ETV Bharat / bharat

ଆତଙ୍କବାଦ ବିରୋଧରେ ଶ୍ରୀଲଙ୍କା-ଭାରତ ଏକାଠି କାମ କରୁଛି: ଗୁଣବର୍ଦ୍ଧନେ - , India and Sri Lanka working together to tackle terrorism

ଆତଙ୍କବାଦ ଭାରତ ଏବଂ ଶ୍ରୀଲଙ୍କା ପାଇଁ ସଙ୍କଟ ବୋଲି କହିଛନ୍ତି ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ। ଏହାସହ ଉଭୟ ଦେଶ ଆତଙ୍କବାଦ ବିରୋଧରେ ଏକାଠି କାମ କରୁଛନ୍ତି ବୋଲି ସେ କହିଛନ୍ତି। ଆଗକୁ ପଢନ୍ତୁ...

Dinesh Gunawardena
ଶ୍ରୀଲଙ୍କା ବୈଦିଶିକ ମନ୍ତ୍ରୀଙ୍କ ଭାରତ ଯାତ୍ରା
author img

By

Published : Jan 11, 2020, 12:35 PM IST

ନୂଆଦିଲ୍ଲୀ: ଆତଙ୍କବାଦ ଭାରତ-ଶ୍ରୀଲଙ୍କା ପାଇଁ ସଙ୍କଟ ବୋଲି କହିଛନ୍ତି ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ। ଆତଙ୍କବାଦର ମୁକାବିଲା କରିବା ପ୍ରସଙ୍ଗରେ ଉଭୟ ଦେଶ ଏକାଠି କାମ କରୁଛନ୍ତି ବୋଲି ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ପ୍ରତିକ୍ରିୟା ରଖିଛନ୍ତି ସେ।

ଆତଙ୍କବାଦ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ। ଉଭୟ ଭାରତ ଓ ଶ୍ରୀଲଙ୍ଗା ଏହା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଗତ ବର୍ଷ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଭାରତ ଗସ୍ତ ସମୟରେ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାର ମୁକାବିଲା କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ବିଶେଷ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିବା ସେ କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର, ବୈଦେଶିକ ସଚିବ ବିଜୟ ଗୋଖଲେ ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଭାରତ ଗସ୍ତ ଅବସରରେ ସାକ୍ଷାତ କରିଛନ୍ତି ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ। ଦିଲ୍ଲୀସ୍ଥିତ ବିରଲା ମନ୍ଦିର ନିକଟସ୍ଥ ବୁଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ଦିନେଶ ଗୁଣବର୍ଦ୍ଧନେ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.