ETV Bharat / bharat

ଅସ୍ତ୍ରୋପଚାର ସମୟରେ ପେଟରୁ ବାହାରିଲା 116 ନଖ ଓ ଆଇରନ ପ୍ଲେଟ - nails

ଅସ୍ତ୍ରୋପଚାର ସମୟରେ ପେଟରୁ ବାହାରିଲା 116 ନଖ, ଲମ୍ବା ତାର ଓ ଆଇରନ ପ୍ଲେଟ। ଏଭଳି ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି ।

ଫାଇଲ ଫଟୋ
author img

By

Published : May 15, 2019, 12:00 PM IST

ରାଜସ୍ଥାନ: ମଣିଷ ପେଟରେ 116 ନଖ, ଲମ୍ବା ତାର ଓ ଆଇରନ ପ୍ଲେଟ । ଏହା ଅବିଶ୍ବାସ ଲାଗୁଥିଲେ ମଧ୍ୟ ଶତ ପ୍ରତିଶତ ସତ । ଆଜ୍ଞା ହଁ ଏପରି ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ଡାକ୍ତରମାନେ ଅସ୍ତ୍ରୋପଚାର ସମୟରେ ଜଣେ 40 ବର୍ଷୀୟ ବ୍ୟକ୍ତିର ପେଟରୁ ଏପରି ଆଶ୍ଚର୍ଯ୍ୟକର ପଦାର୍ଥ ସବୁ ବାହାରିଛି ।

ତେବେ ବ୍ୟକ୍ତି ଜଣଙ୍କ ପେଟରୁ ବାହାରିଥିବା ନଖର ସାଇଜ୍ 6.5 ସେଣ୍ଟିମିଟର । ଡଃ. ଅନିଲ ସାଇନିଙ୍କ ଦ୍ବାରା ଏହି ସଫଳ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି ।

ଅସ୍ତ୍ରୋପଚାର କରାଯାଇଥିବା ବ୍ୟକ୍ତି ଜଣକ ମାନସିକ ସ୍ଥିତି ସଠିକ ନଥିବାରୁ ତାଙ୍କ ପାଖରୁ କୌଣସି ଉତ୍ତର ମିଳିପାରିନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ନଖ ତାଙ୍କ ପେଟ ଭିତରେ କିପରି ଆସିଲା ତାହା ଜଣାପଡୁନାହିଁ ।

ଡାକ୍ତରଙ୍କ କହିବା ଅନୁସାରେ, ଅସହ୍ୟ ପେଟ ଯନ୍ତ୍ରଣା ହେଉଥିବାରୁ ବ୍ୟକ୍ତି ଜଣକ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ଏହାପରେ ଏକ୍ସ ରିପୋର୍ଟରେ ଯାହା ଆସିଥିଲା ତାକୁ ଦେଖି ଆଶ୍ଚର୍ଯ୍ୟ ଲାଗିଥିଲା । ଏହା ବିଶ୍ବାସ ନହେବାରୁ ପୁନର୍ବାର ଏକ୍ସ-ରେ କରାଯାଇ ଅପରେସନ କରାଯାଇଥିଲା । ବର୍ତ୍ତମାନ ବ୍ୟକ୍ତି ଜଣକ ସୁସ୍ଥ ଅଛନ୍ତି ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.