ETV Bharat / bharat

ସୁପ୍ରିମକୋର୍ଟ ଯିବେ 3 ଅଯୋଗ୍ୟ ବିଧାୟକ

author img

By

Published : Jul 27, 2019, 10:27 AM IST

ଅଯୋଗ୍ୟ ଘୋଷଣା ହୋଇଥିବା କର୍ଣ୍ଣାଟକର 3 ବିଦ୍ରୋହୀ ବିଧାୟକ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ସଦସ୍ୟତା ହରାଇଥିବା 3 ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ଯିବେ ସୁପ୍ରିମକୋର୍ଟ । କଂଗ୍ରେସ ବିଧାୟକ ଆର ଶଙ୍କର, ମହେଶ କୁମଥଲ୍ଲୀ ଏବଂ ସ୍ବାଧୀନ ବିଧାୟକ ରମେଶ ଜାରକିହୋଲି ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିବେ ବୋଲି ଜଣା ପଡିଛି । ତେବେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଦଖଲ ଦେଇପାରନ୍ତି ।

ଦୀର୍ଘ ସମୟରୁ ରାଜ୍ୟରେ ଚାଲିଥିବା ରାଜନୈତିକ ନାଟକ ପରେ ଗୁରୁବାର 3 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି କେ ଆର ରମେଶ କୁମାର । ସେପଟେ ଅନ୍ୟ 13 ବିଧାୟକଙ୍କ ଇସ୍ତଫାକୁ ଏବେ ମଧ୍ୟ ଝୁଲାଇ ରଖିଛନ୍ତି ସେ ।

Intro:Body:

ଜଳଭଣ୍ଡାରରେ ନାହିଁ ଜଳ, ସେଚାଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର () ରାଜ୍ୟରେ ମରୁତିର ସ୍ଥିତି ଗମ୍ଭୀର । 5ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ 25 ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । 79ରେ ସ୍ବାଭାବିକ ଓ 235ରେ କମ ବର୍ଷା ହୋଇଛି। 21ବ୍ଲକରେ ସ୍ବାଭାବିକ ଠାରୁ 59 ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି। 2 ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିତି ଗମ୍ଭୀର ହେବ। ଲଘୁଚାପ ହୋଇଥିବାରୁ ବର୍ଷା ହେବାର ସମ୍ଭାବନା ହୋଇଛୁ। ନଦୀ ନାଳରେ ଜଳ ପ୍ରବାହ ଆଶା ଅନୁରୂପ ହୋଇନି । ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ 28 ପ୍ରତିଶତ ଜଳ ଗଚ୍ଛିତ ଥିବା ବେଳେ ଏବେ ମାତ୍ର 15.66 ପ୍ରତିଶତ ଜଳ ରହିଛି । ତେଣୁ ବିଭିନ୍ନ ଜଳଭଣ୍ଡାରର ସେଚାଞ୍ଚଳ ଗୁଡିକୁ ଜଳସେଚନ କରାଯାଇପାରୁନି । 2699ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ 2160ଟି ପ୍ରକଳ୍ପରେ ଜଳ ଡେଡ ଷ୍ଟୋରେଜ ତଳେ ରହିଥିବାରୁ ସେଠାରେ ମଧ୍ୟ ସେଚାଞ୍ଚଳରେ ଜଳସେଚନ ହୋଇପାରୁନି । ଆଜି ରାଜ୍ୟର ମରୁଡି ପରିସ୍ଥିତି ସଂପର୍କରେ ବିଧାନସଭାରେ ବିବୃତି ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି ।

ତେବେ ଏହି ବିବୃତ୍ତିରେ ଚାଷୀ ଆତ୍ମହତ୍ୟା ନେଇ ରାଜସ୍ବ ମନ୍ତ୍ରୀ କିଛି ଉତ୍ତର ନ ଦେବାରୁ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ । ରାଜ୍ୟରେ ମରୁଡି ପରିସ୍ଥିତି ଯୋଗୁଁ ଚାଷୀ ଆତ୍ମହତ୍ୟା କରିବା ଆରମ୍ଭ କଲେଣି । ଏ ସଂପର୍କରେ ବିରୋଧୀ ଦଳଗୁଡିକ ଉଦବେଗ ପ୍ରକାଶ କରିଥିଲେ । ତଦନୁଯାୟୀ ବାଚସ୍ପତି ମନ୍ତ୍ରୀଙ୍କୁ ବିବୃତ୍ତି ଦେବାକୁ ରୁଲିଂ ଦେଇଥିଲେ । କିନ୍ତୁ ଏଥିରେ ଚାଷୀ ଆତ୍ମହତ୍ୟା ସଂପର୍କରେ ଧାଡିଟିଏ ବି ନାହିଁ ବୋଲି ଅଭିଯୋଗ କରି କଂଗ୍ରେସ ବିଧାୟକଙ୍କ ମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହଟ୍ଟଗୋଳ କରିଥିଲେ । ପରେ ଅସନ୍ତୋଷ ପ୍ରକାଶ କରି ସେମାନେ କକ୍ଷତ୍ୟାଗ କରିଛନ୍ତି ।

ବାଇଟ – ସୁଦାମ ମାରାଣ୍ଡି, ରାଜସ୍ବ ମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.