ETV Bharat / bharat

ରାମ ମନ୍ଦିର ନିର୍ମାଣ ଦାନ ସଂଗ୍ରହରେ ବାଧା ସାଜିଛି କୋରୋନା - ରାମ ମନ୍ଦିର ନିର୍ମାଣ

ରାମ ମନ୍ଦିର ନିର୍ମାଣ ପାଇଁ ମହାମାରୀ କୋରୋନା କାରଣରୁ ଯଥେଷ୍ଟ ପରିମାଣରେ ଦାନ ସଂଗ୍ରହ କରାଯାଇନାହିଁ ବୋଲି ସୂଚନା ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ନିର୍ଦ୍ଦେଶକ ବିଶ୍ବପ୍ରସନ୍ନ ସ୍ବାମୀଜୀ । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣ ଦାନ ସଂଗ୍ରହରେ ବାଧା ସାଜିଛି କୋରୋନା

author img

By

Published : Sep 27, 2020, 9:50 PM IST

ନୂଆଦିଲ୍ଲୀ: ସରିଛି ରାମ ମନ୍ଦିରର ନିର୍ମାଣର ଭୂମିପୂଜା । ହେଲେ ମନ୍ଦିର ନିର୍ମାଣ ପାଇଁ ଦାନ ଆକାରରେ ଅର୍ଥ ସଂଗ୍ରହ ଆଗରେ ବାଧା ସାଜିଛି କୋରୋନା । ରାମ ମନ୍ଦିର ନିର୍ମାଣ ପାଇଁ ମହାମାରୀ କୋରୋନା କାରଣରୁ ଯଥେଷ୍ଟ ପରିମାଣରେ ଦାନ ସଂଗ୍ରହ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ନିର୍ଦ୍ଦେଶକ ବିଶ୍ବପ୍ରସନ୍ନ ସ୍ବାମୀଜୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଜନ୍ମଭୂମିର ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛନ୍ତି । ମନ୍ଦିର କାର୍ଯ୍ୟ ଜାରି ରହିଛି । ହେଲେ ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଦାନ ଅର୍ଥ ସଂଗ୍ରହ ହୋଇପାରୁନଥିବା ସ୍ବାମୀଜୀ ଜଣାଇଛନ୍ତି ।

ସ୍ବାମୀଜୀଙ୍କ କହିବା ଅନୁଯାୟୀ ଆଗାମୀ ଏକାଦଶୀରୁ ଏକ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ମାଧ୍ୟମରେ ଦାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ | କୋରୋନା ସଂକ୍ରମଣ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି । ସମସ୍ତଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ ହେବ ବୋଲି ସେ ବିଶ୍ବାସ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.