ETV Bharat / bharat

ବଜାରରେ ମାରାତ୍ମକ ଚାଇନା ବାଣର ରାଜୁତି: ସତର୍କ ଘଣ୍ଟି ଦେଲା ଡିଆରଆଇ - chinese firecrackers new

ଚାଇନା ବାଣକୁ ନେଇ ଚେତାବନୀ ଦେଲା ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ  ଇଣ୍ଟେଲିଜେନ୍ସ(ଡିଆରଆଇ) । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Sep 30, 2019, 11:40 PM IST

ନୂଆଦିଲ୍ଲୀ: ଚାଇନା ବାଣକୁ ନେଇ ଚେତାବନୀ ଦେଲା ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆରଆଇ) । ବିଷାକ୍ତ ବାଣ ଭାରତରେ ପ୍ରବେଶ ପାଇଁ ବଡ ଧରଣର ସତର୍କ ସୂଚନା ଜାରି କରିଛି ଡିଆରଆଇ । ଏହି ଚେତାବନୀକୁ ସମସ୍ତ ତଦନ୍ତକାରୀ ଓ ଗୁଇନ୍ଦା ଏଜେନ୍ସିକୁ ଅବଗତ କରାଯାଇଛି । ଡିଆରଆଇର ସୂଚନା ଅନୁସାରେ ବୈଦେଶିକ ବେପାର ନୀତି ଅନୁସାରେ ବାଣର ଆମଦାନୀ ଉପରେ ପ୍ରତିବନ୍ଧ ଲାଗିଛି । ଏହାସହ ଅବୈଧ ଭାବରେ ବିଷାକ୍ତ ବାଣ ଭାରତରେ ପ୍ରବେଶ ନେଇ ଡିଆରଆଇ ଉଦବେଗ୍‌ ପ୍ରକାଶ କରିଛି ।

chinese firecrackers reaching india illegally
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହାର କାରଣ ମଧ୍ୟ ଜଣାଇ ଦିଆଯାଇଛି । ଚାଇନା ବାଣ ପରିବେଶ ପାଇଁ ବିଶେଷ କ୍ଷତିକାରକ ବୋଲି କୁହାଯାଇଛି । ସେହିଭଳି ଚୀନ ବାଣ ବିସ୍ଫୋଟକ ନିୟମ ୨୦୦୮ ବିରୋଧରେ କରୁଛି । ଏଥିରେ ରେଡ୍ ଲେଡ, କପର ଅକ୍ସାଇଡ ଓ ଲିଥିୟମ ଭଳି ବିପଦଜ୍ଜନକ ରାସାୟନିକ ପଦାର୍ଥ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି ।

ଅନ୍ୟପଟେ ଚୀନ୍ ଡିଲରମାନେ ନିଜର ବାର୍ଷିକ ଆୟ ଲକ୍ଷ୍ୟକୁ ପୂରଣ ଓ ଅତ୍ୟଧିକ ଲାଭ ଆଶାରେ ଭାରତର ବଜାରକୁ ସର୍ବାଧିକ ଫୋକସରେ ରଖି ବେପାର କରୁଛନ୍ତି ।

ଡିଆରଆଇ ପକ୍ଷରୁ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବହୁବାର ଚାଇନା ବାଣ ପ୍ରତି ସତର୍କ ଜାରି କରାଯାଇଛି । ଡିଆରଆଇ ପକ୍ଷରୁ ଆଲର୍ଟ ଜାରି କରିବା ପରେ କଷ୍ଟମ ବିଭାଗ ଦେଶର ବିଭିନ୍ନ ସ୍ଥାନରୁ ବହୁଳ ପରିମାଣରେ ଅବୈଧ ବାଣ ଜବତ କରିଛି । ଏତ ସବୁ ସତର୍କ ସୂଚନା .ଯାଞ୍ଚ ଓ ଧରପଗଡ ପରେ ମଧ୍ୟ ବାଣର ଅବୈଧ ଆମଦାନୀ ଉପରେ ରୋକ ଲଗାଯାଇ ପାରିନାହିଁ । ଏହା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାଜନକ ବିଷୟ ବୋଲି କୁହାଯାଉଛି ।

ଏହାସହ ଡିଆରଆଇ ପକ୍ଷରୁ ସମସ୍ତ ତଦନ୍ତକାରୀ ଓ ଗୁଇନ୍ଦା ଏଜେନ୍ସିକୁ ଚୀନ ବାଣ ଆମଦାନୀ ଉପରେ କଡା ନଜର ରଖିବା ପାଇଁ କୁହାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.