ETV Bharat / bharat

'ଭୋଟ ନ ଦେଇ ବହୁତ ବଡ ପାପ କରିଛନ୍ତି ଦିଗବିଜୟ'

’ଲୋକତନ୍ତ୍ରର ମହାପର୍ବରେ ଭାଗ ନନେଇ ଦିଗବିଜୟ ବହୁତ ବଡ ପାପ କରିଛନ୍ତି । ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଲାଇନ୍‌ରେ ଠିଆ ହୋଇ ଭୋଟ ଦେଇଥିଲେ । କିନ୍ତୁ ଦିଗ୍ଗୀ ରାଜା ଏହାର ଗୁରୁତ୍ୱ ବୁଝି ନ ପାରିବା ଲଜ୍ଜ୍ୟାର ବିଷୟ।’

ଫାଇଲ ଫଟୋ
author img

By

Published : May 13, 2019, 10:18 PM IST

Updated : May 13, 2019, 11:42 PM IST

ଭୋପାଳ: କଂଗ୍ରେସ ନେତା ତଥା ଭୋପାଲର ଲେକସଭା ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ଭୋଟ ବର୍ଜନକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ । ତାଙ୍କର ଏଭଳି କାର୍ଯ୍ୟକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକତନ୍ତ୍ରର ମହାପର୍ବରେ ଭାଗ ନ ନେଇ ଦିଗବିଜୟ ବହୁତ ବଡ ପାପ କରିଥିବା ସେ କହିଛନ୍ତି ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏକ ରାଲିକୁ ଉଦବୋଧନ ଦେଇ ମୋଦି କହିଛନ୍ତି, ଦିଗ୍ଗୀ ରାଜା ବହୁତ ବଡ ପାପ କରିଛନ୍ତି । ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଲାଇନ୍‌ରେ ଠିଆ ହୋଇ ଭୋଟ ଦେଇଥିଲେ । କିନ୍ତୁ ଦିଗ୍ଗୀ ରାଜା ଏହାର ଗୁରୁତ୍ୱ ବୁଝି ନ ପାରିବା ଲଜ୍ଜ୍ୟାର ବିଷୟ ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ରବିବାର ଅନୁଷ୍ଠିତ ହୋଇଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବାର ଥିଲା। ତାଙ୍କ ନାଁ ମଧ୍ୟପ୍ରଦେଶର ରାଜଗଡ ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ତାଙ୍କର ପୈତୃକ ଗ୍ରାମ ରାଧୌଗଡ଼ରେ ପଞ୍ଜିକରଣ ହୋଇଛି । ହେଲେ ଦିଗ୍‌ବିଜୟ ସେଠାକୁ ଯାଇ ଭୋଟ ଦେଇ ନାହାଁନ୍ତି ।

Intro:Body:Conclusion:
Last Updated : May 13, 2019, 11:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.