ETV Bharat / bharat

ଫ୍ଲୁର ଲକ୍ଷଣ ଥିଲେ ନମାଜରେ ସାମିଲ ହୁଅନ୍ତୁ ନାହିଁ:ଏଏମୟୁ - uttarpradesh news

କୋରୋନା ସଚେତନତାକୁ ନେଇ ଉତ୍ତରପ୍ରେଦେଶ ସ୍ଥିତ ଆଲିଗଡ ମୁସଲିମ ୟୁନିଭରସିଟି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

AMU
ଫ୍ଲୁର ଲକ୍ଷଣ ଥିଲେ ନମାଜରେ ସାମିଲ ହୁଅନ୍ତୁ ନାହିଁ
author img

By

Published : Mar 17, 2020, 11:04 PM IST

ଲକ୍ଷ୍ନୌ: ଉତ୍ତରପ୍ରେଦେଶ ସ୍ଥିତ ଆଲିଗଡ ମୁସଲିମ ୟୁନିଭରସିଟି ଏକ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଜଣାଇ ଦିଆଯାଇଛିଯେ, ଯଦି ସେମାନଙ୍କ ନିକଟରେ ଫ୍ଲୁ ହେବାର କୌଣସି ଲକ୍ଷଣ ଦେଖାଯାଏ ତେବେ ମସଜିଦରେ ହେଉଥିବା ଜୁମା ନମାଜରୁ ଦୁରେଇ ରୁହନ୍ତୁ ।

ନୋଟିସ ଅନୁସାରେ, ନମାଜ ପାଠ ସମୟରେ ଜଣେ ଆଉ ଜଣଙ୍କ ଠାରୁ ଦୁରେଇ ବସିବାକୁ କୁହାଯାଇଛି । ଏହା ବ୍ୟତୀତ ଫ୍ଲୁର ଲକ୍ଷଣ ଥିବା ବ୍ୟକ୍ତି ମସଜିଦ ନଆସି ନିଜ ଘରେ ବସି ନମାଜ ପାଠ କରନ୍ତୁ । ତେବେ ଏଏମୟୁ ପରିସରରେ ପ୍ରାୟ 20ଟି ମସଜିଦ ରହିଛି । ଆଉ ଏହି ପରିସରରେ 20 ହଜାର ଛାତ୍ରଛାତ୍ରୀ ରହୁଥିବାବେଳେ ଏହି ମସଜିଦ ମାନଙ୍କରେ ସେମାନେ ନମାଜ ପାଠ କରିଥାନ୍ତି ।

ଏହାବ୍ୟତୀତ ଏଏମୟୁ ମେଡିକାଲ କଲେଜ କୋରୋନା ଭାଇରସର ଲକ୍ଷଣର ଯାଞ୍ଚ ପାଇଁ ଏକ ଅଲଗା ଓପିଡିର ସ୍ଥାପନା କରାଯାଇଛି । ପ୍ରାୟ 11 ଶିକ୍ଷକ ଓ 48 ଛାତ୍ର ଯିଏ ଆନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଭାଗ ନେବା ପାଇଁ ଯାଇଥିଲେ । ସମ୍ମିଳନୀରୁ ଫେରିବା ପରେ ସେମାନଙ୍କର କୋରୋନା ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ କିଛି ଜଣଙ୍କର ଶରୀରରେ ଫ୍ଲୁର ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ଆବଶ୍ୟକତା ପଡିଲେ ସେମାନଙ୍କୁ ଅଲଗା ଅଲଗା ରଖାଯିବ। ସେ ଆହୁରୀ କହିଛନ୍ତି, କୋରୋନା ଭାଇରସ କବଳରୁ ବର୍ତ୍ତିବା ପାଇଁ ବିଶ୍ବବିଦ୍ୟାଳୟ ପରିସରରେ କୋରୋନା ବିଷୟରେ ଅନେକ ପୋଷ୍ଟର ଲଗାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.