ETV Bharat / bharat

19ର ଆର୍ମି ପାୱାର; ମିଳିଲା ‘ରାଫେଲ’, ସାମିଲ ହେଲା ‘ଚିନୁକ’ - ଅସ୍ତ୍ର

ଦେଶର ସୁରକ୍ଷା ପାଇଁ ସେନାର ଶକ୍ତି ବୃଦ୍ଧି ଅପରିହାର୍ଯ୍ୟ । ସାମ୍ପ୍ରତିକ ସ୍ଥିତିରେ ଭାରତର ଜଳ, ସ୍ଥଳ ଓ ବାୟୁ ସେନାର ବଢିଛି ଶକ୍ତି ମିଳିଛି ଆଧୁନିକ ଅସ୍ତ୍ର । ଅଧିକ ଜାଣନ୍ତୁ ସଂପୂର୍ଣ୍ଣ ଖବରରୁ .....

PHOTO
19ରେ ଆର୍ମି ପାୱାର
author img

By

Published : Dec 26, 2019, 11:09 PM IST

ଭୁବନେଶ୍ବର: ବିଦାୟ ନେବାକୁ ପ୍ରସ୍ତୁତ ହେଲାଣି 2019 । 2020କୁ ସ୍ବାଗତ ପାଇଁ ସଜବାଜ ହେଉଛି ଦେଶ । ଏସବୁ ମଧ୍ୟରେ 2019 ସାଉଣ୍ଟିଛି ଅନେକ ସ୍ମୃତି ଆଉ ଅନୁଭୂତି । ଭାରତ ମାତାର ସୁରକ୍ଷା ପାଇଁ କେନ୍ଦ୍ର ସରକାର 2019ରେ ନେଇଛନ୍ତି ଅନେକ ପଦକ୍ଷେପ । ଭାରତୀୟ ସେନାରେ ସାମିଲ ହୋଇଛି ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ସାଙ୍ଗକୁ ଭବିଷ୍ୟତ ଆବଶ୍ୟକତା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ଜଳ,ସ୍ଥଳ ଓ ଆକାଶର ସୁଦୃଢ ସୁରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ନେଇଛି ଦୃଢ ପଦକ୍ଷେପ । କେଉଁ ଅସ୍ତ୍ର ମିଳିଛି ସେନାକୁ କଣ ହୋଇଛି ଭବିଷ୍ୟତ ଯୋଜନା 2019ରେ , ପଢନ୍ତୁ ଅଧିକ...

ରାଫେଲ ଯୁଦ୍ଧ ବିମାନ-

2016ରେ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତି 2019ରେ କାର୍ଯ୍ୟକାରୀ ହୋଇଛି । ମୋଟ 36ଟି ରାଫେଲ ବିମାନ ମଧ୍ୟରୁ ପ୍ରଥମ ଦଫା ବିମାନ ଭାରତକୁ ମିଳିଛି । ଯାହାକୁ ନେଇ ଭାରତୀୟ ରାଜନୀତିରେ ବ୍ୟାପକ ଘମାସାନ ହୋଇଥିଲା । ଶେଷରେ ସେହି ବିମାନ ଦେଶର ସେନାକୁ ମିଳିଛି । ଯଦିଓ ଏହା ଭାରତକୁ ବିଧିବଦ୍ଧ ଭାବେ ଆସିନାହିଁ କିନ୍ତୁ ଯୁକ୍ତି ମୁତାବକ ଫ୍ରାନ୍ସ ସରକାର ଭାରତକୁ ଏହି ବିମାନ ହସ୍ତାନ୍ତର କରିସାରିଛନ୍ତି । ନିକଟରେ ଯାଇଥିବା ବିଜୟା ଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଯାଇ ରାଫେଲ ବିମାନ ପୂଜା କରିବା ସହ ଏହାକୁ ଗ୍ରହଣ କରିଛନ୍ତି । ଏହି ଅତ୍ୟାଧୁନିକ ବିମାନ ଭାରତୀୟ ସେନାକୁ ମିଳିବା ଦ୍ବାରା ସେନା ଏବେ ଆହୁରି ଶକ୍ତିଶାଳୀ ହୋଇପାରିଛି । ଭାରତୀୟ ବାୟୁସେନାର ଶକ୍ତି ବଢିଛି । ତେବେ ଦେଶର ଆବଶ୍ୟକତା ଅନୁସାରେ କିଛିଟା ପରିବର୍ତ୍ତନ ପାଇଁ ରାଫେଲ ଏବେ ଫ୍ରାନ୍ସରେ ଅଛି ।

ARMY
ରାଫେଲ ଯୁଦ୍ଧ ବିମାନ

ଚିନୁକ ହେଲିକପ୍ଟର-

ବାୟୁସେନାର ଶକ୍ତି ବୃଦ୍ଧି ସହ ଆକାଶ ମାର୍ଗର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ବିଭାଗ ସମସ୍ତ ପଦକ୍ଷେପ ନେଉଛି । ବର୍ଷ 2019ରେ ବାୟୁସେନାରେ ସାମିଲ ହୋଇଛି ଆମେରିକା ନିର୍ମିତ ଯୁଦ୍ଧ ହେଲିକପ୍ଟର ଚିନୁକ । ଚିନୁକ ସିଏଚ ୪୭୧ ହେଲିକପ୍ଟର ଏକାଥରକେ 20 ଟନରୁ ଅଧିକ ଓଜନର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଉପକରଣ ସହ ଯବାନଙ୍କୁ ନେଇ ଉଡାଣ ଭରିପାରିବ । ଏହି ହେଲିକେପ୍ଟର ଉଭୟ ଦିନରାତି ଓ ପ୍ରତିକୂଳ ପାଗରେ ମଧ୍ୟ ସେନାର ସାଥ ଦେବ । ଯାହା ବାୟୁସେନା ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

ବ୍ରହ୍ମୋସ-

ନିଜସ୍ବ ଟେକ୍ନଲୋଜିରେ ବିକଶିତ ଭାରତର ପ୍ରମୁଖ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ସେନା ଆହୁରି ବିକଶିତ କରିଛି । ଭୁପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସୁପର ସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଥିଲା ଚଳିତ ବର୍ଷ ନେଭେମ୍ବର 28ରେ । ଏହି କ୍ଷେପଣାସ୍ତ୍ର ଏବେ ଭୂପୃଷ୍ଠରୁ ଭୂପୃଷ୍ଠକୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।

ARMY
କ୍ଷେପଣାସ୍ତ୍ର ବ୍ରହ୍ମୋସ

ଫାୟାର ଆଣ୍ଡ ଫରଗେଟ କ୍ଷେପଣାସ୍ତ୍ର ସ୍ଥାପନ-

ପାକିସ୍ତାନ ପଟୁ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବାରୁ ସେନା ଏହାକୁ ଜବାବ ଦେବାକୁ ଯାଇ ସୀମାରେ ମୁତୟନ କରିଛି ଅତ୍ୟାଧୁନିକ ବିଧ୍ବଂସୀ କ୍ଷେପଣାସ୍ତ୍ର ଟ୍ୟାଙ୍କର ‘ଫାୟାର ଆଣ୍ଡ ଫରଗେଟ’ ଯାହା ଇସ୍ରାଏଲ ନିର୍ମିତ କରିଛି । ଏହି ଟ୍ୟାଙ୍କର ସୀମାରେ 5 କିଲୋମିଟର ଧରି ଯେକୌଣସି ଟ୍ୟାଙ୍କର ଓ ବଙ୍କରକୁ ଧ୍ବସ୍ତ କରିପାରିବ ।

ପୃଥ୍ବୀ ୨-

ଭାରତୀୟ ସେନାର ମାନସପୁତ୍ର ଭାବେ ଜଣାଶୁଣା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ପ୍ରଥମ ରାତ୍ରିକାଳୀନ ପରୀକ୍ଷା ସଫଳ ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତକ୍ଷେପଣ ହୋଇପାରୁଥିବା କ୍ଷେପଣାସ୍ତ୍ର ପୃଥ୍ବୀ-୨ ରାତିରେ ଯେକୌଣସି ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଏହା 2019ରେ ସାମିଲ ହୋଇଛି ।

ARMY
ପୃଥ୍ବୀ-୨ କ୍ଷେପଣାସ୍ତ୍ର

ଅସ୍ତ୍ର-

ଭାରତୀୟ ବାୟୁସେନାକୁ ଆହୁରି ସଶକ୍ତ କରିବା ପାଇଁ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ଆଡଭାନ୍ସ ଭର୍ସନ ପରୀକ୍ଷଣ ହୋଇଛି । ଅସ୍ତ୍ରର ଏୟାର ଟୁ ଏୟାର କ୍ଷେପଣାସ୍ତ୍ରର 5ଟି ପରୀକ୍ଷା ହୋଇଥିଲା । ସମସ୍ତ ପରୀକ୍ଷଣରେ ସଫଳତା ମିଳିଛି । ଏହି କ୍ଷେପଣାସ୍ତ୍ର 1 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଯାହା ବାୟୁସେନାରେ ସାମିଲ ହେବ ।

ଡୋର୍ନିୟାର ଏୟାରକ୍ରାଫ୍ଟ ସ୍କ୍ବାଡ୍ରନ:

ସ୍ଥଳସେନା, ବାୟୁସେନା ପରି ଦେଶର ନୌସେନାକୁ ମଧ୍ୟ ଶକ୍ତିଶାଳୀ କରିବା ପାଇଁ ନୌସେନାରେ ସାମିଲ ହୋଇଛି ଆଇଏନଏଏସ- ୩୧୪ ବିମାନ । ଏହି ବିମାନକୁ ନଭେମ୍ବର 29ରେ ଗୁଜରାଟ ସ୍ଥିତ ପୋରବନ୍ଦରର ନାଭାଲ ଏୟାର ଏନକ୍ଲେଭ ଠାରୁ ଏହା ନୌସେନାରେ ସାମିଲ କରାଯାଇଛି । ଏହା ହେଉଛି ଷଷ୍ଠ ଡୋର୍ନିୟର ଏୟାରକ୍ରାଫ୍ଟ ଯାହା ଉତ୍ତର ଆରବ ସାଗରରେ ଦେଶକୁ ସୁରକ୍ଷା ଯୋଗାଇବ । ଆଇଏନଏଏସ- ୩୧୪ ର ନାମ ‘ବାର୍ଡ ଅଫ ପ୍ରେ’ରୁ ଆସିଛି । ରେପ୍ଟର ପକ୍ଷୀ ଯାହା ସମୁଦ୍ରର ଗଭୀର ଜଳରାଶିରେ ଚତୁର ଭାବେ ଯେକୌଣସି ଶିକାର କରିବାରେ ପାରଙ୍ଗମ । ଏହି ଆଇଏନଏଏସ- ୩୧୪ ବିମାନ ମଧ୍ୟ ଜଳରାଶିରେ ରେପ୍ଟର ପକ୍ଷୀ ଶତ୍ରୁଙ୍କ ସମସ୍ତ ଗତିବିଧିକୁ ଠାବକରି ଟାର୍ଗେଟ କରିପାରିବ ।

ARMY
ଡୋର୍ନିୟାର ଏୟାରକ୍ରାଫ୍ଟ ସ୍କ୍ବାଡ୍ରନ

ନିର୍ଭୟ:

ବର୍ଷ 2019 ରେ ଭାରତୀୟ ସେନା ଆଉ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ନିର୍ଭୟ କ୍ରୁଜ ମିସାଇଲକୁ ବିକଶିତ କରିଥିଲା । 6 ମିଟର ଲମ୍ବ ଓ 15ଶହ କିଲୋ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ପରମାଣୁ ଶକ୍ତି ସମ୍ପନ୍ନ ଅଟେ । ଏହା ଏକ ହଜାର କିଲୋମିଟର ପର୍ଯ୍ୟନ୍ତ ସମସ୍ତ ଟାର୍ଗେଟକୁ ହିଟ କରିପାରିବ । ଯାହା ସେନାରେ ସାମିଲ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲ ଯେକୌଣସି ପାଗରେ ମଧ୍ୟ କାର୍ଯ୍ୟ କରିପାରିବ

ARMY
କ୍ଷେପଣାସ୍ତ୍ର ନିର୍ଭୟ

ପିନାକ କ୍ଷେପଣାସ୍ତ୍ର-

ବର୍ଷ ଶେଷ ଆଡକୁ ଭାରତୀୟ ସୁରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ସଫଳତାର ସହ ପିନାକକୁ ପରୀକ୍ଷଣ କରିଛି । ଯାହା 75 କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ପିନାକ ସୀମାରୁ 75 କିମି ପର୍ଯ୍ୟନ୍ତ ଶତ୍ରୁପକ୍ଷକୁ ଟାର୍ଗେଟ କରିପାରିବ । ଯାହା ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିଛି ।

ARMY
ପିନାକ କ୍ଷେପଣାସ୍ତ୍ର

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.