ETV Bharat / bharat

‘କୋରୋନା ଭାଇରସର ମୁକାବିଲା ପାଇଁ ଆମେ ପ୍ରସ୍ତୁତ’

author img

By

Published : Jan 24, 2020, 10:26 PM IST

କୋରୋନା ଭାଇରସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଅଧିକ ପଢନ୍ତୁ...

କରୋନା ଭାଇରସର ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଚୀନରେ ଧିରେ ଧିରେ କାୟା ମେଲାଉଛି କୋରୋନା ଭାଇରସ । ଏହି ଭାଇରସ ଏବେ ବିଶ୍ବବାସୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି । ତେବେ କୋରୋନା ଭାଇରସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଯିଦି କେହି ଭାଇରସ ଦ୍ବାରା ସଂକ୍ରମଣର ଶିକାର ହୁଅନ୍ତି ସେଥିପାଇଁ ଏମ୍ସରେ ଏକ ସ୍ବତନ୍ତ୍ର ଓ୍ବାର୍ଡର ବ୍ୟବସ୍ଥା ହୋଇଥିବା ଡାକ୍ତର ରଣଦୀପ ସୂଚନା ଦେଇଛନ୍ତି ।

ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବଲ କରାଯାଉଛି ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଏହାସହ ସ୍ବାସ୍ଥ୍ୟକର୍ମୀଙ୍କୁ ମାକ୍ସ ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । 24 ଜାନୁଆରୀରେ 96ଟି ଫ୍ଲାଇଟରେ ଆସିଥିବା 20,844 ଯାତ୍ରୀଙ୍କୁ କୋରୋନା ଭାଇରସର ଲକ୍ଷଣ ନେଇ ଯାଞ୍ଚ କରାଯାଇଥିଲା । ଶୁକ୍ରବାର ମଧ୍ୟ 19ଟି ଫ୍ଲାଇଟରେ 4082 ଜଣ ଯାତ୍ରୀଙ୍କ ଯାଞ୍ଚ କରାଯାଇଛି ବୋଲି ସୂଚନା ଦେଇଛି ଭାରତୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ । ହେଲେ ଭାରତରେ ଭାଇରସ ସଂକ୍ରମଣ ନେଇ କୌଣସି ମାମଲା ଏଯାଏ ସାମ୍ନାକୁ ଆସିନାହିଁ, କିନ୍ତୁ 3 ଜଣ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.