ଭୁବନେଶ୍ବର: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଦିନକ ପୂର୍ବରୁ ପାଳନ କରାଯାଏ ଧନତେରାସ । ଏହି ଦିନ ସୁନା କିଣିବାର ପ୍ରଥା ରହିଥିବା ବେଳେ ଗହଣା ଦୋକାନରେ ଲାଗିଥାଏ ଖଚାଖଚ ଭିଡ । ଆଜିର ଦିନରେ ସୁନା କିଣିଲେ ଶୁଭ ଓ ଧନ 13 ଗୁଣା ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ଏପରିକି ଗୃହକୁ ଧନଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି କୁହାଯାଏ ।
ତେବେ ଗହଣା ବ୍ୟବସାୟୀ ଏହି ଅବସରରେ ଗ୍ରାହକଙ୍କ ଉପରେ ଅଫରର ବର୍ଷା ବି କରିଥାନ୍ତି । ସୁନା ଦୋକାନରୁ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ତେବେ କୋରୋନା କାଳରେ ମାନ୍ଦା ଅର୍ଥାବସ୍ଥା ଭିତରେ ବି ଗହଣା ଦୋକାନାରେ ଲୋକଙ୍କ ଗହଳି ଜମୁଛି । ଆଜିର ଏହି ଶୁଭ ଦିନରେ କେବଳ ସୁନା ନୁହେଁ ବିଭିନ୍ନ ବସ୍ତୁ ମଧ୍ୟ କିଣାଯାଇପାରିବ ।
ଧନତେରାସ ପଛରେ ଏକ ପୌରାଣିକ କାହାଣି ମଧ୍ୟ ରହିଛି । ବିଶ୍ବାସ ଅନୁସାରେ ଧନତେରାସରେ କ୍ଷୀର ସାଗର ମନ୍ଥନ ହୋଇଥିଲା । ଏହି ଶୁଭ ତିଥିରେ ମା ଲକ୍ଷ୍ମୀ ଏବଂ ଧନପତି କୁବେର ସମୁଦ୍ର ମନ୍ଥନରୁ ଉଦଗତ ହୋଇଥିଲେ । ମା ଲକ୍ଷ୍ମୀ ଓ ମହାରାଜା କୁବେରଙ୍କ ଆର୍ବିଭାବ ତିଥି ଧନତେରାସ ହୋଇଥିବାରୁ ଏହି ଦିନ ସୁନା,ରୂପା,ବାସନ କ୍ରୟ କରିବା ଶୁଭ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରାସରେ ନୂଆ ଗାଡ଼ି କ୍ରୟ, ଚାକୁ,ଛୁରୀ,କଇଁଚି ଭଳି ଧାରୁଆ ଜିନିଷ କିଣିବା ମଧ୍ୟ ଅଶୁଭ ହୋଇଥାଏ। ସେହିପରି ବାସନ କିଣିବା ପିତ୍ତଳର ବାସନ କ୍ରୟ କରିବା ଶୁଭ ହୋଇଥାଏ ।
ଶୁଭ ସମୟ:
ଚଳିତ ବର୍ଷ 13 ନଭେମ୍ବରରେ ସନ୍ଧ୍ୟା 7.50 ରୁ ଚତୁର୍ଦ୍ଧଶୀ ହେତୁ ନାରକ ଚତୁର୍ଦ୍ଧଶୀ ମଧ୍ୟ ଆଜି ପାଳନ କରାଯିବ । ଏହି କାରଣରୁ ଚଳିତ ବର୍ଷର ଧନତେରାସ ଅଧିକ ସ୍ବତନ୍ତ୍ର ବିବେଚନା କରାଯାଉଛି | ଜ୍ୟୋତିଷଙ୍କ ଅନୁଯାୟୀ, ଚଳିତ ବର୍ଷ ଶୁଭ ସମୟ 27 ମିନିଟ୍ ଅଧିକ ରହିଛି । ଯାହା ସନ୍ଧ୍ୟା 5 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା 59 ମିନିଟ୍ ପର୍ଯ୍ୟନ୍ତ ରହିବ |
ଧନତେରାସ ପୂଜା ବିଧି
1. ସର୍ବପ୍ରଥମେ, ପୂଜାସ୍ଥାନରେ ଏକ ଲାଲ ରଙ୍ଗର କପଡା ରଖନ୍ତୁ ।
2. ବର୍ତ୍ତମାନ ଗଙ୍ଗାଜଳ ଛିଞ୍ଚନ୍ତୁ ଏବଂ ଭଗବାନ ଧନ୍ବନ୍ତରୀ, ମାତା ମହାଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରନ୍ତୁ ।
3. ଭଗବାନଙ୍କ ସାମ୍ନାରେ ଦେଶୀ ଘିର ଏକ ପ୍ରଦୀପ, ଧୂପ ଏବଂ ଧୂପ ଜାଳନ୍ତୁ ।
4. ଏହାପରେ ନାଲି ଫୁଲ ଅର୍ପଣ କରନ୍ତୁ ।
5. ଏହି ଦିନ, ଆପଣ ଯାହା ଧାତୁ କିମ୍ବା ବାସନ କିମ୍ବା ଅଳଙ୍କାର କିଣିଛନ୍ତି ତାକୁ ପୂଜା ସ୍ଥାନରେ ରଖନ୍ତୁ ।
6. ଲକ୍ଷ୍ମୀ ସ୍ତ୍ରୋତ୍ର, ଲକ୍ଷ୍ମୀ ଚାଳିସା, ଲକ୍ଷ୍ମୀ ଯନ୍ତ୍ର, କୁବେର ଯନ୍ତ୍ର ଏବଂ କୁବେର ମନ୍ତ୍ର ପଢନ୍ତୁ ।
7. ଧନେତାରସଙ୍କ ପୂଜା ସମୟରେ ଲକ୍ଷ୍ମୀ ମାତାଙ୍କର ମନ୍ତ୍ର ଜପ କରନ୍ତୁ ଏବଂ ମିଠା ଅର୍ପଣ କରନ୍ତୁ ।