ETV Bharat / bharat

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାକାଳ ଦର୍ଶନ

କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସପତ୍ନୀକ ଉଜ୍ଜୟିନୀର ବାବା ମହାକାଳଙ୍କ ଦର୍ଶନ କରିଛନ୍ତି ।

author img

By

Published : Jun 7, 2019, 1:00 AM IST

ଇଟିଭି ଭାରତ

ଉଜ୍ଜୟିନୀ: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସପତ୍ନୀକ ଉଜ୍ଜୟିନୀର ବାବା ମହାକାଳଙ୍କ ଦର୍ଶନ କରିଛନ୍ତି । ମହାକାଳ ବାବାଙ୍କ ଆଶୀର୍ବାଦ ଓ ଜନାଦେଶ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ସହାୟକ ହୋଇଛି ବୋଲି ସେଠାରେ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଯାହା ପାଇଁ ଆଜି ତାଙ୍କ ସରକାର ହୋଇପାରିଛି । ଯାହା ଜନତା ଆଶା କରିଛନ୍ତି, ତାକୁ ଆମେ ପୂରା କରିବୁ ବୋଲି ଧର୍ମେନ୍ଦ୍ର ଏହି ଅବସରରେ କହିଛନ୍ତି ।

ଇଟିଭି ଭାରତ

ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ ନିଜ ପତ୍ନୀଙ୍କ ସହ ମହାକାଳଙ୍କ ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସାମ୍ବାଦିକ ମାନଙ୍କୁ ଉତ୍ତର ଦେଇ କହିଥିଲେ, ମତେ ଯେବେ ବି ସୁଯୋଗ ମିଳେ ମୁଁ ବାବାଙ୍କ ଦର୍ଶନ ପାଇଁ ଆସେ । ବାବାଙ୍କ ଆଶୀର୍ବାଦ ପାଇଁ ମୋଦିଜୀଙ୍କୁ ଏହି ସଫଳତା ମିଳିଛି । ପେଟ୍ରୋଲିୟମ ସାମଗ୍ରୀ ଜିଏସଟି ଅନ୍ତର୍ଗତ ହେବା ନେଇ ପଚରାଯାଇଥିବା ପ୍ରଶ୍ନରେ ସେ ଏହାକୁ ନେଇ ପରାମର୍ଶର ଆବଶ୍ୟକତା ରହିଛି ଓ ଏହାକୁ ମଧ୍ୟ ବିଚାର କରାଯିବ ବୋଲି କହିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.