ETV Bharat / bharat

ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ, ଆଗ୍ରାରେ କଡା ସୁରକ୍ଷା - ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ

ଭାରତ ଗସ୍ତ ସମୟରେ ଆସନ୍ତା 25ରେ ତାଜମହଲ ପରିଦର୍ଶନ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଗସ୍ତ ନେଇ ଆଗ୍ରାରେ କଡା ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ...

ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ, ଆଗ୍ରାରେ କଡା ସୁରକ୍ଷା

author img

By

Published : Feb 16, 2020, 8:10 PM IST

ଆଗ୍ରା: ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା 24ରେ ଭାରତ ଆସିବେ । ଆତିଥ୍ୟ ସତ୍କାର ପାଇଁ ଭାରତରେ ଜୋରଶୋରରେ ପ୍ରସ୍ତୁତି ଚାଲିଛି । ଟ୍ରମ୍ପ ପ୍ରଥମେ ଗୁଜୁରାଟର ଅହମଦାବାଦ ଗସ୍ତ କରିବେ । ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ସ୍ବାଗତ ପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହା ପରଦିନ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଆଗ୍ରାର ତାଜମହଲ ପରିଦର୍ଶନ କରିବେ ।

ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ, ଆଗ୍ରାରେ କଡା ସୁରକ୍ଷା

ତାଜମହଲ ପରିଦର୍ଶନ ପାଇଁ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ଆଗ୍ରା ଗସ୍ତକୁ ନେଇ ସେଠାକାର ପ୍ରଶାସନ ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଠୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପର୍ଯ୍ୟନ୍ତ ସମସ୍ତେ ଆଲର୍ଟ ରହିଛନ୍ତି ।

ଆମେରିକା ରାଷ୍ଟ୍ରପତିଙ୍କ ତାଜମହଲ ପରିଦର୍ଶନରେ ଯେପରି କୌଣସି କମି ନ ରହିଯାଏ, ସେଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍‌ସିଂ ଯୋଗେ ଆଲୋଚନା କରୁଛନ୍ତି । ଏହାପରେ ଆଗ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗ୍ରା ଆଗମନର ରାସ୍ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ରାସ୍ତାର ସ୍ଥାନେ ସ୍ଥାନେ ଭବ୍ୟ ସ୍ବାଗତର ପ୍ରସ୍ତୁତି କରାଯାଉଛି ।

ପ୍ରଶାସନର ଯୋଜନା ଅନୁସାରେ ତାଜନଗରୀକୁ ସଜାଇବାକୁ ପ୍ରଥମିକତା ଦିଆଯାଉଛି । ବିମାନ ବନ୍ଦରରୁ ତାଜମହଲ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଥିବା କାନ୍ଥରେ ସୁନ୍ଦର ଚିତ୍ର ଅଙ୍କାଯିବ । ଏହାସହ ସ୍ଥାନେ ସ୍ଥାନେ ରଙ୍ଗୋଲି ମଧ୍ୟ କରାଯିବା ନେଇ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.