ETV Bharat / bharat

ଆଜିଠୁ ବିମାନ ସେବା: କେଉଁ ସହରକୁ ଉଡିଲା କେତେ ? ଅବତରଣ ପରେ କ’ଣ ରହିଛି ନିୟମ...

author img

By

Published : May 25, 2020, 12:08 PM IST

2 ମାସର ବ୍ୟବଧାନ ପରେ ଆଜିଠୁ ଆରମ୍ଭ ହୋଇଛି ଘରୋଇ ବିମାନ ସେବା । ତେବେ କେଉଁ ରାଜ୍ୟରେ କେତୋଟି ବିମାନ ଉଡାଣକୁ ଅନୁମତି ମିଳିଛି ଦେଖନ୍ତୁ ଏହି ରିପୋର୍ଟ...

2 ମାସ ପରେ ଆଜିଠୁ ଆରମ୍ଭ ହେଲା ଘରୋଇ ବିମାନ
2 ମାସ ପରେ ଆଜିଠୁ ଆରମ୍ଭ ହେଲା ଘରୋଇ ବିମାନ

ନୂଆଦିଲ୍ଲୀ: 2 ମାସର ବ୍ୟବଧାନ ପରେ ଆଜିଠୁ ଆରମ୍ଭ ହୋଇଛି ଘରୋଇ ବିମାନ ସେବା । କର୍ମକ୍ଷେତ୍ର କିମ୍ବା ଘରକୁ ଯିବାକୁ ସକାଳୁ ଶହ ଶହ ଲୋକ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ସେଠାରେ ପହଞ୍ଚିବା ମାତ୍ରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯାଉଥିବା ଦେଖିବାକୁ ମିଳିଛି ।

ମୁମ୍ବାଇ

କୋରୋନା ଭାଇରସରେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ମୁମ୍ବାଇରେ ଦୈନିକ 50 ଟି ବିମାନକୁ ଅନୁମତି ଦିଆଯାଇଛି । ମୁମ୍ବାଇ ଆସୁଥିବା ଯାତ୍ରୀ ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନେ ହୋମ କ୍ବାରେନଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ ରଖାଯାଇଛି । କିନ୍ତୁ ଯେଉଁମାନେ ଅଳ୍ପ ଦିନ ପାଇଁ ଆସିଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ନାହିଁ ।

ହାଇଦ୍ରାବାଦ

ହାଇଦ୍ରାବାଦରେ ଦିନକୁ 30 ଟି ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇଛି । କୋଭିଡ -19 ଲକ୍ଷଣ ବିଶିଷ୍ଟ ଲୋକଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ବେଳେ ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ ସେମାନଙ୍କୁ ଯିବାର ଅନୁମତି ମିଳିବ ବୋଲି କୁହାଯାଇଛି ।

କୋଲକାତା

ପଶ୍ଚିମବଙ୍ଗ ସରକାର ରବିବାର କେନ୍ଦ୍ର ସହ ଆଲୋଚନା କରିଥିଲେ ଏବଂ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା 28 ତାରିଖରୁ କୋଲକାତା ରୁ ବିମାନ ସେବା ପୁନଃ ଆରମ୍ଭ ହେବ । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିର ହୋଇଥିବା ପ୍ରୋଟୋକଲ ଗୁଡିକ ମଧ୍ୟରେ କୋଭିଡ -19 ଲକ୍ଷଣ ବିଶିଷ୍ଟ ଲୋକଙ୍କର ପରୀକ୍ଷା କରିବା ନେଇ ନିଷ୍ପତ୍ତି ନିଆଯାଇଛି । ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀମାନଙ୍କୁ ଆସିବା ସମୟରେ ଆତ୍ମ-ଘୋଷଣା ଫର୍ମ ଦାଖଲ କରିବାକୁ କୁହାଯାଇଛି।

ଚେନ୍ନାଇ

ଘରୋଇ ବିମାନ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ତାମିଲନାଡୁ ସରକାର ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଗତ ଦୁଇ ମାସ ମଧ୍ୟରେ କୋଭିଡ-19 ରେ ଆକ୍ରାନ୍ତ ହୋଇଥିଲେ କି କୌଣସି ଲକ୍ଷଣ ଥିଲା କି ନାହିଁ ଏ ନେଇ ଯାତ୍ରୀଙ୍କୁ ଘୋଷଣା କରିବାକୁ କୁହାଯାଇଛି । ଏହାସହ ସମସ୍ତ ଯାତ୍ରୀମାନଙ୍କ ପାଇଁ 14 ଦିନିଆ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ ବୋଲି ତାମିଲନାଡୁ ସରକାର କହିଛନ୍ତି ।

ବେଙ୍ଗାଲୁରୁ

ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଯାତ୍ରୀମାନଙ୍କୁ ସାତ ଦିନିଆ ଆନୁଷ୍ଠାନିକ କ୍ବାରେନଣ୍ଟାଇନରେ ରହିବା ପରେ ସାତ ଦିନିଆ ଅନୁଷ୍ଠାନିକ କ୍ବାରେନଣ୍ଟାଇନରେ ରହିବାକୁ କୁହାଯାଇଛି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ 14 ଦିନ ପାଇଁ ଘରେ ଅଲଗା ହେବାକୁ ପଡିବ |

ଦିଲ୍ଲୀ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ପାଳନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ଯେଉଁମାନଙ୍କର କୋରୋନା ଲକ୍ଷଣ ଦେଖାଯାଉନାହିଁ ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ 14 ଦିନ ପର୍ଯ୍ୟନ୍ତ କ୍ବାରେନଣ୍ଟାଇନରେ ରହିବାକୁ କୁହାଯାଇଛି ।

ସେହିପରି ପ୍ରତ୍ୟେକ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ, ମାସ୍କ, ଆଦି ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ସ୍ବାସ୍ଥ୍ୟକୁ ଗୁରୁତ୍ତ୍ବ ରଖି ସାନିଟାଇଜେସନ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.