ETV Bharat / bharat

LACରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୀନ ସହ ଜାରି ପ୍ରକ୍ରିୟା ଜଟିଳ : ଭାରତୀୟ ସେନା

ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୀନ ସହ ଜାରି ପ୍ରକ୍ରିୟା ଜଟିଳ ଏବଂ ଏହାର ନିରନ୍ତର ଯାଞ୍ଚ ଆବଶ୍ୟକ ବୋଲି ଗୁରୁବାର ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

author img

By

Published : Jul 16, 2020, 2:54 PM IST

ଭାରତୀୟ ସେନା
ଭାରତୀୟ ସେନା

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୀନ ସହ ଜାରି ପ୍ରକ୍ରିୟା ଜଟିଳ ଏବଂ ଏହାର ନିରନ୍ତର ଯାଞ୍ଚ ଆବଶ୍ୟକ ବୋଲି ଗୁରୁବାର ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ଏହା ସହିତ ଭାରତ ଚୀନ ସହ ହୋଇଥିବା କୂଟନୈତିକ ଏବଂ ସାମରିକ ସ୍ତରର ମାରାଥନ ବୈଠକ ପରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଆଗକୁ ନେଇଛି ବୋଲି ଜୋର ଦେଇଛି ସେନା ।

ସୀମା ବିବାଦ ତୁଟାଇବା ପାଇଁ ଭାରତ ଓ ଚୀନ ମଧ୍ୟରେ ମଙ୍ଗଳବାର ଉଚ୍ଚସ୍ତରୀୟ ପ୍ରତିରକ୍ଷା ବୈଠକ ବସିଥିଲା। ଦୀର୍ଘ ୧୫ ଘଣ୍ଟା ଧରି ଦୁଇ ଦେଶ ସୀମାରେ କେମିତି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ତା' ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ୪ର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିବା ବୈଠକରେ ମଙ୍ଗଳବାର ଦିନ ୧୧.୩୦ରୁ ଆରମ୍ଭ ହୋଇ ରାତି ୨ଟା ଯାଏ ଚାଲିଥିଲା। ତେବେ ଏହି ବୈଠକରେ ଭାରତୀୟ ଏବଂ ଚୀନ ସୈନ୍ୟ ପ୍ରତିନିଧିମାନେ ପ୍ରଥମ ପର୍ଯ୍ୟାୟ ଶାନ୍ତି ପ୍ରକ୍ରିୟାର କାର୍ଯ୍ୟକାରିତା ଉପରେ ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ ପୂର୍ବାଞ୍ଚଳ ଲଦାଖରେ ସମ୍ପୂର୍ଣ୍ଣ ଶାନ୍ତି ଫେରାଇ ଆଣିବାକୁ ନିଶ୍ଚିତ କରିବାକୁ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିବା ସେନା ପକ୍ଷରୁ କୁହାଯାଇଛି ।

ଏହି ବୈଠକର ମୂଖ୍ୟ ଏଜେଣ୍ଡା ହେଉଛି ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଏବଂ ଡେପସଙ୍ଗ ଅଞ୍ଚଳରୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) କୁ ସମ୍ପୂର୍ଣ୍ଣ ପଛକୁ ହଟାଇବା । ତେବେ ମଙ୍ଗଳବାର ହୋଇଥିବା ଏହି ବୈଠକରେ ଭାରତୀୟ ପ୍ରତିନିଧୀମାନେ ଚୀନ ସୈନ୍ୟମାନଙ୍କୁ ପାଙ୍ଗଙ୍ଗ ହ୍ରଦ ଏବଂ ଡେପସଙ୍ଗରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ କହିଥିଲେ।

ତେବେ ଭାରତ ଏବଂ ଚୀନ ସେହି ଅଞ୍ଚଳରେ ସଂପୂର୍ଣ୍ଣ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରତିବଦ୍ଧ ଅଟନ୍ତି । ଏହି ପ୍ରକ୍ରିୟା ଜଟିଳ ଏବଂ ଏଥିପାଇଁ ନିରନ୍ତର ଯାଞ୍ଚ ଆବଶ୍ୟକ ବୋଲି ସେନା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.