ଚେନ୍ନାଇ: ତାମିଲନାଡୁରେ ବିଜୁଳି ଦର ବୃଦ୍ଧିର ପ୍ରତିବାଦ । ଏନେଇ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ କରୁଛି ବିରୋଧୀ ଡିଏମକେ । ଦଳର ସୁପ୍ରିମୋ ଏମ.କେ. ଷ୍ଟାଲିନ ନିଜ ବାସଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେହିପରି ଦଳର କର୍ମକର୍ତ୍ତାମାନେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟୀ ରଖିବା ସହ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରିଛନ୍ତି ।
ତାମିଲନାଡୁରେ ବିଜୁଳି ଦଳ ବୃଦ୍ଧିର ପ୍ରତିବାଦ । କେ. ପଲାନିସ୍ୱାମୀ ସରକାର ବିଜୁଳି ଦଳ ବୃଦ୍ଧି ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରିଛି ବିରୋଧୀ ଡିଏମକେ । ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ । କୋରୋନା ସଙ୍କଟ ମଧ୍ୟରେ ଆଜି ଦଳ ପକ୍ଷରୁ ବିକ୍ଷୋଭ କରାଯାଉଛି । ବିଜୁଳ ଦଳ ବୃଦ୍ଧି ପ୍ରତିବାଦରେ କଡ଼ା ବିରୋଧ କରିବାକୁ ଆହ୍ୱାନ ଦେଇଛି ଦଳ ।
@ANI