ETV Bharat / bharat

ଲାଞ୍ଚ ନେଇ ଗିରଫ ହେଲେ ମେଡିକାଲ ଅଧିକାରୀ ଏବଂ ଜୁନିୟର ଇଞ୍ଜିନିୟର

author img

By

Published : Jun 11, 2020, 2:55 PM IST

ରାଜସ୍ଥାନର ଝଲୱାର ଓ ବାରନ ଜିଲ୍ଲାରେ ପୃଥକ ଟଣାରେ ଲାଞ୍ଚ ନେଇ ବନ୍ଧା ହେଲେ ଜଣେ ମେଡିକାଲ ଅଧିକାରୀ ଏବଂ ଜୁନିୟର ଇଞ୍ଜିନିୟର । ଅଧିକ ପଢନ୍ତୁ....

ଲାଞ୍ଚ ନେଇ ଗିରଫ ହେଲେ ମେଡିକାଲ ଅଧିକାରୀ ଏବଂ ଜୁନିୟର ଇଞ୍ଜିନିୟର
ଲାଞ୍ଚ ନେଇ ଗିରଫ ହେଲେ ମେଡିକାଲ ଅଧିକାରୀ ଏବଂ ଜୁନିୟର ଇଞ୍ଜିନିୟର

ଜୟପୁର: ରାଜସ୍ଥାନର ଝଲୱାର ଓ ବାରନ ଜିଲ୍ଲାରେ ପୃଥକ ଘଟଣାରେ ଲାଞ୍ଚ ନେଇ ଜଣେ ମେଡିକାଲ ଅଧିକାରୀ ଏବଂ ଜୁନିୟର ଇଞ୍ଜିନିୟର ଗିରଫ ହୋଇଛନ୍ତି । ଝଲୱାର ହରିଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ପ୍ରଦିପ ଶର୍ମା, ଜଣେ ନର୍ସିଂ କର୍ମଚାରୀ ସଞ୍ଜୟ ମେହେରଙ୍କ ଠାରୁ 12,000 ଟଙ୍କା ଲାଞ୍ଚ ନେଇଥିବା ଏଏସପି ଭବନୀଶଙ୍କର ମୀନା କହିଛନ୍ତି । ଏନେଇ ମେହେରା ସୋମବାର ଶର୍ମାଙ୍କ ବିରୋଧରେ ଅଭିଯୋଗ କରିବା ଫଳରେ ବୁଧବାର ଡାକ୍ତରୀଙ୍କୁ ଗିରଫ କରାଯାଇଥିଲା । ଗୁରୁବାର ଦିନ କୋଟାସ୍ଥିତ ଏସିବି କୋର୍ଟରେ ଅଭିଯୁକ୍ତ ଡାକ୍ତରଙ୍କୁ ହାଜର କରାଯିବ ।

ଅନ୍ୟପଟେ ଜୟପୁର ବିଦ୍ୟୁତ୍ ଭିଟ୍ରାନ୍ ନିଗମ ଲିମିଟେଡ୍ (ଜେଭିଭିଏନ୍ଏଲ୍) ର ଜଣେ ଜୁନିୟର ଇଞ୍ଜିନିୟରଙ୍କୁ 10,000 ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ମଙ୍ଗଳବାର ରାଜସ୍ଥାନର ବାରନ ଜିଲ୍ଲାରେ ଗିରଫ କରାଯାଇଛି ବୋଲି ଏସିବି ଅଧିକାରୀ କହିଛନ୍ତି । ଆନ୍ଧ୍ରପ୍ରଦେଶର କୃଷ୍ଣ ନିବାସୀ ତଥା ବାରନ ଜିଲ୍ଲାର ସମରନିଆରେ ପୋଷ୍ଟ ହୋଇଥିବା ଗମ୍ପା ପ୍ରମୋଦ ବିଦ୍ୟୁତ ମିଟର ବଦଳାଇବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ 10,000 ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ପରେ ତାଙ୍କୁ ସରକାରୀ ବାସଭବନରୁ ଏସିବି ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.