ETV Bharat / bharat

ବିଶ୍ବସ୍ତ ପ୍ରାଣୀର ଦେଲା ଉଦାହରଣ, ବଞ୍ଚାଇଲା ମାଲିକର ଜୀବନ - dog saves owner life from leopard

ହିମାଚଳପ୍ରଦେଶର ନାହନରେ ଏକ କୁକୁର ବାଘ ସହ ଲଢି ତାର ମାଲିକର ଜୀବନ ରକ୍ଷା କରିଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 23, 2019, 1:43 PM IST

ସିମଲା: ନିଜ ଜୀବନକୁ ଖାତିର ନକରି ମାଲିକକୁ ବଞ୍ଚାଇବାକୁ ଯାଇ ନିଜକୁ ଉତ୍ସର୍ଗ କରିଦେଇଛି କୁକୁର । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣା ନୂଆ ନୁହେଁ । ଏଭଳି ଅନେକ ପୋଷା କୁକୁର ମାଲିକ ପାଇଁ ଜୀବନ ଦେଇ ତାଙ୍କ ପ୍ରତି ବିଶ୍ବସନୀୟତା ଦେଖାଇଛନ୍ତି।

ହିମାଚଳପ୍ରଦେଶର ନାହନ ଜିଲ୍ଲା ମୁଖ୍ୟାଳୟ ପାଖରେ ଥିବା ବିକ୍ରମ କନସିଲ ଅଞ୍ଚଳରେ ଏକ ପୋଷା କୁକୁର ମାଲିକକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଇଛି । ମୋହନ ସିଂହ ତାଙ୍କ କୁକୁରକୁ ଘର ପାଖରେ ଥିବା ଏକ କ୍ଷେତରେ ବୁଲାଉଥିଲେ । ହଠାତ ଏକ ବାଘ ହରିଣ ପଛରେ ଗୋଡାଉଥିବା ସମୟରେ ମୋହନଙ୍କୁ ଦେଖି ହରିଣଟିର ପିଛା ଛାଡି ସେ ମୋହନଙ୍କ ଉପରକୁ ଆକ୍ରମଣ କରିଥିଲା । ଏହାପରେ କୁକୁରଟି ମୋହନଙ୍କୁ ବଞ୍ଚାଇବାକୁ ଯାଇ ବାଘ ଉପରକୁ ଡେଇଁପଡିଥିଲା। ହେଲେ ବାଘ ଆକ୍ରମଣରେ କୁକୁର ପ୍ରାଣ ହରାଇଥିଲା ।

ମୋହନ ସିଂହ କହିଛନ୍ତି ଯେ, ବିଳମ୍ବିତ ରାତି ପର୍ଯ୍ୟନ୍ତ କୁକୁରକୁ ସେ ଖୋଜିଥିଲେ । ପରେ 500 ମିଟର ଦୂରରେ ତାର ମୃତଦେହ ପଡିଥିବାର ଦେଖିଥିଲେ । ସେ ପ୍ରଶାସନ ଓ ବନ ବିଭାଗକୁ ଉକ୍ତ ବାଘକୁ ଧରିବାପାଇଁ ଅନୁରୋଧ କରିଛନ୍ତି ।

ନିକଟରେ ହିମାଚଳପ୍ରଦେଶର ସିମଲାରେ ଏକ ବାଘ ମାଲିକ ଘର ବାହାରେ ଶୋଇଥିବା ଏକ କୁକୁରକୁ ଘୋଷାଡି ନେଇଥିଲା । ହେଲେ କୁକୁର ବାଘ ସହ ଲଢି ତାର ଜୀବନ ବଞ୍ଚାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

Intro:Body:

Test 4  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.