ବେଙ୍ଗାଲୁରୁ : ହୋଟେଲରେ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । କାରଣ ଆପଣ ଆନନ୍ଦରେ ଖାଇଉଥିବା ମଟନ ବଦଳେ ଖାଉ ନାହାଁନ୍ତି ତ କକୁର ମାଂସ । ଆଜ୍ଞା ହଁ ବାଙ୍ଗାଲୋରରେ ଏକ ହୋଟେଲରେ ମଟନ ବଦଳେ ଗ୍ରାହକଙ୍କୁ ପରଷା ଯାଉଛି କୁକୁର ମାଂସ ।
ବାଙ୍ଗାଲୋରରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ ବୁଲା କୁକୁରଙ୍କର ଉପଦ୍ରବ ବଢି ଯାଇଥିଲା । ସେହି କୁକୁରଙ୍କୁ ଧରାଯାଇ କଂସେଇଖାନାକୁ ପଠାଯାଉଥିଲା । ଆଉ ସେଠାରୁ ମଟନ କହି ବିଭିନ୍ନ ହୋଟେଲକୁ ଡେଲିଭେରୀ ହେଉଥିଲା କୁକୁର ମାଂସ ।
ବେଙ୍ଗାଲୁରୁର ପଶୁ କଲ୍ୟାଣ ଅଧିକାରୀ ହରିଶଙ୍କ କହିବା ଅନୁସାରେ, ପୁର୍ବରୁ ଏଭଳି ମାମଲା ସାମନକୁ ଆସିଥିଲା ତେଣୁ ଏହାକୁ ଖଣ୍ଡନ କରିହେବନି । ତେବେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।