ETV Bharat / bharat

ଉତ୍ତର ପ୍ରଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶନାମା ଜାରି - ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣ ପାଇଁ ପ୍ରୟାସ

ଉତ୍ତର ପ୍ରଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରୟାସ ଆରମ୍ଭ କରିଛନ୍ତି । ଏଥିଲାଗି ସେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ...

Directives issued to control prices of essential commodities in Uttar pradesh
ଉତ୍ତରପ୍ରଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ଲାଗି ନିର୍ଦ୍ଦେଶନାମା ଜାରି
author img

By

Published : Nov 1, 2020, 5:19 PM IST

ଲକ୍ଷ୍ନୌ: ଦେଶର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ମୂଲ୍ୟ ବଢିବାରେ ଲାଗିଛି । ତେବେ ରାଜ୍ୟରେ ଏହାର ମୂଲ୍ୟକୁ ନିୟନ୍ତ୍ରଣାଧୀନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି । ଏହାକୁ ନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ ରଖୁଥିବା ହୋର୍ଡରମାନଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କର୍ତ୍ତୃପକ୍ଷଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ଗତ ଦୁଇ ତିନି ମାସ ଧରି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି । ଯାହା ଦ୍ବାରା ମଧ୍ୟବିତ୍ତ‌ ପରିବାର ସହିତ ଗରିବ ଶ୍ରେଣୀ ପ୍ରଭାବିତ ହେଉଛନ୍ତି । ତେବେ ଉତ୍ତରପ୍ରଦେଶରେ ମଧ୍ୟ ସମାନ ପରିସ୍ଥିତି ରହିଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଆଳୁ, ପିଆଜ, ପନିପରିବା ଓ ଡାଲି ଆଦିକୁ ଯେଉଁ ହୋର୍ଡରମାନେ ମହଜୁଦ କରି ରଖୁଛନ୍ତି ସେମାନଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଉତ୍ତରପ୍ରଦେଶରେ ରବିବାର ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅତ୍ୟାବଶ୍ୟକର ଅତ୍ୟଧିକ ବଜାର ମୂଲ୍ୟ ପାଇଁ ସାଧାରଣ ଲୋକ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସେମାନଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ରହିଛନ୍ତି । ସାଧାରଣ ଲୋକଙ୍କ ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ବଜାରରେ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର, ଯାହାଦ୍ବାରା ଲୋକମାନେ କୌଣସି ଅଭାବର ସମ୍ମୁଖୀନ ହେବେ ନାହିଁ ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.