ETV Bharat / bharat

ଭୂମି ପୂଜନରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ, ପିଏମଙ୍କ ଝଲକ ପାଇଁ ଜନସମାଗମ - ରାମ ମନ୍ଦିର ଭୂମି ପୂଜନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମାରୋହ ଆଜି ସମସ୍ତ କୋଭିଡ ସୁରକ୍ଷା ବ୍ୟବସ୍ଥା ସହିତ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତାକୁ କଡାକଡି ଭାବରେ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

ଭୂମି ପୂଜନରେ ସାମାଜିକ ଦୂରତ୍ୱକୁ ଗୁରୁତ୍ତ୍ୱ,  ପିଏମଙ୍କ ଝଲକ ପାଇଁ ଜନସମାଗମ

author img

By

Published : Aug 5, 2020, 5:36 PM IST

ନୂଆଦିଲ୍ଲୀ: ଆଜି ରାମ ମନ୍ଦିର ଭୂମି ପୂଜନରେ ଉପସ୍ଥିତ 175 ଅତିଥିଙ୍କ ମଧ୍ୟରେ ରାଜନୈତିକ ନେତା ତଥା ପୁରୋହିତମାନେ ସାମାଜିକ ଦୂରତାକୁ କଡାକଡି ଭାବରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ସମାରୋହରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯାଇଥିଲା । 50 ରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା ନିୟମ ରହିଥିଲେ ସୁଦ୍ଧା ଏହି ଭବ୍ୟ ପୂଜା ସମାରୋହ ପାଇଁ ଏହା ଲାଗୁ କରାଯାଇନଥିଲା । କିନ୍ତୁ କୋଭିଡ ନିୟମ ପ୍ରତି ଗୁରୁତ୍ୱ ଦିଆଯାଇଥିଲା ।

ଏହି ସମାରୋହରେ ବହୁ ଅତିଥି ଯୋଗ ଦେଇଥଲେ, ଯେଉଁମାନଙ୍କର ବୟସ 65 ବର୍ଷରୁ ଅଧିକ ରହିଥିଲା । ତେବେ ଭେନ୍ୟୁ ଭିତରେ 6 ଫୁଟ ଦୂରତାରେ ଯତ୍ନର ସହ ସିଟ ଗୁଡିକୁ ସଜାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ନିୟମ ମାନି ଉଭୟ ମାସ୍କ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ମୋଦିଙ୍କର ଏକ ଝଲକ ପାଇବା ପାଇଁ ପୂଜା ସ୍ଥଳ ବାହାରେ ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା । ସେମନାଙ୍କ ମଧ୍ୟରେ ଅନେକ ମାସ୍କ ମଧ୍ୟ ପରିଧାନ କରିନଥିବା ଦେଖିବାକୁ ମିଳିଥିଲା । ମୋଦିଙ୍କର ଫଟୋ ଉଠାଇବା ପାଇଁ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ।

ମନ୍ଦିର ପରିସରରେ 40 କିଲୋଗ୍ରାମ ରୂପା ଇଟ୍ଟା ରଖିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜ, ଇକବାଲ ଅନସାରୀ (ଅଯୋଧ୍ୟା ଜମି ବିବାଦ ମାମଲାରେ ପୂର୍ବତନ ମକଦ୍ଦମାକାରୀ) ଏବଂ ଯୋଗୀ ଆଦିତ୍ୟନାଥ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.