ETV Bharat / bharat

ଦିବ୍ୟାଙ୍ଗ ହେଲେ ବି ହାରି ନାହାଁନ୍ତି 'ରାମୁ': ସାଜିଛନ୍ତି ଫୁଡ୍‌ ଡେଲିଭରୀ ବଏ, ଦେଖନ୍ତୁ ଭିଡିଓ

ଦିବ୍ୟାଙ୍ଗ ଜୋମାଟୋ ଡେଲିଭରି ବଏ 'ରାମୁ', ହାତ ପେଡାଲ ମରା ତିନି ଚକିଆ ରିକ୍ସା ଚଳାଇ ଫୁଡ୍‌ ଡେଲିଭରି କରୁଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି ।

author img

By

Published : May 20, 2019, 12:02 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: କୁହାଯାଏ ଅଗ୍ନିମୟ ଉତ୍ସାହ, ଦୃଢ ଇଚ୍ଛାଶକ୍ତି ବଳରେ ମନୁଷ୍ୟ ଅସାଧ୍ୟ ସାଧନ କରି ପାରେ । ଇଣ୍ଟରନେଟ ଦୁନିଆରେ ଏମିତି ଅନେକ ଖବର ଆଖି ଆଗକୁ ଆସିଥାଏ, ଯାହାକୁ ପଢ଼ିବା ପରେ ମନ ଭିତରେ ଆସିଯାଏ ସାହସ ସହ କିଛି କରି ଦେଖାଇବା ପାଇଁ ଆଗ୍ରହ । ଏମିତି ଏକ ଖବର ଆସିଛି । ଦିବ୍ୟାଙ୍ଗ ଜୋମାଟୋ ଡେଲିଭରି ବଏ 'ରାମୁ'ଙ୍କୁ ନେଇ । ହାତ ପେଡାଲ ମରା ତିନି ଚକିଆ ରିକ୍ସା ଚଳାଇ ଫୁଡ୍‌ ଡେଲିଭରି କରୁଛନ୍ତି ରାମୁ । ଯାହାର ଏକ ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର @tfortitto

ରାମୁ ଦାରିଦ୍ର, ଅଭାବ ଅନଟନ ଭିତରେ ଅଖି ଲୁହ ସ୍ବାଦ ଚାଖିବା ଅପେକ୍ଷା ବାଛି ନେଇଥିଲେ ସଂଘର୍ଷ କରି ବଞ୍ଚିବାର ମୂଳମନ୍ତ୍ର । ଅକ୍ଷମ ମାତ୍ର ଦୁର୍ବଳ ନୁହଁନ୍ତି ବୋଲି ପ୍ରମାଣ କରିଛନ୍ତି । ତାଙ୍କ ଦୃଢ ଇଚ୍ଛାଶକ୍ତି ପାଖରେ ହାର ମାନିଛି କୃର ଅଭିଶାପ । ହାତ ପେଡାଲ ମରା ତିନି ଚକିଆ ରିକ୍ସା ଚଳାଇ ଘର ଘର ବୁଲି କରୁଛନ୍ତି ଫୁଡ୍‌ ଡେଲିଭରୀ । ଏସହ ସହ ଜଲଦି ଗ୍ରାହକଙ୍କ ପାଖରେ ଖାଦ୍ୟ ପଠାଇବା ପାଇଁ ନିଜ ଗାଡିର ଗତିକୁ ବଢିଇବାରେ ପ୍ରାୟସ ମଧ୍ୟ ଭିଡିଓରେ ସ୍ପଷ୍ଟ ଦେଖା ଯାଉଛି ।

ଦେଖନ୍ତୁ ଭିଡିଓ-

ଏହି ଭିଡିଓକୁ ହନି ଗୋଏଲ ନାମକ ଜଣେ ବ୍ୟକ୍ତି ମେ'17 ତାରିଖରେ ଟ୍ବିଟରରେ ସେୟାର କରିଥିଲେ । ପରେ ଏହି ଭିଡିଓ ଅତିମାତ୍ରାରେ ସେୟାର କରାଯାଇଥିଲା । ଭିଡିଓରେ ଜୋମାଟୋ ଟି ସାର୍ଟ ପିନ୍ଧିଥିବା ଜଣେ ଦିବ୍ୟାଙ୍ଗ ଫୁଡ ଡେଲିଭରୀ କରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ଯୁବକଙ୍କ ଏଭଳି ଉତ୍ସାହ ଓ ପେଟ ପାଇଁ ଭିକ୍ଷାବୃତ୍ତି ଅପେକ୍ଷା ନିଜେ ପରିଶ୍ରମ କରି ରୋଜଗାର କରିବା ଇଚ୍ଛା ଶକ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ରାମୁଙ୍କ ଭିଡିଓ ଭାଇରାଲ ହେବା ପରେ ଜୋମାଟ ପକ୍ଷରୁ ଟ୍ବିଟରରେ ଥିବା ଭିଡିଓକୁ ରିଟ୍ବିଟ କରି ରାମୁଙ୍କୁ 'ସୁପର ହିରୋ' ନାମ ଦେଇଛି । ବଲିଉଡ୍‌ ସୁପରଷ୍ଟାର ରବିନା ଟଣ୍ଡନ୍‌ ବିଭିନ୍ନ ବର୍ଗର ଲୋକଙ୍କୁ ରୋଜଗାରକ୍ଷମ କରିଥିବାରୁ ଦେଶରେ ଜୋମାଟ ଭଳି କମ୍ପାନୀର ଆବଶ୍ୟକତା ରହିଥିବା କହିଛନ୍ତି । ସେହିଭଳି ଅନେକ ୟୁଜର୍ସ ରାମୁଙ୍କୁ କମ୍ପାନୀ ପକ୍ଷରୁ ଇଲେକ୍ଟ୍ରି ସ୍କୁଟର ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଦୃଢ ଇଚ୍ଛା ଶକ୍ତି ଥିଲେ ଦୁର୍ବଳତା ମଧ୍ୟ ଦୁର୍ବଳ ହୋଇଯାଏ । ଯାହାର ଏକ ଜୀବନ୍ତ ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ଜୋମାଟୋ ଡେଲିଭରି ବଏ ରାମୁ ।

Intro:Body:

dsg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.