ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି କେହି କିଛି ଜାଣିବା ପାଇଁ ଚାହୁଁଛି ତେବେ ସଙ୍ଗେସଙ୍ଗେ ଗୁଗୁଲରେ ସର୍ଚ୍ଚ କରିଦେଉଛି । ନିକଟରେ ଜଣେ ମହିଳା ବେଙ୍ଗାଲୁରରେ ଜୋମାଟୋର ନମ୍ବର ସର୍ଚ୍ଚ କରିବା ସହ ସେଥିରେ ଫୋନ କରିବାରୁ ମହିଳାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲା । ତେଣୁ ଜରୁରୀ ନୁହଁଯେ ସବୁବେଳେ ଗୁଗୁଲରୁ ହିଁ ସବୁ ତଥ୍ୟ ମିଳିବ ତାହା ଠିକ ନୁହଁ । ଅନେକ ଥର ଗୁଗୁଲରେ ମଧ୍ୟ ଅନେକ ଭୁଲ ତଥ୍ୟ ମିଳିବାର ମଧ୍ୟ ଉଦାହରଣ ରହିଛି । ତେବେ ଗୁଗୁଲରେ ସର୍ଚ୍ଚ କରିବା ପୂର୍ବରୁ ଜାଣି ରଖନ୍ତୁ ଯେ, ଆପଣଙ୍କୁ କଣ ସର୍ଚ୍ଚ କରିବାର ଅଛି ଆଉ କଣ ନୁହଁ ।
ଇ-ମେଲ
ନିଜର ବ୍ୟକ୍ତିଗତ ଇ-ମେଲକୁ କୌଣସି ଜିନିଷ ପାଇଁ ବାରମ୍ବାର ଗୁଗୁଲରେ ସର୍ଚ୍ଚ କରିବା ବନ୍ଦ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଆକାଉଣ୍ଟ ହ୍ୟାକ ହେବା ସହ ପାସଓ୍ବାର୍ଡ ମଧ୍ୟ ଲିକ ହୋଇପାରେ । ଦୁନିଆରେ ସବୁଠୁ ବେସି ଇ-ମେଲ ହିଁ ହ୍ୟାକ ହେବାର ରିପୋର୍ଟ ରହିଛି । ଏହାର ଲକ୍ଷ ଲକ୍ଷ ଅଭିଯୋଗ ସାଇବର ସେଲରେ କରାଯାଇଛି ।
ଏହା କରନ୍ତୁ ନାହିଁ
ଗୁଗୁଲରେ କେବେ ନିଜର ପରିଚୟ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଗୁଗୁଲ ପାଖରେ ଆପଣଙ୍କ ବିଷୟରେ ସମସ୍ତ ଖବର ରହିଛି । ବାରମ୍ବାର ଏହା କରିବା ଦ୍ବାରା ଆପଣଙ୍କ ବିଷୟରେ ସମସ୍ତ ଖବର ଲିକ ହୋଇଯିବ । ଆଉ ହ୍ୟାକର ମାନେ ଏହି ସୁଯୋଗରହିଁ ଅପେକ୍ଷାରେ ଥାନ୍ତିଯେ, କେତବେଳେ ଏଭଳି ଘଟଣା ଘଟିବ ଆଉ ତାଙ୍କୁ ସୁବିଧା ହେବ ଏହାକୁ ସହଜରେ ହ୍ୟକ କରିବାକୁ ।
ସନ୍ଦିଗ୍ଧ ଜିନିଷ ସର୍ଚ୍ଚ କରନ୍ତୁ ନାହିଁ
ଅନେକ ସମୟରେ ୟୁଜର୍ସ ଗୁଗୁଲରେ ଏମିତି କିଛି ସନ୍ଦିଗ୍ଧ ବା ସନ୍ଦେହ ଜିନିଷ ବିଷୟରେ ସର୍ଚ୍ଚ କରିଥାନ୍ତି ଯାହା ସେମାନଙ୍କର କୌଣସି କାମରେ ଲାଗି ନଥାଏ । ହେଲେ ସେମାନେ ଦେଖିବାକୁ କେବଳ ଏହା କରିଥାନ୍ତି । ଯଦି ଆପଣ ଏହା କରୁଛନ୍ତି ତେବେ ଏହା ତୁରନ୍ତ ବନ୍ଦ କରନ୍ତୁ ଯ କାରଣ ସାଇବର ସେଲର ନଜର ଏମିତି କିଛି ଲୋକଙ୍କ ଉପରେ ରହିଥାଏ ଯେଉଁମାନେ କିଛି ସନ୍ଦିଗ୍ଧ ଓ ସନ୍ଦେହଜନକ ସର୍ଚ୍ଚ କରିଥାନ୍ତି ଏହାଦ୍ବାରା ଆପଣ ଅସୁବିଧାରେ ପଡିପାରନ୍ତି ।
ମେଡିସିନ
ଯଦି ଆପଣ କୌଣସି ରୋଗ ପାଇଁ ଔଷଧ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହା କରନ୍ତୁ ନାହିଁ । କାରଣ ଆପଣ ସର୍ଚ୍ଚ କରିଥିବା ଡାଟା ଥାର୍ଡପାଟିକୁ ଟ୍ରାନ୍ସଫର କରାଯାଇଥାଏ ଆଉ ଆପଣଙ୍କୁ ବାରମ୍ବାର ରୋଗ ଆଉ ସେ ସମ୍ବନ୍ଧିତ ମେଡିସିନ ବିଷୟରେ ବିଜ୍ଞାପନ ଆସିଥାଏ ।
ବିଜ୍ଞାପନ
ଗୁଗୁଲରେ କୌଣସି ଅସୁରକ୍ଷିତ ସମ୍ବନ୍ଧୀୟ ବିଷୟରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଦ୍ବାରା ଏହା ସମ୍ବନ୍ଧିତ ବିଜ୍ଞାପନ ସବୁବେଳେ ଆସିଥାଏ । ଯାହାଦ୍ବାରା ଆପଣ ଜାଣିପାରିବେ ଯେ, କେହି ଆପଣଙ୍କ ଇଣ୍ଟରନେଟରେ ଫଲୋ କରୁଛି ।