୍ଧ ହେତୁ ଲବଙ୍ଗ ଅନେକ ପ୍ରକାରର ଖାଦ୍ୟରେ ବ୍ୟବହୃତ ହୁଏ । ଏହା ଯେପରି ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରାଇଥାଏ, ସେହିପରି ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଆପଣ ଜାଣନ୍ତି କି ଏହା ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ସୁଗନ୍ଧିତ ମସଲା ଶରୀରର ବର୍ଦ୍ଧିତ ଚର୍ବିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।

ପ୍ରୋଟିନ, ଆଇରନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ସୋଡିୟମ ଏବଂ ହାଇଡ୍ରୋକ୍ଲୋରିକ ​​ଏସିଡ ପ୍ରଚୁର ପରିମାଣରେ ମିଳିଥାଏ । ଏହା କେବଳ ମେଦବହୁଳତାକୁ ହ୍ରାସ କରେ ନାହିଁ ବରଂ ଶରୀରକୁ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଲବଙ୍ଗ ମୋଟାପଣକୁ ହ୍ରାସ କରେ

ଲବଙ୍ଗ ଶରୀରର ମେଟାବୋଲିଜିମକୁ ଉତ୍ତେଜିତ କରିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ମସଲାରେ ଆଣ୍ଟିକୋଲେଷ୍ଟେରିକ ଏବଂ ଆଣ୍ଟି-ଲିପିଡ ଗୁଣ ମଧ୍ୟ ଥାଏ । ଯେତେବେଳେ ଏହି ଶକ୍ତିଶାଳୀ ମସଲା ଗୋଲମରିଚ, ଡାଲଚିନି ଏବଂ ଜିରା ସହିତ ମିଶ୍ରିତ ହୁଏ, ଏହା ଶରୀରର ମେଟାବୋଲିକ ହାରକୁ ଶୀଘ୍ର ବଢାଇବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଅକ୍ସିଡେଟିଭ ଚାପକୁ ହ୍ରାସ କରିଥାଏ । କମ ଅକ୍ସିଡେଟିଭ ଚାପ ରୋଗର ଆଶଙ୍କା ହ୍ରାସ କରେ । ଲବଙ୍ଗ ରକ୍ତରେ ଶର୍କରାକୁ ମଧ୍ୟ ନିୟନ୍ତ୍ରଣରେ ରଖେ ।

ଆସନ୍ତୁ ଜାଣିବା କିପରି ଏହି ପାନୀୟ ପ୍ରସ୍ତୁତ କରାଯାଏ ।

50 ଗ୍ରାମ ଲବଙ୍ଗ

50 ଗ୍ରାମ ଡାଲଚିନି

50 ଗ୍ରାମ ଜିରା

କିପରି କରିବେ ପ୍ରସ୍ତୁତ

ଏକ ପ୍ୟାନରେ ଲବଙ୍ଗ, ଡାଲଚିନି ଏବଂ ଜିରା ଭାଜନ୍ତୁ, ଯେପର୍ଯ୍ୟନ୍ତ ସେଥିରୁ ସୁଗନ୍ଧ ନବାହାରିଛି ସେ ପର୍ଯ୍ୟନ୍ତ ଭାଜନ୍ତୁ । ବର୍ତ୍ତମାନ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଏକ ଏୟାରଟାଇଟ ପାତ୍ରରେ ରଖନ୍ତୁ ।

କିପରି ପିଇବେ

ଏହି ମିଶ୍ରଣର ଏକ ଚାମଚକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ବର୍ତ୍ତମାନ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ ଏବଂ ପ୍ରତିଦିନ ସକାଳେ ଖାଲି ପେଟରେ ଖାଆନ୍ତୁ । ଏହା ସହିତ, ଆପଣଙ୍କୁ ନିୟମିତ ବ୍ୟାୟାମ ଏବଂ ସୁସ୍ଥ ଖାଦ୍ୟ ମଧ୍ୟ ଅନୁସରଣ କରିବାକୁ ପଡିବ । ତେବେ ଯାଇ ଆପଣ ସଠିକ ଫଳାଫଳ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.