ହାଇଦ୍ରାବାଦ: ଅପହରଣ ହୋଇଥିବା ଦନ୍ତ ଚିକିତ୍ସକ ଉଦ୍ଧାର । ହାଇଦ୍ରାବାଦର ଅନନ୍ତପୁର ପୋଲିସ ତାଙ୍କୁ ଉଦ୍ଧାର କରିଛି । ଏଥିସହ ପୋଲିସ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ 6 ଜଣ ଦୁର୍ବୃତ୍ତ ବେହେଜାନ ହୁସେନ ନାମକ ଜଣେ ଦନ୍ତ ଚିକିତ୍ସକଙ୍କୁ ଅହପରଣ କରିନେଇଥିଲେ । ଡାକ୍ତର ହୁସେନ ମଙ୍ଗଳବାର ରାତି ପ୍ରାୟ 1ଟା 30 ସମୟରେ ବନ୍ଦାଲଗୁଡା ଜାଗିର ସ୍ଥିତ କ୍ଲିନିକ ବନ୍ଦକରି ରାଜେନ୍ଦ୍ର ନଗରରେ ଥିବା ନିଜ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିନେଇ ଯାଇଥିଲେ ।
ତେବେ ଡାକ୍ତର ହୁସେନ ଘରକୁ ନଫେରିବାରୁ ପରିବାର ଲୋକେ ଏନେଇ ଥାନାରେ ଏକ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ତେଲେଙ୍ଗାନା ଏବଂ ପଡୋଶୀ ରାଜ୍ୟଗୁଡିକରେ ଏକ ସତର୍କ ସୂଚନା ଜାରି କରିଥିଲା । ଦୁର୍ବୃତ୍ତମାନେ ଡାକ୍ତରଙ୍କୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରୁଥିବା ବେଳେ ପୋଲିସ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ