ETV Bharat / bharat

ଗୁଡଗାଓଁରେ ଡାକ୍ତର ବାପା ଓ ପୁଅ କୋରୋନା ଚିହ୍ନଟ - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା କବଳରେ ପୁଣି ଜଣେ ଡାକ୍ତର ଓ ତାଙ୍କ ପୁଅ । ଉଭୟେ ଗୁଡଗାଓଁ ନିବାସୀ ହୋଇଥିବା ବେଳେ ଶନିବାର ସେମାନେ କୋରୋନା ପଜିଟିଭ ବୋଲି ଜଣାପଡିଛି ।

corona pandemic, coronavirus news, coronavirus update, corona in up, କୋରୋନା ସଂକ୍ରମଣ, ଉତ୍ତରପ୍ରଦେଶରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ
ଗୁଡଗାଓଁରେ ଡାକ୍ତର ବାପା ଓ ପୁଅ କୋରୋନା ଚିହ୍ନଟ
author img

By

Published : Apr 4, 2020, 10:54 PM IST

ଲକ୍ଷ୍ନୌ: କୋରୋନା କବଳରେ ପୁଣି ଜଣେ ଡାକ୍ତର ଓ ତାଙ୍କ ପୁଅ । ଉଭୟେ ଗୁଡଗାଓଁ ନିବାସୀ ହୋଇଥିବା ବେଳେ ଶନିବାର ସେମାନେ କୋରୋନା ପଜିଟିଭ ବୋଲି ଜଣାପଡିଛି । ଉଭୟେ ନିକଟରେ ଗୁଡଗାଓଁ ଯାଇଥିବା ବେଳେ ଡାକ୍ତର ଜଣଙ୍କ ଆଗ୍ରାରେ ଜଣେ ଅଭ୍ୟାସରତ ଡାକ୍ତର ବୋଲି ଜଣାପଡିଛି ।

ତେବେ ଉଭୟ ଡାକ୍ତର ଓ ତାଙ୍କ ପୁଅ କୋରୋନା ପଜିଟିଭ ଜଣାପଡିବା ପରେ ଉଭୟଙ୍କୁ ୟୁପିର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ଗୁଡଗାଓଁରେ ପଜିଟିଭଙ୍କ ସଂଖ୍ୟା 17ରେ ପହଞ୍ଚିଛି । ଯେଉଁଥିରୁ 9 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି ।

ସେପଟେ ନୁଁହ ଜିଲ୍ଲାରେ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ସେ ନିକଟରେ ଗୁଜୁରାଟ ଯାଇଥିଲେ । ନିଜ ଦେହରେ କୋରୋନା ଲକ୍ଷଣ ଦେଖି ସେ ଡାକ୍ତରୀ ପରୀକ୍ଷା କରାଇଥିଲେ । ଯେଉଁଥିରୁ ସେ କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ଏଥିସହ ନୁଁହରେ ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଯେଉଁଥିରୁ ଅନ୍ୟ 3 ତବଲିଗୀ ଜମାତରେ ସାମିଲ ହେବା ପରେ ପଜିଟିଭ ଟିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.