ଚଣ୍ଡିଗଡ଼: ଚଳିତଥର ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏନେଇ ଜୋର ଧରିଛି ପ୍ରଚାର ପ୍ରସାର । କୁହାଯାଉଛି ଶେଷ ପର୍ଯ୍ୟାୟର ପ୍ରଚାରଟି ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ରହିଛି । କାରଣ ମୋଦି ଏବେ ପାୱାରଫୁଲ ବୟାନ ଦେଇ ସିଧାସଳଖ ନିଜର ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି । ଚଣ୍ଡିଗଡରେ ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇ ପୁରୁଣା କଥା ମନେ ପକାଇଛନ୍ତି ସେ । କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ମଣିଶଙ୍କର ଆୟାରଙ୍କୁ କଟାକ୍ଷ କରିଛନ୍ତି ମୋଦି।
ଆହୁରି ପଢନ୍ତୁ ପୁଣି ଫେରିଲା ଆୟରଙ୍କ ‘ନୀଚ୍ ଆଦମୀ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଣ୍ଡିଗଡ଼ରେ ଆୟୋଜିତ ଜନସଭାରେ ନିଜର ଅଭିଭାଷଣରେ ଆୟାରଙ୍କୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି । କଥାରେ ଅଛି ଇଟ କା ଜବାବ ପଥର ମେ । 2017 ରେ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଆୟାର ମୋଦିଙ୍କୁ ‘ନିଚ୍ଚ ଆଦମୀ’ କହି ସମୋଲୋଚନା କରିଥିଲେ । ଏବେ ସେହି କଥାକୁ ମନେ ପକାଇ ଆୟରଙ୍କୁ କଡ଼ା ଯବାବ ଦେଇଛନ୍ତି ମୋଦି ।
ମୋଦିଙ୍କ ଭାଷଣରେ ‘ନିଚ୍ଚ ଜାତି’ ଶବ୍ଦଟି ହାଇଲାଇଟ ଥିଲା । ସେ କହିଛନ୍ତି, ଯେତେବେଳେ ଆୟର ତାଙ୍କୁ ନୀଚ୍ଚ କହିଥିଲେ ସେହି ସମୟରେ ରାହୁଲ ଗାନ୍ଧୀ ଆୟାରଙ୍କୁ ଦଳରୁ ବିତାଡିତ କରିଥିଲେ । କିନ୍ତୁ ସେତେବେଳେ ଲୋକ ଦେଖାଣିଆ ଡ୍ରାମା ଥିଲା । କାରଣ ପରବର୍ତ୍ତୀ ସମୟରେ ପୁଣି ଦଳରେ ସ୍ବାଗତ କରିଥିଲେ ଆୟରଙ୍କୁ । ପରେ ପରେ ପୁଣି ସେହି କଥାକୁ ଦହୋରାଇଥିଲେ ଆୟାର । ମୋଦିଙ୍କୁ ନିଚ୍ଚ ଜାତିର ମଣିଷ କହି ସମାଲୋଚନା କରିଥିଲେ । ତେବେ ଏନେଇ ମୋଦିଙ୍କ କହିବା କଥା ହେଲା ସେତେବେଳେ କଂଗ୍ରେସ ଯାହା କଲା ତାହା କଂଗ୍ରେସର ଚିନ୍ତାଧାରା ଥିଲା । ମୋତେ ଯେଉଁ ଗାଳି ଏବଂ ଅସମ୍ମାନ କରାଗଲା ସେଥିରେ କୌଣସି ଭୁଲ ନଥିଲା ବୋଲି କଂଗ୍ରେସ ପରବର୍ତ୍ତୀ ମୂହୂର୍ତ୍ତରେ କହିଲା ।