ETV Bharat / bharat

ପଶ୍ଚିମବଙ୍ଗରୁ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ: ଦିଲ୍ଲୀପ ଘୋଷ

author img

By

Published : Dec 14, 2019, 12:43 PM IST

ସଂସଦରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ଆଇନ(ସିଏବି)କୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାକୁ ରାଜ୍ୟରେ ଲାଗୁ କରାଇ ଦେବେ ନାହିଁ ବୋଲି କହିଛନ୍ତି ସେ। ଏ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ମେଦୀନପୁର ସାଂସଦ ଦିଲ୍ଲୀପ ଘୋଷ। ଅଧିକ ପଢନ୍ତୁ...

Dilip Ghosh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏବି)କୁ ନେଇ ଦେଶର ବିଭିନ୍ନ ଭାଗରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସିଏବି ଆଇନକୁ ବିରୋଧ କରିବା ସହ ଏହାକୁ ନିଜ ରାଜ୍ୟରେ ଏହାକୁ ନିଜ ରାଜ୍ୟରେ ଲାଗୁ କରାଇଦେବେ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଏ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଶାଖା ସଭାପତି ତଥା ମେଦୀନପୁର ସାଂସଦ ଦିଲ୍ଲୀପ ଘୋଷ। ଏନେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ(ସିଏବି)କୁ ଲାଗୁ କରିବାରେ ପଶ୍ଚିମବଙ୍ଗ ପ୍ରଥମ ରାଜ୍ୟ ହେବ। ଏହାକୁ ରାଜ୍ୟରେ ଲାଗୁ କରିବାରେ ନା ମମତା ବାନାର୍ଜୀ କି ତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ କେହି ରୋକି ପାରିବେ ନାହିଁ।

ପୂର୍ବରୁ କାଶ୍ମୀରରୁ 370 ଧାରା ଓ ନୋଟବନ୍ଦୀକୁ ମଧ୍ୟ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାର ବିରୋଧ କରିଥିଲେ। ହେଲେ ଏହାକୁ ଲାଗୁ କରିବାରେ ଅଟକାଇ ପାରିନଥିଲେ। ସେହିଭଳି ନାଗରିକତା ସଂଶୋଧନ ଆଇନକୁ ମଧ୍ୟ କେହି ରୋକିପାରିବେ ନାହିଁ।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ କହିଛନ୍ତି, 'ଏହା ଏବେ ବିଧେୟକ ହୋଇ ନାହିଁ। ଏହା ଆଇନରେ ପରିଣତ ହୋଇସାରିଲାଣି। ସଂସଦ ଏହି ବିଧେୟକ ପାରିତ ହେବାପରେ ଏଥିରେ ରାଷ୍ଟ୍ରପତି ମୋହର ମାରିଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଯିଏ ସାମ୍ବିଧାନିକ ପଦରେ ଅଛନ୍ତି ଆଉ ଭାରତୀୟ ସମ୍ବିଧାନର ଶପଥ ନେଇଛନ୍ତି ସେ ଏହି ଆଇନକୁ ଲାଗୁ କରିବାକୁ ମନା କରିପାରିବେ ନାହିଁ।’

ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବାପରେ ଏହାକୁ ରାଜ୍ୟରେ ଲାଗୁ କରିବାକୁ ମନା କରି ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଥିଲେ ଯଦିଓ ଏହାକୁ ସଂସଦରେ ପାରିତ କରାଯାଇଛି ହେଲେ ବିଜେପି ଏହାକୁ ରାଜ୍ୟରେ ଲାଗୁ କରିବାନେଇ ବାଧ୍ୟ କରିପାରିବ ନାହିଁ। ନାଗରିକତା ସଂଶୋଧିତ ଆଇନ ବିରୁଦ୍ଧରେ ଲଢିବା ତାଙ୍କ ପାଇଁ ଦ୍ବିତୀୟ ସ୍ବତନ୍ତ୍ରତା ସଂଗ୍ରାମ ହେବ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.