ମୁମ୍ବାଇ:ଅନ୍ତର୍ଜାତୀୟ କୋକାଇନ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ । ରାଜସ୍ବ ଓ ଇଣ୍ଟେଲିଜିଏନସି ନିର୍ଦ୍ଦେଶାଳୟ( ଡିଆରଆଇ) ଦ୍ବାରା ଏହି ରାକେଟର ପର୍ଦ୍ଦାଫାସ କରାଯାଇଛି । ରାକେଟରେ ସଂପୃକ୍ତ 4 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ମହିଳା ରହିଥିବା ବେଳେ ଦୁଇଟି ଆମେରିକୀୟ ନାଗରିକ ଅଛନ୍ତି । ଅଭିଯୁକ୍ତଙ୍କ ନିକଟରୁ 504 ଗ୍ରାମର କୋକାଇନ ଜବତ କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ 3 ରୁ 4 କୋଟି ହେବ ବୋଲି ଅନୁମାନ କରାଯାଉଛି ।
ଅଭିଯୁକ୍ତମାନେ ଏକ ବାଷ୍ପ ପ୍ରେସ ଲୁହାରେ କୋକାଇନ ଲୁଚାଇ ଟ୍ରିନିଦାଦ ଏବଂ ତୋବାଗୋରୁ ମୁମ୍ବାଇକୁ ଚାଲାଣ କରୁଥିଲେ । ଏନେଇ ମୁମ୍ବାଇ ଡିଆରଆଇ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲ । ରାକେଟକୁ ଧରିବା ପାଇ ଡିଆରଆଇ 'ଅପରେସନ କଲିପସୋ' ନାମକ ଏକ ଅପରେସନ ଚଳାଇଥିଲା । ତେବେ ତିନି ଦିନର ଲମ୍ବା ଅପରେସନ ପରେ ଅଭିଯୁକ୍ତଙ୍କୁ ଗିରଫ ସକ୍ଷମ ହୋଇଛି ଡିଆରଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ