ETV Bharat / bharat

ଚାଷୀ ପରିବାର ଉପରେ ପୋଲିସର ବର୍ବରତା: ଜିଲ୍ଲାପାଳ, ଏସପି ନିଲମ୍ବିତ

author img

By

Published : Jul 16, 2020, 2:04 PM IST

ଗୁନାରେ ଚାଷୀ ପରିବାର ଉପରେ ପୋଲିସର ଅତ୍ୟାଚାର ମାମଲାରେ ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସମେତ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି ।

ଚାଷୀ ପରିବାର ଉପରେ ପୋଲିସର ବର୍ବରତା
ଚାଷୀ ପରିବାର ଉପରେ ପୋଲିସର ବର୍ବରତା

ଭୋପାଳ: ମଧ୍ୟପ୍ରଦେଶର ଗୁନାରେ ପ୍ରଶାସନର ନିର୍ଦ୍ଦୟତାର ଏପରି ଅପରାଧ ସାମ୍ନାକୁ ଆସିଛି ଯାହା ମାନବିକତାକୁ ଲଜ୍ଜିତ କରିଛି। ପ୍ରଶାସନ ଚାଷୀଙ୍କ ଫସଲ ଉପରେ ଜେସିବି ମଡେଇଦେବାକୁ ଉଦ୍ୟମ କରୁଥିବା ବେଳେ ଚାଷୀ ପରିବାର ଏହାକୁ ପ୍ରତିବାଦ କରିଥିଲେ ମାତ୍ର ପୋଲିସ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ।

ଫସଲ ନଷ୍ଟ ଓ ଋଣ ପରିଶୋଧର ଜଟିଳ ସ୍ଥିତିରେ ଭାଙ୍ଗିପଡି ଚାଷୀ ଦମ୍ପତି କୀଟନାଶକ ପିଇଥିଲେ। ଏହାପରେ ମଧ୍ୟ ପ୍ରଶାସନ ସେମାନଙ୍କ ଉପରେ ମାମଲା ରୁଜୁ କରିଥିଲା । ଏହି ଘଟଣା ମଧ୍ୟପ୍ରଦେଶର ଗୁନାର । ଏଠାକର ନେତା ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ବିଜେପିରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଲୋକମାନେ ଶିବରାଜ ସରକାର ଓ ଜ୍ୟୋତିରାଦିତ୍ୟଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଘଟଣାର ଗମ୍ଭୀରତାକୁ ଦେଖି ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଏହା ପରେ ଆକ୍ସନ ନିଆଯାଇଥିଲା । ଏହି ଅଞ୍ଚଳର ଜିଲ୍ଲାପାଳ, ଏସପି, ଗୁନା ରେଞ୍ଜର ଆଇଜିଙ୍କୁ ନିଲମ୍ବିତ କରାଯାଇଛି ।

ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମର ସଂଗ୍ରାମ ଏହି ଚିନ୍ତାଧାରା ଓ ଅନ୍ୟାୟ ବିରୁଦ୍ଧରେ। ରାହୁଲ ଗାନ୍ଧୀ ଟ୍ବିଟରରେ ଦଳିତ ପରିବାରକୁ ମାଡ ମାରାଯିବା ଭିଡିଓ ସେୟାର କରିଏହା କହିଛନ୍ତି। ଦଳିତ ଚାଷୀ ପରିବାର ଉପରେ ପୋଲିସର ଅତ୍ୟାଚାର କାରଣରୁ ବିରୋଧୀ ଶିବରାଜ ସରକାରଙ୍କୁ ଘେରି ରହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଟ୍ବିଟ କରି କହିଛନ୍ତି ଯେ ଏହି ଶିବରାଜ ସରକାର ରାଜ୍ୟକୁ କୁଆଡେ ନେଇ ଯାଉଛନ୍ତି ? ଏହା କି ପ୍ରକାର ଜଙ୍ଗଲରାଜ ?

କଂଗ୍ରେସ ବ୍ୟତୀତ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ବିଜେପିକୁ ଘେରିଥିଲେ। ସେ ଲେଖିଛନ୍ତି ଯେ, ଗୋଟେପଟେ ବିଜେପି ଓ ସେମାନଙ୍କ ସରକାର ଦଳିତଙ୍କ ସମସ୍ୟାର ସମାଧାନ କରୁଥିବାର କହୁଥିବା ବେଳେ ଠିକ୍ ଏବେ ମଧ୍ୟ ସେହିପରି ଚାଲିଛି ଯେମିତି କଂଗ୍ରେସର ଶାସନକାଳରେ ଚାଲିଥିଲା । ତେବେ ଦୁଇ ସରକାରଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ବିଶେଷକରି ଦଳିତମାନେ ମଧ୍ୟ ଏ ବିଷୟରେ ଚିନ୍ତା କରିବା ଜରୁରୀ ।

ଗୁନାରେ ଯେଉଁ ଜମି ନେଇ ହଙ୍ଗାମା, ପ୍ରକୃତର ତାହା ସରକାରୀ ଜମି । କିନ୍ତୁ ଏହି ଜମିରେ ରାଜକୁମାର ଅହିରୱାର ନାମକ ଜଣେ ଚାଷୀଙ୍କ ପରିବାର ଫୁଲ ଚାଷ କରୁଥିଲେ। ଚଳିତ ବର୍ଷ ମଧ୍ୟ ରାଜକୁମାରଙ୍କ ପରିବାର ଋଣ ନେଇ କ୍ଷେତରେ ଫସଲ କରିଥିଲେ। ମଙ୍ଗଳବାର କିନ୍ତୁ ଏସଡିଏମଙ୍କ ନେତୃତ୍ବରେ ପୌରସଂସ୍ଥା ଦଳ ହଠାତ୍ ଏଠାରେ ପହଞ୍ଚି କ୍ଷେତରେ ବୁଲଡୋଜର ଚଳାଇବା ଆରମ୍ଭ କରିଥିଲେ। ଯେତେବେଳେ ରାଜକୁମାରଙ୍କ ପରିବାର ଏହାକୁ ବିରୋଧ କରିଥିଲେ ସେତେବେଳେ ପୋଲିସ ଲାଠୀ ଚାର୍ଜ କରିଥିଲା । ଆଖି ସାମ୍ନାରେ ଫସଲ ନଷ୍ଟ ଦେଖି ଦମ୍ପତି ସହ୍ୟ କରିପାରିନଥିଲେ ଓ କୀଟନାଶକ ପିଇଦେଇଥିଲେ । ପରେ ରାଜକୁମାର ଓ ତାଙ୍କ ପତ୍ନୀଙ୍କୁ ଗାଡିରେ ହସ୍ପିଟାଲ ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.