ETV Bharat / bharat

ଡିଜିଟାଲ୍ ଇଣ୍ଡିଆ ହିଁ କୋରୋନା ନିୟନ୍ତ୍ରଣରେ ସହାୟକ ହେବ - ଡିଜିଟାଲ୍ ଇଣ୍ଡିଆ

କୋରୋନା ଲକଡାଉନ ଓ ସଟଡାଉନ ପାଇଁ ଦେଶରେ ଇ-ଗଭର୍ଣ୍ଣାସକୁ ଗୁରୁତ୍ବ । କେବଳ ସରକାରୀ କାମ ନୁହେଁ ଶିକ୍ଷା ଠାରୁ ଯୋଗାଯୋଗ ପାଇଁ ଡିଜିଲାଟ ଉପରେ ଅଧିକ ଫୋକସ କରାଯାଉଛି । ତେଲେଙ୍ଗାନାରେ 40 ଲକ୍ଷ ପିଲା ଡିଜିଟାଲ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଅଧିକ ପଢନ୍ତୁ...

ଡିଜିଟାଲ୍ ଇଣ୍ଡିଆ ହିଁ କୋରୋନା ନିୟନ୍ତ୍ରଣରେ ସହାୟକ ହେବ

author img

By

Published : Jul 14, 2020, 2:29 PM IST

ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତିକୁ ଉଜାଡି ଦେଲାଣି ମହାମାରୀ କୋରୋନା । ସାମାଜିକ ଦୂରତା ଏବଂ ଅନ୍ୟ ସଚେତନତାମୂଳକ ପଦକ୍ଷେପ ହିଁ ମହାମାରୀ ବିରୋଧରେ ଯୁଦ୍ଧର ଏକମାତ୍ର ବିକଳ୍ପ ସାଜିଛି। ତେବେ ଏହି ସଙ୍କଟଜନକ ପରିସ୍ଥିତି, ଶିକ୍ଷା ଓ ସରକାରୀ କ୍ଷେତ୍ରରେ ଭିନ୍ନ ଏକ ନୂତନତା ଆଣି ଦେଇଛି । ସରକାରୀ ଅଫିସକୁ ନିୟନ୍ତ୍ରଣ ଓ ତଦାରଖ କରିବାକୁ ତେଲେଙ୍ଗାନା ସରକାର, ଅତୀତରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଆଉ ଏବେ କୋରୋନା ପରିସ୍ଥିତି ଇ-ଗଭର୍ଣ୍ଣାସକୁ ତ୍ୱରିତ କରିଛି ।

ଡିଜିଟାଲ ବ୍ୟବସ୍ଥା, ସ୍ୱଚ୍ଛ ଓ ସୁବିଧାଜନକ ହୋଇଥିବାରୁ ଅଧିକାଂଶ ରାଜ୍ୟ ଏହାକୁ ଆପଣାଇବାରେ ଲାଗିଛନ୍ତି । ଜୋନ ସ୍ତରୀୟ, ଏପରିକି ସଚିବାଳୟରେ ମଧ୍ୟ ଏହାର ଉପଯୋଗ କରାଗଲାଣି । ପ୍ରଥମ ରାଜ୍ୟ ଭାବେ କେରଳ, ପବ୍ଲିକ୍ ଓ ସରକାରୀ ସ୍କୁଲରେ ଇ-ଶିକ୍ଷା ବ୍ୟବସ୍ଥା କରିଛି । ବର୍ତ୍ତମାନ ରାଜ୍ୟର 40 ଲକ୍ଷ ପିଲା ଡିଜିଟାଲ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସରକାରୀ କାମକୁ ସ୍ୱୟଂଚାଳିତ କରିବାକୁ 2014 ମସିହାରେ କେରଳ, ଇ-ଅଫିସ ଏବଂ ୱେବ୍ ଆପ୍ଲିକେସନ୍ ବ୍ୟବସ୍ଥା ଆପଣାଇଥିଲା । ହରିୟାଣା ସରକାର ମଧ୍ୟ ପର୍ଯ୍ୟାୟକ୍ରମେ ଇ-ଅଫିସ୍ ବ୍ୟବସ୍ଥା ଲାଗୁ କରାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ “Minimum Government, Maximum Governance” ନାରାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ମଧ୍ୟ ଇ-ଅଫିସ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି ।

ଇ-ଅଫିସ୍ ବ୍ୟବସ୍ଥା କେବଳ କାମର ଗୁଣାତ୍ମକ ମାନ ବଢାଏନି ବରଂ ସମୟ ବଞ୍ଚାଇଥାଏ । ଏହା ଦ୍ୱାରା ଲୋକଙ୍କୁ ସରକାରୀ ଅଫିସ ଆଗରେ ନା ଲମ୍ବା ଧାଡ଼ିରେ ବହୁ ସମୟ ଛିଡ଼ା ହେବାକୁ ପଡ଼ିବ ନା ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ! ତେବେ ଏହି ବ୍ୟବସ୍ଥା ପାଇଁ ସମସ୍ତଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ପଡ଼ିବ । 2015ରେ ଭାରତ ସରକାର ଡିଜିଟାଲ୍ ଇଣ୍ଡିଆର ଘୋଷଣା କରିଥିଲେ । ଯାହାର ଏକମାତ୍ର ଉଦ୍ଦେଶ୍ୟ, ଦେଶର ସରକାରୀ ବ୍ୟବସ୍ଥା ଓ ଅର୍ଥନୀତିକୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିବା । 2022 ସୁଦ୍ଧା ପ୍ରତି ନାଗରିକଙ୍କୁ 50 ମେଗା ବାଇଟ୍ ପଏଣ୍ଟସ୍ ବ୍ରଡବ୍ୟାଣ୍ଡ୍ ଡାଟା ଯୋଗାଇ ଦେବାକୁ ନୂଆ ଟେଲିକମ୍ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ।

ଭାରତ ନେଟ ଯୋଜନା ଦ୍ୱାରା ଦେଶର 1 ଲକ୍ଷ 30 ହଜାର ଗାଁ ଏବଂ 48 ହଜାର ପଞ୍ଚାୟତ, ଡିଜିଟାଲ୍ ମାଧ୍ୟମରେ ସଂଯୋଗୀକରଣ ହୋଇଥିବା ଚଳିତବର୍ଷ ପ୍ରଥମରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । କିନ୍ତୁ ସର୍ଭେ କହୁଛି, ସରକାରଙ୍କ ଘୋଷଣାର ମାତ୍ର 8 ପ୍ରତିଶତ ଗାଁ ଓ ପଞ୍ଚାୟତ, ଡିଜିଟାଲ୍ ମାଧ୍ୟମରେ କାମ କରୁଛି । ବର୍ତ୍ତମାନ ଭାରତରେ 50 କୋଟି ସ୍ମାର୍ଟ ଫୋନ୍ ବ୍ୟବାହାରକାରୀ ଅଛନ୍ତି । ନ୍ୟାସନାଲ ସାମ୍ପଲ୍ ସର୍ଭେର ତଥ୍ୟ ଅନୁଯାୟୀ, ଦେଶର 11 ପ୍ରତିଶତ ପରିବାର ପାଖରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସୁବିଧା ରହିଛି । 56 କୋଟି ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । କିନ୍ତୁ ଓକଲାର ମୋବାଇଲ୍ ବ୍ରଡବ୍ୟାଣ୍ଡ ସ୍ପିଡ୍ ଇଣ୍ଡେକ୍ସ କହୁଛି, ଭାରତର ରାଙ୍କ୍ ବିଶ୍ୱରେ 132 । ଏପରିକି ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳ ଆମ ଦେଶ ଠାରୁ ଭଲ ରାଙ୍କରେ ଅଛନ୍ତି ।

ନିକଟରେ ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ ନେଇ ସୁପ୍ରିମକୋର୍ଟ, ରାଜ୍ୟ ପ୍ରଶାସନକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ସମ୍ବିଧାନର ଧାରା 19 ଅନୁସାରେ ଇଣ୍ଟରନେଟ୍ ସେବା, ପ୍ରତିଟି ନାଗରିକଙ୍କର ମୌଳିକ ଅଧିକାର ବୋଲି କହିଥିଲେ ସର୍ବୋଚ୍ଚ କୋର୍ଟ । ତେଣୁ ଏ କ୍ଷେତ୍ରରେ ଡିଜିଟାଲ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାକୁ ହେଲେ, କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ପାରସ୍ପରିକ ସହଯୋଗ ଜରୁରୀ । ବାଧାବିହୀନ ଇ-ସରକାରୀ ଓ ଇ-ଶିକ୍ଷା ବ୍ୟବସ୍ଥା ହିଁ, ଭାରତକୁ ଆତ୍ମନିର୍ଭର କରିବାରେ ଅନେକ ବାଟ ଆଗେଇ ନେଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.