କୋଲକାତା: କଂଗ୍ରେସର ବରିଷ୍ଠ ନେତାଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା । ଦେଶରେ ନାଗରିକ ସଂଶୋଧନ ଆଇନ ବା (CAA) କୁ ନେଇ ପରିସ୍ଥିତି ଦେଖା ଦେଇଛି ତା ପାଇଁ କେବଳ କେନ୍ଦ୍ର ସରକାର ବା ବିଜେପି ଦାୟୀ ବୋଲି ବିରୋଧୀ ମାନେ କହିଛନ୍ତି । ମାତ୍ର ମୁର୍ଶିଦାବାଦର ସାଂସଦ ଅଧିର ରଞ୍ଜନ କହିଛନ୍ତି ଯେ, ଦେଶରେ ଯେଉଁ ଅଶାନ୍ତି ବାତାବରଣ ଦେଖା ଦେଇଛି ତା ପାଇଁ କେବଳ ବିଜେପି ଦାୟୀ ।
"ଯେତେବେଳେ ସିଏଏକୁ ନେଇ ସାରା ଦେଶ ଜଳୁଛି ,ସେତେବେଳେ କେମିତି ଓ କାହିଁକି ଏନପିଆର କଥା ମୋଦି ଓ ଶାହା କହୁଛନ୍ତି । ମୁଁ ସେମାନଙ୍କୁ ବିଲକୁଲ ଭରଷା କରୁନାହିଁ । 2011ରେ ବହୁତ କିଛି କହିଥିଲେ ମୋଦି ଓ ଶାହା ମାତ୍ର ସେତେବେଳର ସମୟ ଭିନ୍ନ ଥିଲା ଆଉ ଏବେର ସମୟ ପୁରା ଭିନ୍ନ "।
ସେପଟେ ଜାମ୍ମୁ କାଶ୍ମୀରରୁ କାହିଁକି ସୁରକ୍ଷାବଳ ପ୍ରତ୍ୟାହୃତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଆର୍ଟିକିଲ 370 ଉପରେ ବି ପ୍ରଶ୍ନ ଉଠାଇ ସେ କେନ୍ଦ୍ରକୁ ପ୍ରଶ୍ନ ବାଣ ମାରିଛନ୍ତି । ଯେତେବେଳେ ଧାରା 370 ଉଠିଲା ସେତେବେଳେ ଜାମ୍ମୁ କାଶ୍ମୀରରେ ଶାନ୍ତି ବଜାୟ ରହିଛି ବୋଲି କେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଥିଲା ।
ମାତ୍ର ଏଠି ପ୍ରଶ୍ନ ଉଠାଇ ସାଂସଦ କହିଛନ୍ତି ଯେ, ଯଦି ସେଠାରେ ଶାନ୍ତିର ବାତାବରଣ ଲାଗିରହିଛି ତେବେ ମୁର୍ଶିଦାବାଦରୁ ଯାଇଥିବା 6 ଶ୍ରମିକଙ୍କୁ କାହିଁକି ଆକ୍ରମଣ କରାଯାଇ ହତ୍ୟା କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।