ETV Bharat / bharat

କୋରାନାକୁ ହରାଇଥିବା ଡାକ୍ତର; କହିଲେ ଶରୀର ନୁହେଁ, ମସ୍ତିଷ୍କରେ ପଡେ ଅଧିକ ପ୍ରଭାବ

author img

By

Published : Apr 6, 2020, 6:42 PM IST

କୋରୋନାକୁ ନେଇ ମଣିଷ ଓ କୋଭିଡ-19 ଭିତରେ ହେଉଥିବା ଜୀବନ ମରଣ ଯୁଦ୍ଧରେ ହାର ମାନିଛି କୋରୋନା । ଏହି ଯୁଦ୍ଧରେ ଗାଜିଆବାଦରେ ଡାକ୍ତର ବିବୁଦ ପି.ସିଂହ କୋରୋନାକୁ ପରାସ୍ତ କରିବା ସହ ନିଜ ଅନୁଭବକୁ ମଧ୍ୟ ସେୟାର କରିଛନ୍ତି ।

coronavirus
କୋରାନାକୁ ହରାଇଥିବା ଡାକ୍ତର

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣରେ ଲଗାତାର ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଥିରୁ ସାଧାରଣ ଜନତା ଠାରୁ ଡାକ୍ତର ମଧ୍ୟ ବର୍ତ୍ତି ପାରିନାହାନ୍ତି । ମାତ୍ର ଗାଜିଆବାଦର ଜଣେ ଡାକ୍ତର କୋରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । କୋରୋନାକୁ ନେଇ ମଣିଷ ଓ କୋଭିଡ-19 ଭିତରେ ହେଉଥିବା ଜୀବନ ମରଣ ଯୁଦ୍ଧରେ ହାର ମାନିଛି କୋରୋନା । ଏହି ଯୁଦ୍ଧରେ ଗାଜିଆବାଦରେ ଡାକ୍ତର ବିବୁଦ ପି.ସିଂହ କୋରୋନାକୁ ପରାସ୍ତ କରିବା ସହ ନିଜ ଅନୁଭବକୁ ମଧ୍ୟ ସେୟାର କରିଛନ୍ତି ।

ସେ କହିଛନ୍ତି ଯେ, କୋରୋନା ଭାଇରସ ଆପଣଙ୍କ ଶରୀର ଠାରୁ ଅଧିକ ଆପଣଙ୍କ ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ଆଉ ଚିକିତ୍ସା ସମୟରେ ଏହା ଉପରେ କାବୁ କରିବା ନିହାତି ଜରୁରୀ । ସେ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ ।

ବିଗତ ଫେବୃଆରୀରେ ଡାକ୍ତର ବିବୁଦ ନିଜ କାମକୁ ନେଇ ଫ୍ରାନ୍ସ ଯାଇଥିଲେ । ସେହି ସମୟରେ ଫ୍ରାନ୍ସରେ କୋରେନା ସ୍ଥିତି ଅତି ଗମ୍ଭୀର ହେଉଥିବା ଦେଖି ସେ ଭାରତକୁ ଫେରିଆସିଥିଲେ । ସେଠାରୁ ହିଁ ତାଙ୍କୁ ଏହି ସଂକ୍ରମଣ ହୋଇଥିଲା । ମାତ୍ର ସେ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଙ୍ଗ କରାଇବା ସମୟରେ ସେଠାରେ ତାଙ୍କୁ କୌଣସି ଲକ୍ଷଣ ଦେଖାଯାଇ ନଥିଲା ।

ସେ ଘରକୁ ଯାଇଥିଲେ ମଧ୍ୟ ନିଜକୁ ସଙ୍ଗରୋଧ କରି ରଖିଥିଲେ । ମାତ୍ର ଡାକ୍ତର ଜଣକ ନିଜ ଉପସ୍ଥିତ ବୁଦ୍ଧିରୁ ନିଜକୁ ସମସ୍ତଙ୍କ ଠାରୁ ଅଲଗା ରଖିଥିଲେ । ଆଉ କାହାକୁ ସଂକ୍ରମିତ ହେବାକୁ ଦେଇ ନଥିଲେ । ସେ ନିଜକୁ ଗୋଟିଏ କୋଠରୀରେ ଏକାକି ବନ୍ଦ କରିବା ସହ ପରିବାର ସଦସ୍ୟଙ୍କ ଠାରୁ 6 ଫୁଟ ଦୂରତାରେ ରଖୁଥିଲେ । ହାତ ପରିଷ୍କାର ସହ ସମସ୍ତ ଗାଇଡଲାଇନ ପାଳନ କରୁଥିଲେ । ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ । ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହି ଅଭ୍ୟାସ କରିବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.