ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କୋଭିଡ୍-୧୯ ଏବେ ଚୀନରୁ ଆମେରିକାକୁ ତାହାର କେନ୍ଦ୍ରସ୍ଥଳ ଭାବେ ପରିଚିତ କରାଇଛି। ଏଠାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଚୀନରେ ସଂକ୍ରମଣ ଓ ମୃତ୍ୟୁ ହାରକୁ ଦେଖିଲେ ଆମେରିକାରେ ତାହା ବହୁତ ଅଧିକ ହୋଇଛି। ଯେଉଁ ପରିମାଣରେ ଲୋକଙ୍କ ମୃତ୍ୟୁ ଏଠାରେ ହେଉଛି, ତାହା ଚୀନରେ ହେଉ ନଥିଲା। ଏହାର କାରଣ ହେଉଛି ଏଠାରେ ବ୍ୟାପକ ପରିମାଣରେ ଲୋକଙ୍କ ସାମ୍ପଲ୍ ପରୀକ୍ଷା କରାଯାଉଛି । ଏଥିରେ କମ୍ ବା ବିନା ଲକ୍ଷଣ ଥିବା ସଂକ୍ରମିତଙ୍କୁ ବି ସାମିଲ୍ କରାଯାଇଛି ।
ଚୀନରେ ସଂକ୍ରମଣ ହେବାର ପ୍ରଥମ ପର୍ଯ୍ୟାୟରେ ଏହା କୁହାଯାଇଥିଲା ଯେ, ଯେଉଁମାନେ ଏହି ଭୁତାଣୁ ସଂକ୍ରମଣ ହୋଇଥାଆନ୍ତି ସେମାନଙ୍କ ଭିତରୁ ୮୦ ପ୍ରତିଶତ ହସ୍ପିଟାଲ୍ ଆସିବା ଦରକାର ନାହିଁ । କାରଣ ସେମାନଙ୍କ ଦେହରେ ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ।
ପର୍ସନାଲ୍ ପ୍ରଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ (ପିପିଇ) ଏବଂ ଟେଷ୍ଟିଙ୍ଗ୍ କିଟ୍ ପ୍ରବଳ ଉତ୍ପାଦନ ଏବଂ ବଣ୍ଟନ ପରେ ଯାହା ବିଶ୍ଵ ଅନୁଭବ କରୁଛି ଯେ, ଯେଉଁ ସଂକ୍ରମିତଙ୍କ ଦେହରେ ଲକ୍ଷଣ ଉତ୍କଟ ସେମାନଙ୍କୁ କେବଳ ହସ୍ପିଟାଲ୍ ଆଣିବା ଆବଶ୍ୟକ ଅନ୍ୟମାନଙ୍କୁ ନୁହେଁ।
ଏଥିପାଇଁ ବିଶ୍ଵରେ ଯେତିକି ଲୋକ ଏହି ରୋଗରେ ସଂକ୍ରମିତ ହୁଅନ୍ତି, ତା’ଠାରୁ ଯଥେଷ୍ଟ କମ ଲୋକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥାଏ। କିନ୍ତୁ ବିଶ୍ଵରେ ଏବେ ଯେତିକି ଲୋକ ହସ୍ପିଟାଲ୍ରେ ଭିର୍ତ୍ତି ହୁଅନ୍ତି, ସେମାନଙ୍କୁ ହିଁ କୋଭିଡ୍-୧୯ ସଂକ୍ରମିତ ଭାବେ ଗ୍ରହଣ କରାଯାଉଛି।
ଯେହେତୁ ଅତ୍ୟନ୍ତ ସଂକ୍ରମଣ ବା ଯାହାଙ୍କର ମୃତ୍ୟୁ ଆଶଙ୍କା ରହେ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥାଏ, ସଂକ୍ରମିତଙ୍କ ମୃତ୍ୟୁହାର ଅଧିକ ରହିବା ଆଶଙ୍କା କରିବା ସ୍ଵଭାବିକ। ଆଉ ଗୋଟିଏ କାରଣ ହେଉଛି ଟେଷ୍ଟିଙ୍ଗ୍। ଅନେକ ବିକାଶଶୀଳ ଦେଶରେ ଏହା ଲକ୍ଷ୍ୟ କରାଯାଇଛି ଯେ, ସେମାନେ ଜନସଂଖ୍ୟା ଅନୁପାତରେ ଅଧିକ ସାମ୍ପଲ୍ ଟେଷ୍ଟ କରିପାରନ୍ତି ନାହିଁ।
ଏ କ୍ଷେତ୍ରରେ ଯେଉଁମାନଙ୍କ ପାଖରେ ଅଧିକ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ପରୀକ୍ଷଣ କରାଯାଇଥାଏ। ଏହାଦ୍ଵାରା ଯେଉଁ ଲୋକସ୍ଵଳ୍ପ ଲକ୍ଷଣ ପ୍ରକାଶ କରୁଛି ଏବଂ ସେ ହସ୍ପିଟାଲ୍ ଯାଉନାହିଁ ସେ ନା ଟେଷ୍ଟ ହେବ ନା ତାକୁ ଆମେ ସଂକ୍ରମିତ ତାଲିକାରେ ଗ୍ରହଣ କରିବା।
ଏଣୁ ଏଠାରେ ଆଉଥରେ କୁହାଯାଇପାରେ ଯେ, ମୃତ୍ୟୁହାର ଅଧିକ ହେବା ସ୍ଵଭାବିକ । ବାସ୍ତବ କଥା ହେଲା, ଆମ ଜନସଂଖ୍ୟାର ଏକ ବିଶାଳ ଭାଗ ଏବେ କୋରୋନା ପ୍ରଭାବିତ କିନ୍ତୁ, ସେମାନଙ୍କର ପରୀକ୍ଷଣ ହେଉନଥିବା ଯୋଗୁଁ ସେମାନେ ଆକ୍ରାନ୍ତ ଭାବେ ଗଣାଯାଉ ନାହାନ୍ତି।
ଏଣୁ ବର୍ତ୍ତମାନ ସମୟରେ ଜରୁରୀ ଆବଶ୍ୟକତା ହେଉଛି ସମସ୍ତଙ୍କୁ ପରୀକ୍ଷଣ କରିବା ଏବଂ ଠିକ୍ ସଂଖ୍ୟା ଦର୍ଶାଇବା। ଫଳରେ ଲୋକେ ଆତଙ୍କିତ ହେବେ ନାହିଁ। ଏଯେଉଁ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସୁଛି ତାହା ଦେଖି ଛାନିଆ ହେବେ ନାହିଁ।