ETV Bharat / bharat

ଉତ୍ତରାଖଣ୍ଡର ପ୍ରତ୍ଯେକ ବ୍ଲକରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ: ପୋଖରିଆଲ୍

author img

By

Published : Sep 1, 2020, 1:35 PM IST

ଉତ୍ତରାଖଣ୍ଡରେ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପ୍ରତ୍ୟେକ ବ୍ଲକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ । ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

ଡେରାଡୁନ: ଉତ୍ତରାଖଣ୍ଡର ସୁଦୂର ପାହାଡ ଅଞ୍ଚଳରୁ ଦ୍ରୁତ ସ୍ଥାନାନ୍ତରଣ ଗୁଣାତ୍ମକ ଶିକ୍ଷାର ଅଭାବର ଏକ ପ୍ରମୁଖ କାରଣ । ଏଭଳି ପରିସ୍ଥିତିରେ ରାଜ୍ୟର ଏହି ଅଞ୍ଚଳରେ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପ୍ରତ୍ୟେକ ବ୍ଲକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ଼ଃ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି । ଏହି ଯୋଜନା ଉତ୍ତରାଖଣ୍ଡରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ନଜର ରଖିବେ । ଅନ୍ୟପକ୍ଷେ, ନୂତନ ଶିକ୍ଷା ନୀତି ବିଷୟରେ ନିଶଙ୍କ କହିଛନ୍ତି ଯେ ଉତ୍ତରାଖଣ୍ଡରେ ଶିକ୍ଷାର ଗୁଣରେ ଏହା ଏକ ବଡ ପରିବର୍ତ୍ତନ ।

ନୂତନ ଶିକ୍ଷା ନୀତି ଉତ୍ତରାଖଣ୍ଡ ପାଇଁ ଏକ ଉତ୍ସାହଜନକ ବିଷୟ ବୋଲି ପ୍ରମାଣିତ ହେବ । ଏହା ମାଧ୍ୟମରେ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରାଯିବ । ଏହା ସ୍ଥାନାନ୍ତରଣକୁ ରୋକିବାରେ ମଧ୍ୟ ବହୁ ପରିମାଣରେ ସାହାଯ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.