ହାଇଦ୍ରାବାଦ: ଧନର ଦେବୀ ମହାଲକ୍ଷ୍ମୀ । କୁହାଯାଏ ଯାହା ମୁଣ୍ଡ ଉପରେ ମା'ଙ୍କ ଆର୍ଶୀବାଦ ରହିଛି ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ ।
ତେଣୁ ବୃହସ୍ପତିଙ୍କ ବାର ଅର୍ଥାତ୍ ଗୁରୁବାରରେ କଣ କରିବା ଦ୍ବାରା ଆପଣଙ୍କୁ ସୁଖ,ଶାନ୍ତି ପ୍ରାପ୍ତି ହେବ ଆସନ୍ତୁ ଜାଣିବା...
ଗୁରୁବାରରେ ବିଳମ୍ବ ଯାଏ ଶୋଇ ରୁହନ୍ତୁ ନାହିଁ । ଏହି ଦିନ ସକାଳୁ ଉଠିବା ସହ ଘର ସଫା କରନ୍ତୁ..
ସେହିପରି ବାସି ବିଛଣାକୁ ପ୍ରଥମେ ଉଠାନ୍ତୁ । ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ ।
ସର୍ବ ପ୍ରଥମେ ବୃନ୍ଦାବତୀଙ୍କ ନିକଟରେ ପାଣି ଦେବା ପରେ ହିଁ ଅନ୍ୟ ଦେବାଦେବୀଙ୍କୁ ପୂଜା କରନ୍ତୁ...
ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଗୁରୁବାର ବିଷ୍ଣୁ ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।
ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର । ତେଣୁ ଏହି ଦିନ ମା' ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜା କରନ୍ତୁ...
ଏହିଦିନ ଘରେ ଆମିଷ ରାନ୍ଧନ୍ତୁ ନାହିଁ କି ଖାଆନ୍ତୁ ନାହିଁ ।
ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କରିବା ଦ୍ବାରା ଘରୁ ଲକ୍ଷ୍ମୀ ଛାଡ଼ିଯା’ନ୍ତି ।
ପୁରାଣରେ ଗୁରୁବାର ସନ୍ଧ୍ୟାରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ । ତେଣୁ ଏପରି କାର୍ଯ୍ୟ କରନ୍ତୁ ନାହିଁ ।