ETV Bharat / bharat

ପୁନଃ ମେଟ୍ରୋ ଚଳାଚଳ ପାଇଁ ମିଳିନି କୌଣସି ନିର୍ଦ୍ଦେଶ: DMRC

author img

By

Published : May 13, 2020, 1:13 PM IST

ଜନତା କର୍ଫ୍ୟୁ ଲାଗୁ ହେବା ପର ଠାରୁ ଦିଲ୍ଲୀର ମେଟ୍ରୋ ସେବାକୁ ବନ୍ଦ କରାଯାଇଛି । ଗତ କିଛି ଦିନ ରେଳ ସେବା ଆରମ୍ଭ ହେବାରେ ପରେ ମେଟ୍ରୋ ଚଳାଚଳ ନେଇ ଖବର ପ୍ରସାରିତ ହୋଇଥିଲା । ଅଧିକ ପଢନ୍ତୁ...

ପୁନଃ ମେଟ୍ରୋ ଚଳାଚଳା ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ:ଦେଶରେ ଟ୍ରେନ ସେବା ଆରମ୍ଭ ହେବା ପରେ ଦିଲ୍ଲୀରେ ମେଟ୍ରୋ ଚଳାଚଳ ନେଇ ଖବର ପ୍ରସାର ହୋଇଥିଲା । ଯାହାକୁ ଖଣ୍ଡନ କରିଛନ୍ତି ଡିଏମଆରସି ବରିଷ୍ଠ ଅଧିକାରୀ । ମେଟ୍ରୋ ସେବା ଆରମ୍ଭ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ନିର୍ଦ୍ଦେଶ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି ।

ଏହା ସହ ସେ କହିଛନ୍ତି, ମେଟ୍ରୋ ସେବା ଆରମ୍ଭ ପୂର୍ବରୁ ସମସ୍ତ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ସଂକ୍ରମଣ ନେଇ ତାଲିମ ଦିଆଯାଉଛି । ଡିଏମଆରସି ଏକ ଟୁଇଟ୍‌ରେ କହିଛନ୍ତି ଯେ, ଯାତ୍ରୀମାନଙ୍କ ଗତିବିଧି କ୍ଷେତ୍ର ତଥା ଏଫଏସି ଗେଟ୍, ଲିଫ୍ଟ ଏବଂ ଏସ୍କଲେଟର ଭଳି ଯନ୍ତ୍ରପାତି ସଫା କରାଯାଉଛି । ଏଥିପାଇଁ ନିୟୋଜିତ କର୍ମଚାରୀଙ୍କ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ନିର୍ଦ୍ଦେଶ ଆସିଲେ କାମ ଯେପରି ସୁରୁଖୁର ସେନେଇ ସମସ୍ତ କର୍ତ୍ତୃପକ୍ଷ ଯତ୍ନବାନ ଅଛନ୍ତି । ମାର୍ଚ୍ଚ 22ରୁ ମେଟ୍ରୋ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।

ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ କଣ କରାଯିବ ସେନେଇ ଦିଲ୍ଲୀବାସୀଙ୍କୁ ମତାମତ ଲୋଡିଛନ୍ତି । ଗତ 7 ଘଣ୍ଚା ମଧ୍ୟ ରେ 3 ଲକ୍ଷ ପରାମର୍ଶ ଆସିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ମଙ୍ଗଳବାର ସୁଦ୍ଧା 7 ହଜାର 639 ଟି କୋରୋନା ମାମଲା ଚିହ୍ନଟ ହୋଇଛି । ତେବେ ଏବେ ଯାଏଁ ଦିଲ୍ଲୀରେ 86 ଜଣଙ୍କ ଜୀବନ ଗଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.