ETV Bharat / bharat

ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା - ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ

ଏହି ଚୁକ୍ତି ପରେ ୟୁଏଇ ପ୍ରଥମ ଗଲ୍ଫ ରାଷ୍ଟ୍ର ହେବ ଯିଏ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବ। ଏହି ଶାନ୍ତି ଚୁକ୍ତି କରିବାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

author img

By

Published : Aug 13, 2020, 10:53 PM IST

ଜେରୁଜେଲମ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଇସ୍ରାଏଲ ମଧ୍ୟରେ ଦୀର୍ଘ ବର୍ଷର ତିକ୍ତତା ଶେଷ ହେବାକୁ ଯାଉଛି। ଦୁଇ ଦେଶ ଏକ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି । ତେବେ ଏହି ଚୁକ୍ତି ପରେ ୟୁଏଇ ପ୍ରଥମ ଗଲ୍ଫ ରାଷ୍ଟ୍ର ହେବ ଯିଏ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବ। ଏହି ଶାନ୍ତି ଚୁକ୍ତି କରିବାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ହ୍ବାଇଟ ହାଉସ୍ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଗୁରୁବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ମହମ୍ମଦ ବିନ୍ ଜାଏଦ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଫୋନ୍ କଲ ହୋଇଛି । ଯାହା ପରେ ଏହି ଐତିହାସିକ ଚୁକ୍ତିନାମା ଅନୁମୋଦନ ହୋଇଛି। ତେବେ ଏହି ନିଷ୍ପତ୍ତି ପରେ ମଧ୍ୟ-ପୂର୍ବର ଶାନ୍ତି ବୃଦ୍ଧି ପାଇବ ବୋଲି ଚୁକ୍ତିନାମା ପରେ ରାଷ୍ଟ୍ରପତି ଟ୍ରମ୍ପ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ କ୍ରାଉନ୍ ପ୍ରିନ୍ସ ଶେଖ ମହମ୍ମଦ ବିନ୍ ଜାଏଦ ମିଳିତ ବିବୃତ୍ତିରେ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଗଲ୍ଫ ରାଷ୍ଟ୍ର ସହିତ ଇସ୍ରାଏଲର କୌଣସି କୂଟନୈତିକ ସମ୍ପର୍କ ନାହିଁ। ତେବେ ଦୁଇ ୟୁଏଇ ବ୍ୟତୀତ ଦୁଇଟି ଆରବ ଦେଶ ଜୋର୍ଡାନ ଏବଂ ଇଜିପ୍ଟ ସହିତ ଇସ୍ରାଏଲର କୂଟନୈତିକ ସମ୍ପର୍କ ରହିଛି। ଇସ୍ରାଏଲ୍ ସ୍ବାଧୀନତା ପରେ ଏହା ତୃତୀୟ ଇସ୍ରାଏଲ୍-ଆରବ ଚୁକ୍ତି ହେବ। ହ୍ବାଇଟ ହାଉସ ଅନୁଯାୟୀ, ଏହି ଚୁକ୍ତି ଅନୁଯାୟୀ ଇସ୍ରାଏଲ ମଧ୍ୟ ପଶ୍ଚିମ ବ୍ୟାଙ୍କ ଅଞ୍ଚଳକୁ ଦଖଲ କରିବାର ନିଜର ଉଦ୍ଦେଶ୍ୟକୁ ସ୍ଥଗିତ ରଖିଛି । ତେବେ ଏହି କ୍ଷେତ୍ରରେ ଇରାନ ଯୋଗୁଁ ଇସ୍ରାଏଲ୍ ଏବଂ ଆରବ ଦେଶଗୁଡ଼ିକର ଚିନ୍ତା ଲାଗି ରହୁଛି ।

ତେବେ ଆସନ୍ତା ସପ୍ତାହରେ, ଇସ୍ରାଏଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିନିଧିମାନେ ପୁଞ୍ଜି ବିନିଯୋଗ, ପର୍ଯ୍ୟଟନ, ପ୍ରତ୍ୟକ୍ଷ ବିମାନ, ସୁରକ୍ଷା, ଟେଲିକମ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଦ୍ବିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର କରିବେ । ଦୁଇ ଦେଶ ଖୁବ ଶୀଘ୍ର ରାଷ୍ଟ୍ରଦୂତ ଏବଂ ଦୂତାବାସ ବିନିମୟ କରିବେ ବୋଲି ଆଶା କରାଯାଉଛି। ଦୁଇ ଦେଶ ଆବୁଧାବିରୁ ତେଲ ଅଭିବ ପର୍ଯ୍ୟନ୍ତ ବିମାନ ଯାତ୍ରାର ଶୁଭାରମ୍ଭ କରିବେ । ଏହା ଦ୍ବାରା ୟୁଏଇ ମୁସଲମାନମାନେ ଜେରୁଜେଲମର ପୁରୁଣା ସହରର ଅଲ-ଆକସା ମସଜିଦ ପରିଦର୍ଶନ କରିପାରିବେ । କେବଳ ଏତିକି ନୁହେଁ, ଇସ୍ରୋ ଏବଂ ୟୁଏଇ ବର୍ତ୍ତମାନ କୋରୋନା ଭାଇରସ ଟିକା ଉପରେ ଏକାଠି କାମ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.