ହାଇଦ୍ରାବାଦ: ଜୀବନ ଜିଇଁବାର ଶୈଳୀ ବଦଳାଇଦେଇଛି ମହାମାରୀ । ସଂକ୍ରମଣ ବ୍ୟାପିବାକୁ ଆଶଙ୍କା କରି ରଖାଯାଉଛି ସାମାଜିକ ଦୂରତା । ଏନେଇ ଅତି ଉନ୍ନତରୁ ଉନ୍ନତ ପଦକ୍ଷେପ ମାନ ମଧ୍ୟ ନିଆଯାଉଛି । ତେବେ ଅଫିସରେ ବ୍ୟବହାର ହେଉଥିବା ବାୟୋମାଟ୍ରିକ ଏବେ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଏହାକୁ ଆଖି ଆଗରେ ରଖି ବର୍ତ୍ତମାନ ଅଫିସରେ କର୍ମଚାରୀଙ୍କ ଉପସ୍ଥାନ ରଖିବାକୁ ଡିଆରଡିଓ ଉଦ୍ଭାବନ କରିଛି ଏକ ପ୍ରୟାସ । ଉପସ୍ଥାନ ବି ରହିବ ଆଉ ସାମାଜିକ ଦୂରତା ବି ।
ଏନେଇ ହାଇଦ୍ରାବାଦ ଡିଫେନ୍ସ ରିସର୍ଚ୍ଚ ଡେଭେଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସଫଳତାର ସହ AI ଆଦାରିତ ଆଟେଣ୍ଡାଟ ଆପ୍ଲିକେସନ୍ ବିକଶିତ କରିଛି ଯାହା କମ୍ ମୂଲ୍ୟର କ୍ୟାମେରା ସାହାଯ୍ୟରେ କଏଦ ହୋଇଥିବା ବ୍ୟକ୍ତିଙ୍କ ମୁହଁ ଦେଖି କର୍ମଚାରୀକୁ ଯାଞ୍ଚ କରିଥାଏ ।
ମିନିମାଲ ଅପଗ୍ରେଡେସନ ସହ AINA ନିୟୋଜିତ ହୋଇପାରିବ । GPU ଆଧାରରେ ଏହା ସାଧାରଣ ଡେସ୍କଟପରେ ମଧ୍ୟ ଇନସ୍ଟଲ ହୋଇପାରିବ । ଚେହେରାକୁ କ୍ୟାପଚର କରିବା ପାଇଁ ସିସିଟିଭି କ୍ୟାମେରା ବ୍ୟବାହର ହୋଇପାରିବ । ଏଥିରେ ହଜାର ହଜାର କର୍ମଚାରୀଙ୍କ ଚେହେରାକୁ ଗଚ୍ଛିତ କରାଯାଇପାରିବ । କାରଣ ଏଥିରେ 25 କେବି ରୁ କମ ଫାଇଲରେ ଏନକୋଡ ହୋଇଥାଏ । ତେବେ ଏହି ସିଷ୍ଟମ ସମ୍ପୂର୍ଣ୍ଣ ସକ୍ଷମ । ଯଦି କର୍ମଚାରୀଙ୍କ ସଂଖ୍ୟା ବଢେ ହେଲେ ବି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ ଓ ଯାଞ୍ଚ ସମୟ ସ୍ଥିର ରହିଥାଏ ।
ଏହା ସମ୍ପୂର୍ଣ୍ଣ ସୁରକ୍ଷିତ କାରଣ ଏହା ଏକ ସ୍ୱତନ୍ତ୍ର ସିଷ୍ଟମ ଭାବରେ କାମ କରେ ଏବଂ ଇଣ୍ଟରନେଟ୍ ସହିତ କୌଣସି ସଂଯୋଗର ଆବଶ୍ୟକତା ନାହିଁ । ଏହାଦ୍ୱାରା ଗୋପନୀୟତା ଏବଂ ନିରାପତ୍ତାକୁ ମଧ୍ୟ ସୁନିଶ୍ଚିତ କରିଥାଏ ।ଏହା ବର୍ତ୍ତମାନ ହାଇଦ୍ରାବାଦର ESIC ହସ୍ପିଟାଲରେ ସ୍ଥାପିତ ହୋଇଛି ।